Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଣି ଖୋଲିବ 'ମେସି ଇଭେଣ୍ଟ' ସହ ଜଡିତ ଫାଇଲ! ହୋଇପାରେ ବଡ଼ ପର୍ଦ୍ଦାଫାଶ

National

Messi Bengal Tour Chaos / ପୁଣି ଖୋଲିବ 'ମେସି ଇଭେଣ୍ଟ' ସହ ଜଡିତ ଫାଇଲ! ହୋଇପାରେ ବଡ଼ ପର୍ଦ୍ଦାଫାଶ

Subhramjit Ray
Browse all articles by Subhramjit Ray
·3 hours ago·2 min read
ପୁଣି ଖୋଲିବ 'ମେସି ଇଭେଣ୍ଟ' ସହ ଜଡିତ ଫାଇଲ! ହୋଇପାରେ ବଡ଼ ପର୍ଦ୍ଦାଫାଶ
Messi Bengal Tour Chaos

Key Points

ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀ ନିସିଥ୍ ପରମାଣିକ କହିଛନ୍ତି ଯେ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ଏବେ ପ୍ରୟାସ କରାଯିବ। ସେ ଅଭିଯୋଗ କରିଛନ୍ତି ଯେ ମମତା ବାନାର୍ଜୀଙ୍କ କାର୍ଯ୍ୟକାଳରେ ଅନେକ କେନ୍ଦ୍ରୀୟ କ୍ରୀଡ଼ା ଯୋଜନାକୁ ଲଗାତାର ପ୍ରତ୍ୟାଖ୍ୟାନ କରାଯାଇଥିଲା। ଯାହା ରାଜ୍ୟର କ୍ରୀଡ଼ାବିତଙ୍କୁ କ୍ଷତି ପହଞ୍ଚାଉଥିଲା।
Lionel Messis 2025 GOAT India Tour: ପୁନର୍ବାର ଖୋଲିପାରେ "ମେସି ଇଭେଣ୍ଟ" ସହ ଜଡିତ ଫାଇଲ। ଏହି କାର୍ଯ୍ୟକ୍ରମ ବେଳେ ହୋଇଥିବା ଅବ୍ୟବସ୍ଥା ଘଟଣାର ତଦନ୍ତ ରାଜ୍ୟ ସରକାର କରିପାରନ୍ତି। ଏକଥା କହିଛନ୍ତି ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀ ନିସିଥ୍ ପରମାଣିକ। ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ୍ ଖେଳାଳୀ ଲିଓନେଲ୍ ମେସି ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ତାଙ୍କର "ଗୋଟ୍ ଟୁର୍ ଟୁ ଇଣ୍ଡିଆ" ଅଭିଯାନ ଅଧିନରେ କୋଲକାତା ଗସ୍ତରେ ଆସିଥିଲେ। ତାଙ୍କର ଏହି କାର୍ଯ୍ୟକ୍ରମ ସମୟରେ ସଲ୍ଟ ଲେକ୍ ଷ୍ଟାଡିୟମ (ବିବେକାନନ୍ଦ ଯୁବ ଭାରତୀ କ୍ରୀଡାଙ୍ଗନ) ଠାରେ ବ୍ୟାପକ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ମେସି ମାତ୍ର ୧୦ ମିନିଟ୍ ପାଇଁ ଷ୍ଟାଡିୟମ ଠାରେ ରହିଥିଲେ। ଏପରିକି ସେ ଷ୍ଟାଡିୟମ ପରିଦର୍ଶନ ମଧ୍ୟ କରିନଥିଲେ।

ଲିଓନେଲ୍ ମେସିଙ୍କୁ ଭେଟିବା ପାଇଁ ମହଙ୍ଗା ଟିକେଟ୍ କିଣିଥିବା ପ୍ରଶଂସକ କାର୍ଯ୍ୟକ୍ରମ ଚାଲିବା ସମୟରେ ଜୋରଦାର ହଙ୍ଗାମା କରିଥିଲେ। ଯାହାକୁ ନେଇ ବ୍ୟାପକ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଷ୍ଟାଡିୟମ୍ ପରିସରରେ ଉପସ୍ଥିତ ରହିଥିବା ପ୍ରଶଂସକ ବୋତଲ ଫିଙ୍ଗିବା ସହ ସିଟ୍ ଭାଙ୍ଗି ଦେଇଥିଲେ। ଏପରିକି ସେଠାରେ ଲଗାଯାଇଥିବା ବିଲବୋର୍ଡ ମଧ୍ୟ ଚିରି ଦେଇଥିଲେ। ଏହି ଘଟଣାରେ ଆୟୋଜକ ସତାଦ୍ରୁ ଦତ୍ତଙ୍କୁ ଗିରଫ କରାଯାଇଥିଲା। ସେତେବେଳ ବିରୋଧି ଦଳ ଏହି କାର୍ଯ୍ୟକ୍ରମରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳାକୁ ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ମେସିଙ୍କ କାର୍ଯ୍ୟକ୍ରମରେ ହୋଇଥିବା ଅବ୍ୟବସ୍ଥା ଆନ୍ତର୍ଜାତୀୟ ସ୍ତରରେ ଦେଶର ପ୍ରତିଛବିକୁ କ୍ଷତି ପହଞ୍ଚାଇଥିଲା।

ଏହା ସହ ପଢନ୍ତୁ: ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି; ମହିଳାଙ୍କୁ ମିଳିବ ମାଗଣା ବସ୍ ସୁବିଧା

ହେଲେ ଏବେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠିତ ହୋଇସାରିବା ପରେ, ସମଗ୍ର ମାମଲା ସହିତ ଜଡିତ ଫାଇଲ ପୁନର୍ବାର ଖୋଲା ଯାଇପାରେ। ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀ ନିସିଥ୍ ପରମାଣିକ ଏହାକୁ ନିଶ୍ଚିତ କରିଛନ୍ତି। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସମଗ୍ର ଘଟଣାକ୍ରମ ଯାଞ୍ଚ କରାଯିବ। ଏତେ ବଡ଼ ଅନିୟମିତତା କିପରି ଘଟିଲା ତାହାର ପୁନର୍ବାର ତଦନ୍ତ କରାଯିବ। ମନ୍ତ୍ରୀ କହିଛନ୍ତି ଯେ, ମୁଁ ସମସ୍ତ ଫାଇଲ ମାଗି ସାରିଛି। କାରଣ ସମଗ୍ର କାର୍ଯ୍ୟକ୍ରମ ଏକ ବଡ଼ ବିଫଳତା ରହିଥିଲା। କ'ଣ ଭୁଲ ହୋଇଛି ତାହା ତଦନ୍ତ ପରେ ଜଣାପଡ଼ିବ। ଏହା ପରେ ଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନିଆଯିବ।

ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ଅନେକ କ୍ରୀଡା କାର୍ଯ୍ୟକ୍ରମରେ ବିରୋଧରେ ଅନେକ ଷଡ଼ଯନ୍ତ୍ର ରଚା ଯାଇଥିଲା। ସେ ଦାବି କରିଥିଲେ ଯେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତତ୍କାଳୀନ ରାଜ୍ୟ ସରକାର ଅନେକ କେନ୍ଦ୍ରୀୟ କ୍ରୀଡା ଯୋଜନା ଏବଂ ପ୍ରକଳ୍ପକୁ କାର୍ଯ୍ୟ କରିବାରେ ଲଗାତାର ବାଧା ସୃଷ୍ଟି କରିଥିଲେ। ନୂତନ ସରକାର ରାଜ୍ୟରେ କ୍ରୀଡା ସଂସ୍କୃତିକୁ ସୁଦୃଢ଼ ​​କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ଧ୍ୟାନ ଦେବେ। "ଖେଲୋ ଇଣ୍ଡିଆ" ଭଳି ଯୋଜନାକୁ ତ୍ୱରିତ ଭାବରେ କାର୍ଯ୍ୟକାରୀ କରାଯିବ। ଖେଳାଳିଙ୍କୁ ସର୍ବୋତ୍ତମ ସୁବିଧା ପ୍ରଦାନ କରାଯିବା ସହ କ୍ରୀଡା ଭିତ୍ତିଭୂମିକୁ ସୁଦୃଢ଼ ​​କରାଯିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bengal Govt to Reopen Messi Event Probe: Truth Behind Chaos to be Exposed? | Argus News