Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜୁଲାଇ ପହିଲାରୁ ବନ୍ଦ ହେବେ 'ମନରେଗା'; ଲାଗୁ ହେବ 'ଜି ରାମ ଜି'

National

VBGRAMG / ଜୁଲାଇ ପହିଲାରୁ ବନ୍ଦ ହେବେ 'ମନରେଗା'; ଲାଗୁ ହେବ 'ଜି ରାମ ଜି'

Subhramjit Ray
Browse all articles by Subhramjit Ray
·56 mins ago·3 min read
ଜୁଲାଇ ପହିଲାରୁ ବନ୍ଦ ହେବେ 'ମନରେଗା'; ଲାଗୁ ହେବ 'ଜି ରାମ ଜି'
VB-G RAM G Act

Key Points

କେନ୍ଦ୍ର ସରକାର କହିଛନ୍ତି ଯେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆବଣ୍ଟିତ ୯୫,୬୯୨.୩୧ କୋଟି ଟଙ୍କା ଗ୍ରାମୀଣ ନିଯୁକ୍ତି କାର୍ଯ୍ୟକ୍ରମ ପାଇଁ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବଜେଟ ଆକଳନ ଆବଣ୍ଟନ। ଦେଶର ବିଭିନ୍ନ ରାଜ୍ୟର ସମ୍ଭାବ୍ୟ ଅବଦାନକୁ ମିଶାଇ, କାର୍ଯ୍ୟକ୍ରମ ପାଇଁ ମୋଟ ଖର୍ଚ୍ଚ ୧.୫୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି।
MGNREGA will be discontinued from 1 July 2026: ଚଳିତ ବର୍ଷ ଜୁଲାଇ ପହିଲାରୁ ବନ୍ଦ ହେବାକୁ ଯାଉଛି "ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତ ଯୋଜନା" (ମନରେଗା)। ଏଣିକି ଏହା ବଦଳରେ କେନ୍ଦ୍ର ସରକାର ନୂତନ "ଜି ରାମ ଜି" ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଚଲାଇଛନ୍ତି। ଆସନ୍ତା ଜୁଲାଇ ପହିଲାରୁ ଏହାକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବାର ପ୍ରସ୍ତାବ ରହିଛି। ରିପୋର୍ଟ ଅନୁଯାୟୀ ପ୍ରାୟ ୨୫ ରାଜ୍ୟ ଏହି ନୂତନ ଯୋଜନା ପାଇଁ ସେମାନଙ୍କ ଅଂଶର ପାଣ୍ଠି ଆବଣ୍ଟିତ କରିସାରିଛନ୍ତି।

ଗ୍ରାମାଞ୍ଚଳ ବିକାଶ ଏବଂ ପଞ୍ଚାୟତିରାଜ ସମ୍ପର୍କିତ ସ୍ଥାୟୀ କମିଟି "ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ-ଗ୍ରାମୀଣ" (Viksit Bharat-Guarantee for Rozgar and Ajeevika Mission-Rural) "ଭିବି - ଜି ରାମ୍ ଜି" (VB-G RAM G) ଆଇନକୁ ସାରା ଦେଶରେ କାର୍ଯ୍ୟକାରୀ କରିବା ପାଇଁ ଢାଞ୍ଚା ଏବଂ ପ୍ରସ୍ତୁତି ଉପରେ ଆଲୋଚନା କରିବାକୁ ଏକ ବୈଠକ କରିଥିଲେ। ଏନେଇ ଅଧିକାରୀ କହିଛନ୍ତି ଯେ ''ଜି ରାମ ଜି" ଯୋଜନା କାର୍ଯ୍ୟକାରୀ ହେବା ପରେ ଗ୍ରାମାଞ୍ଚଳରେ ନିଯୁକ୍ତି ଏବଂ ବିକାଶ ପଦକ୍ଷେପର ଏକ ବ୍ୟବସ୍ଥିତ କାର୍ଯ୍ୟକାରୀତା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ସ୍ତରରେ ସମନ୍ୱୟ ଏବଂ ସମ୍ବଳ ଆବଣ୍ଟିତ କରାଯାଉଛି।

ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ସଚିବ ରୋହିତ କଂସଲ କମିଟି ସଦସ୍ୟଙ୍କୁ ଜଣାଇଛନ୍ତି ଯେ ଦେଶର ୨୫ ରାଜ୍ୟ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ଅଂଶଧନ ଆବଣ୍ଟନ କରିସାରିଛନ୍ତି। ଏନେଇ ସମସ୍ତ ପ୍ରଶାସନିକ ଏବଂ ନୀତିଗତ କାର୍ଯ୍ୟ ଜାରି ରହିଛି। ସମସ୍ତ ପ୍ରମୁଖ ରାଜ୍ୟ ଜୁଲାଇ ୧ ତାରିଖରୁ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକୀୟ ପାଣ୍ଠି ଆବଣ୍ଟିତ କରି ସାରିଛନ୍ତି। ଲାଭାର୍ଥୀ ଶ୍ରମିକଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (Mahatma Gandhi National Rural Employment Guarantee Act) "ମନରେଗା" (MGNREGA) ୨୦୦୫ ଅନୁଯାୟୀ ଜାରି କରାଯାଇଥିବା "ଜବ୍ କାର୍ଡ" (MGNREGA Job Card) ବଦଳରେ ନୂତନ "ସ୍ମାର୍ଟ ଜବ୍ କାର୍ଡ" (VB-G RAM G Smart Job Card) ପ୍ରଦାନ କରାଯିବ।

ଏହା ସହ ପଢନ୍ତୁ: 'ବନ୍ଦେ ମାତରମ୍' କୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି; ଅପମାନ କଲେ ଯିବେ ଜେଲ୍!
 
"ଜି ରାମ ଜି" ଆଇନର ଢାଞ୍ଚା ଅନୁଯାୟୀ, ପ୍ରତ୍ୟେକ ଗ୍ରାମୀଣ ପରିବାରର ବୟସ୍କ ସଦସ୍ୟ ସ୍ୱେଚ୍ଛାକୃତ ଭାବରେ ଅଣକୁଶଳୀ ଶାରୀରିକ କାମ କରନ୍ତି, ସେମାନେ ଗୋଟିଏ ଆର୍ଥିକ ବର୍ଷରେ ୧୨୫ ଦିନର ନିଶ୍ଚିତ କାମ ପାଇବାକୁ ହକଦାର ହେବେ। ଯାହା ମନରେଗା ଯୋଜନା ଅଧିନରେ ଗ୍ୟାରେଣ୍ଟି ଦିଆଯାଇଥିବା ୧୦୦ ଦିନରୁ ଅଧିକ। "ଜି ରାମ ଜି" ଯୋଜନା ଅଧିନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଯୁକ୍ତି ଯୋଗାଇ ଦିଆଯିବ। ଯଦି ଏହା ନହୁଏ, ତାହେଲେ ଏହି ଆଇନର ବ୍ୟବସ୍ଥା ଅନୁଯାୟୀ ପ୍ରକୃତ ହିତାଧିକାରୀ (ଶ୍ରମିକ) ବେକାରୀ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।

କେନ୍ଦ୍ର ସରକାର କହିଛନ୍ତି ଯେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆବଣ୍ଟିତ ହୋଇଥିବା ୯୫,୬୯୨.୩୧ କୋଟି ଟଙ୍କା ଗ୍ରାମୀଣ ନିଯୁକ୍ତି କାର୍ଯ୍ୟକ୍ରମ ପାଇଁ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବଜେଟ୍ ଆକଳନ ଆବଣ୍ଟନ। ଏହି ଯୋଜନାରେ ରାଜ୍ୟର ସମ୍ଭାବ୍ୟ ଅବଦାନକୁ ମିଶାଇ, କାର୍ଯ୍ୟକ୍ରମର ମୋଟ ବ୍ୟୟବରାଦ ପରିମାଣ ୧.୫୧ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆଶା କରାଯାଉଛି। ପଶ୍ଚିମବଙ୍ଗ ସରକାର ମଧ୍ୟ ଏହି ନୂତନ ଆଇନ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ହେଉଛନ୍ତି। "ଜି ରାମ ଜି" ଆଇନ କାର୍ଯ୍ୟକାରୀ କରିବା ପାଇଁ କର୍ଣ୍ଣାଟକ ସରକାର ପ୍ରାୟ ୬୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଅନ୍ୟପଟେ ପଞ୍ଜାବ ୧୫୦୦ ଏବଂ ଉତ୍ତର ପ୍ରଦେଶ ସରକାର ୧୪ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Is MGNREGA Ending on July 1? New VB-G RAM G Scheme to Take Over | Argus News