Videos
|
National

Meghalaya Politics / ମେଘାଳୟରେ ବଡ଼ ରାଜନୈତିକ ପରିବର୍ତ୍ତନ, BJPରେ ମିଶିଲେ UDPର ୮ ବିଧାୟକ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମେଘାଳୟରେ ବଡ଼ ରାଜନୈତିକ ପରିବର୍ତ୍ତନ, BJPରେ ମିଶିଲେ UDPର ୮ ବିଧାୟକ
8 UDP MLAs Join BJP in New Delhi

Key Points

ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି (UDP)ର ୮ ଜଣ ବିଧାୟକ ବୁଧବାର ଭାରତୀୟ ଜନତା ପାର୍ଟି (BJP)ରେ ଯୋଗ ଦେଇଛନ୍ତି । ବୁଧବାର ନୂଆଦିଲ୍ଲୀସ୍ଥିତ BJP ମୁଖ୍ୟାଳୟରେ ଏହି ଯୋଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ନୂଆଦିଲ୍ଲୀ: ମେଘାଳୟ ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇଛି । ବିଜେପିରେ ମିଶିଲେ UDPର ବିଧାୟକ । ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟି (UDP)ର ୮ ଜଣ ବିଧାୟକ ବୁଧବାର ଭାରତୀୟ ଜନତା ପାର୍ଟି (BJP)ରେ ଯୋଗ ଦେଇଛନ୍ତି । ବୁଧବାର ନୂଆଦିଲ୍ଲୀସ୍ଥିତ BJP ମୁଖ୍ୟାଳୟରେ ଏହି ଯୋଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

BJPରେ ସାମିଲ ହୋଇଥିବା ୮ ବିଧାୟକ ହେଲେ ଲାହକମେନ୍ ରିମ୍ବୁଇ, ପିୟସ୍ ମାରୱେନ୍, କିର୍ମେନ୍ ଶ୍ୟାଲ୍ଲା, ମାୟରାଲବର୍ନ ସିଏମ୍, ମାଥ୍ୟୁ କୁର୍ବାହ, ଓଲାନ୍ ସିଂ ସୁଇନ୍, ବାଲାଜିଏଡ୍ କୁପର ସିନରେମ୍ ଏବଂ ସିନଶାର ଲିଙ୍ଗଡୋହ ଥାବାହ ।

ଏଥିସହ ପଢ଼ନ୍ତୁ: ରାଷ୍ଟ୍ରୀୟ ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି, ଡି ପୂରନ୍ଦେଶ୍ବରୀଙ୍କୁ ଓଡ଼ିଶା ଦାୟିତ୍ବ 

ଏହି ଯୋଗଦାନ ପରେ ୬୦ ସଦସ୍ୟ ବିଶିଷ୍ଟ ମେଘାଳୟ ବିଧାନସଭାରେ BJPର ବିଧାୟକ ସଂଖ୍ୟା ୨ରୁ ବଢ଼ି ୧୦ ହୋଇଛି । ଅନ୍ୟପଟେ UDPର ସଂଖ୍ୟା ୧୨ରୁ ୪କୁ ଖସି ଆସିଛି । ଏଥିସହ BJP ବିଧାନସଭାରେ NPP ପରେ ଦ୍ୱିତୀୟ ବୃହତ୍ତମ ଦଳ ଭାବେ ଉଭା ହୋଇଛି ।


କେନ୍ଦ୍ରୀ ମନ୍ତ୍ରୀ କିରେନ୍ ରିଜିଜୁ ବିଧାୟକମାନଙ୍କୁ BJPରେ ସ୍ୱାଗତ କରିଛନ୍ତି । ତାଙ୍କ କହିବା ଅନୁସାରେ, "ଉତ୍ତର-ପୂର୍ବ ଭାରତ ଏବଂ ମେଘାଳୟରେ ହୋଇଥିବା ବିକାଶ କାର୍ଯ୍ୟକୁ ଦେଖି ଏହି ବିଧାୟକମାନେ BJPରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।" ଏହି ଅବସରରେ ବିଜେପି ସାଂସଦ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ରହିଥିଲେ ।

BJPରେ ଯୋଗଦାନ ପୂର୍ବରୁ ଏହି ବିଧାୟକମାନେ ମେଘାଳୟ ସମ୍ପର୍କିତ କିଛି ପ୍ରମୁଖ ପ୍ରସଙ୍ଗ ଉଠାଇଥିଲେ । ଏଥିରେ ଖାସି ଏବଂ ଗାରୋ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା, କୋଇଲା ଖଣି ସମ୍ପର୍କିତ ପ୍ରକ୍ରିୟାରେ ପରିବର୍ତ୍ତନ, ମେଘାଳୟ ରେସିଡେଣ୍ଟ୍ସ ସେଫ୍ଟି ଆଣ୍ଡ ସିକ୍ୟୁରିଟି ଆକ୍ଟରେ ସଂଶୋଧନ ଏବଂ ଥେମ୍ ଇଉ ମାୱଲଙ୍ଗର ହରିଜନ କଲୋନୀ ସ୍ଥାନାନ୍ତରଣ ଭଳି ବିଷୟ ରହିଥିଲା ।

ଏହି ୮ ବିଧାୟକଙ୍କ ଦଳବଦଳ ପରେ ମେଘାଳୟ ବିଧାନସଭାରେ ବିଭିନ୍ନ ଦଳର ସଂଖ୍ୟାରେ ପରିବର୍ତ୍ତନ ହୋଇଛି । NPP ନେତୃତ୍ୱାଧୀନ ମେଘାଳୟ ଡେମୋକ୍ରାଟିକ୍ ଆଲାଏନ୍ସ ସରକାରରେ UDP ଓ BJP ଉଭୟ ଅଂଶୀଦାର ଅଛନ୍ତି ।

ଏଥିସହ ପଢ଼ନ୍ତୁ: ବିଧାନ ପରିଷଦ ନିର୍ବାଚନ ପାଇଁ ତାରିଖ ଘୋଷିତ; ଅକ୍ଟୋବର ୨୩ ତାରିଖରେ ହେବ ଭୋଟ୍ 

ବିଜେପି ପାଇଁ କାହିଁକି ଗୁରୁତ୍ଵପୂର୍ଣ୍ଣ ?

UDPର ୮ ବିଧାୟକ ବିଜେପିରେ ସାମିଲ୍ ହେବା ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି । ଏବେ ବିଜେପି ବିଧାୟକଙ୍କ ସଂଖ୍ୟା ବିଧାନସଭାରେ ୧୦କୁ ବୃଦ୍ଧି ପାଇଛି । ଏଥିସହ ଦଳ ମେଘାଳୟ ବିଧାନସଭାରେ ଦ୍ଵିତୀୟ ବଡ଼ ଦଳ ପାଲଟିଛି ।

ପୂର୍ବରୁ ମେଘାଳୟ ସରକାରରେ ବିଜେପି ସହଯୋଗୀ ଅଛନ୍ତି । ଏବେ UDPର ୮ ବିଧାୟକ ବିଜେପିରେ ସାମିଲ୍ ହେବା ଦ୍ଵାରା ରାଜ୍ୟ ରାଜନୀତିରେ ବିଜେପିର ଶକ୍ତି ବୃଦ୍ଧି ପାଇଛି । ଆଗାମୀ ସମୟରେ ଏହାର ପ୍ରଭାବ ସରକାର ଓ ବିରୋଧୀ ଦଳ ଉପରେ ରାଜନୈତିକ ସମୀକରଣ ଉପରେ ଦେଖିବାକୁ ମିଳିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories