Monsoon Rainfall Deficit India / 'ଏଲ୍ ନିନୋ' ପ୍ରଭାବରେ ମେଘର ଆଳୟରୁ ଗାଏବ ହୋଇଗଲା ବର୍ଷା
·2 months ago·2 min read

Key Points
"ଏଲ୍ ନିନୋ" ପ୍ରଭାବର ମୁକାବିଲା ପାଇଁ ମେଘାଳୟ ସରକାର ଏକ କାର୍ଯ୍ୟ ଯୋଜନା ଆରମ୍ଭ କରିଥିବା ବେଳେ, ମୁଖ୍ୟମନ୍ତ୍ରୀ କନରାଡ୍ ସାଙ୍ଗମା ଜଳବାୟୁ ଅନିଶ୍ଚିତତା ବିରୋଧରେ ମେଘାଳୟକୁ ସୁଦୃଢ଼ କରିବା ପାଇଁ ତୁରନ୍ତ ଏବଂ ସହଯୋଗପୂର୍ଣ୍ଣ ପଦକ୍ଷେପ ନେବାକୁ ଆହ୍ୱାନ କରିଛନ୍ତି।
Meghalaya Rain Deficit 2026 Monsoon: ଚଳିତ ବର୍ଷ "ଏଲ ନିନୋ" ପ୍ରଭାବରେ ଦେଶର ଅନେକ ଭାଗରେ ବର୍ଷା ହ୍ରାସ ପାଇଛି। ଯାହାର ପ୍ରଭାବ ମେଘର ଆଳୟ କୁହାଯାଉଥିବା ମେଘାଳୟରେ ମଧ୍ୟ ଦେଖିବାକୁ ମିଳିଛି। ପୂର୍ବୋତ୍ତର ଭାରତରେ ଅବସ୍ଥିତ ଏହି ରାଜ୍ୟରେ ଦେଶରେ ସର୍ବାଧିକ ବର୍ଷା ହେଉଥିବାର କୁହାଯାଏ। ମେଘାଳୟର ଚେରାପୁଞ୍ଜି ଏବଂ ମାୱସିନରାମ ଗ୍ରାମକୁ ବିଶ୍ୱର ସବୁଠାରୁ ଆର୍ଦ୍ର ସ୍ଥାନ ମଧ୍ୟରେ ଅନ୍ତର୍ଭୂକ୍ତ। କାରଣ ଏଛଠାରେ ସର୍ବାଧିତ ବୃଷ୍ଟିପାତ ହୋଇଥାଏ। ହେଲେ ଏଥର ମୌସୁମୀ ଋତୁରେ ମେଘାଳୟ ବର୍ଷା ଅଭାବ ସହିତ ସଂଘର୍ଷ କରୁଛି।
ସେଠାରେ ପ୍ରକୃତି ଏପରି ଭାବରେ ପରିବର୍ତ୍ତିତ ହୋଇଛି ଯେ ଗତ ଜୁନ୍ ମାସରେ ମେଘାଳୟରେ ସ୍ୱାଭାବିକ ଠାରୁ ୮୦ ପ୍ରତିଶତ କମ୍ ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ମେଘାଳୟ ସରକାର ଏକ କଠୋର ଚେତାବନୀ ଜାରି କରିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ଼ ସାଙ୍ଗମା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଏବେ ପୁରୁଣା ଅତୀତର କଥା ହୋଇ ରହିନାହିଁ, ବରଂ ଆଜି ଦିନର ଏକ ଭୟଙ୍କର ବାସ୍ତବତା।
ଏହା ସହ ପଢନ୍ତୁ: ମେଘ ଯୋଗୁଁ ଅଦୃଶ୍ୟ ହୋଇଗଲା ଶିମଲା; ହିମାଚଳରେ ବଦଳିଗଲା
"ଏଲ୍ ନିନୋ" ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ
"ଏଲ୍ ନିନୋ ପ୍ରସ୍ତୁତି ପ୍ରତି ରାଜ୍ୟ ପ୍ରତିକ୍ରିୟା: ଖାଦ୍ୟ ଏବଂ ଜଳ ସୁରକ୍ଷାକୁ ସୁଦୃଢ଼ କରିବା" ଶୀର୍ଷକ ଉପରେ ରାଜଧାନୀ ସିଲଂ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ହେଲେ ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ତଥ୍ୟ ଉପସ୍ଥାପନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୁଖ୍ୟମନ୍ତ୍ରୀ ସାଙ୍ଗମା କହିଛନ୍ତି, ପାଣିପାଗ ଧାରା ଏବଂ ଏହାର ପୂର୍ବାନୁମାନ ପରିବର୍ତ୍ତନ ହୋଇପାରେ। ହେଲେ ଆମର ପ୍ରସ୍ତୁତି ବନ୍ଦ ରହିବା ଠିକ୍ ନୁହେଁ। ଆମେ ଏକ ସମ୍ପୂର୍ଣ୍ଣ ଯୋଜନା ପାଇଁ ଅପେକ୍ଷା କରି ଚୁପ୍ ବସିପାରିବା ନାହିଁ। ଆମକୁ ଏବେ ଆମର ପ୍ରସ୍ତୁତି ଜାରି ରଖିବାକୁ ହେବ। ଆଜି ଆମେ ନେଇଥିବା ପ୍ରତ୍ୟେକ ପଦକ୍ଷେପ ଆମର ଭବିଷ୍ୟତ ପିଢ଼ିର ଭବିଷ୍ୟତ ନିର୍ଣ୍ଣୟ କରିବ।
ମୁଖ୍ୟମନ୍ତ୍ରୀ ସାଙ୍ଗମା ଗୁରୁତ୍ୱାରୋପ କରିଥିଲେ ଯେ ଏହି ପାଣିପାଗ ଜନିତ ସଙ୍କଟର ମୁକାବିଲା ପାଇଁ ବିଭିନ୍ନ ସରକାରୀ ବିଭାଗ, ସ୍ଥାନୀୟ ସମ୍ପ୍ରଦାୟ ଏବଂ ପ୍ରତିଷ୍ଠାନକୁ ଏକାଠି କାମ କରିବାକୁ ହେବ। ସମସ୍ତେ ଏକାଠି କାମ ନକଲେ, "ଏଲ୍ ନିନୋ" ପ୍ରଭାବକୁ ହ୍ରାସ କରିବା ଅସମ୍ଭବ ହୋଇଯିବ।
ପ୍ରାକୃତିକ କୃଷି ଉପରେ ଗୁରୁତ୍ୱାରୋପ
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହି ପରିବର୍ତ୍ତିତ ସମୟରେ, "ପ୍ରାକୃତିକ କୃଷି" ଏକ ପ୍ରମୁଖ ପଦକ୍ଷେପ ହୋଇପାରେ। ଏହା ମରୁଡ଼ି ଭଳି ପରିସ୍ଥିତିରେ ମଧ୍ୟ ଚାଷୀଙ୍କୁ ସହାୟତା ପ୍ରଦାନ କରିବ। ହେଲେ ତଥାପି, ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କୌଣସି ଯୋଜନା ପ୍ରସ୍ତୁତ କରିବା ପୂର୍ବରୁ, ମେଘାଳୟର ଅନନ୍ୟ ଭୌଗୋଳିକ ପରିସ୍ଥିତି ଏବଂ ଜମି ଆବଶ୍ୟକତାକୁ ମଧ୍ୟ ବିଚାରକୁ ନେବା ଜରୁରୀ।

Related Topics
Explore more stories