Modi On Middle East War / ମଧ୍ୟପ୍ରାଚ୍ୟ ଯୁଦ୍ଧରେ କାହା ସପକ୍ଷରେ ଭାରତ ? ଜବାବ ରଖିଲେ ପିଏମ ମୋଦି
·3 months ago·2 min read

Key Points
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସଙ୍କଟ ସମସ୍ତଙ୍କ ଚିନ୍ତା ବଢାଇଛି
ଯୁଦ୍ଧ ପାଇଁ ବିଭାଜିତ ହୋଇଛି ବିଶ୍ଵ
ତେବେ ଭାରତ କାହାକୁ ସମର୍ଥନ କରୁଛି କହିଲେ ମୋଦି
ଯୁଦ୍ଧ ପାଇଁ ବିଭାଜିତ ହୋଇଛି ବିଶ୍ଵ
ତେବେ ଭାରତ କାହାକୁ ସମର୍ଥନ କରୁଛି କହିଲେ ମୋଦି
ଅଶାନ୍ତ ହୋଇପଡ଼ିଛି ମଧ୍ୟପ୍ରାଚ୍ୟ । ଗୁଳି, ଗୋଳାବାରୁଦ, ମିସାଇଲ ମାଡରେ କମ୍ପୁଛି ପରିବେଶ । ଦୁଇ ଦେଶ ଭିତରେ ହେଉଛି ରକ୍ତପାତ । ନିରୀହ ଲୋକଙ୍କ ଜୀବନ ବି ଯାଉଛି । ଯୁଦ୍ଧ ପାଇଁ ବିଶ୍ଵ କିଛି ଗୋଷ୍ଠୀ ମଧ୍ୟରେ ବିଭାଜିତ ହୋଇଛି । ବିଭିନ୍ନ ଦେଶ ନିଜ ସ୍ଵାର୍ଥ୍ୟ ଦୃଷ୍ଟିରୁ ଅଲଗା ଅଲଗା ଦେଶକୁ ସମର୍ଥନ କରୁଛନ୍ତି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମଧ୍ୟପ୍ରାଚ୍ୟ ଯୁଦ୍ଧ ସଂଘର୍ଷ ଭିତରେ ଭାରତର ଆଭିମୁଖ୍ୟକୁ ନେଇ ଆଲୋଚନା କରିଛନ୍ତି । ଏହି କଠିନ ପରିସ୍ଥିତିରେ ଭାରତ ପ୍ରଗତି, ବିକାଶ, ବିଶ୍ଵାସର ଦୃଢ ସଂକଳ୍ପ ନେ ଆଗକୁ ବଢୁଛି ବୋଲି ମୋଦି କହିଛନ୍ତି ।
ଏଥିସହ ପଢ଼ନ୍ତୁ: ଇରାନର ବାଚସ୍ପତିଙ୍କ ସହ ଆମେରିକା ଆଲୋଚନା କରିଥିବା ଦାବିକୁ ଖଣ୍ଡନ କଲା ଇରାନ
ଏଠାରେ କହିରଖୁଛୁ କି, ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନ-ଇସ୍ରାଏଲ-ଆମେରିକା ମଧ୍ୟରେ ସଂଘର୍ଷ ହେଉଛି । ଏହି ସମୟରେ ଭାରତ କୌଣସି ଗୋଟିଏ ପକ୍ଷକୁ ବାଛିନାହିଁ । ଏହା ବଦଳରେ ସର୍ବଦା ଶାନ୍ତି ଓ ମୈତ୍ରୀର ବାର୍ତ୍ତା ବାଣ୍ଟୁଥିବା ଦେଶ ଭାରତ ସନ୍ତୁଳନ ଓ ରଣନୈତିକ ନୀତି ଆପଣାଇଛି । ଭାରତ ଲାଗି ଏହା ଏକ ଜଟିଳ କୂଟନୈତିକ ସନ୍ତୁଳନ, କାରଣ ଇସ୍ରାଏଲ ଭାରତର ଏକ ପ୍ରମୁଖ ରଣନୈତିକ ସମର୍ଥକ ଥିବାବେଳେ ଇରାନ ସହିତ ଦେଶର ଐତିହାସିକ ସମ୍ପର୍କ ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ, ଭାରତ କୌଣସି ଏକ ଗୋଷ୍ଠୀରେ ରହିବା ପରିବର୍ତ୍ତେ କ୍ଷେତ୍ରୀୟ ସ୍ଥିରତା, କୂଟନୈତିକ ସମାଧାନ ଓ ନିଜର ଆର୍ଥିକ ଏବଂ ନାଗରିକଙ୍କ ସୁରକ୍ଷା ଉପରେ ଧ୍ୟାନ ଦେଇଛି ।
ଅଧିକ ଖବର ପଢନ୍ତୁ...
'ଆମେ ଭାରତର ହିତ ସହିତ ଅଛୁ'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସମ୍ପ୍ରତି ଯେତେବେଳେ ଦୁନିଆ କେତୋଟି ଗୋଷ୍ଠୀରେ ବାଣ୍ଟି ହୋଇଛି, ସେତେବେଳେ ଭାରତ ମଜଭୁତ ସ୍ଥିତିରେ ଅଛି । ଏହି ଯୁଦ୍ଧରେ ଭାରତ କାହା ସପକ୍ଷରେ ଅଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ଦେଶ ଭାରତୀୟଙ୍କ ସହିତ ଓ ଭାରତର ହିତ ସହିତ ଅଛି ବୋଲି ମୋଦି କହିଛନ୍ତି । ଆମ ଦେଶ ଭାରତ ଶାନ୍ତି ସହିତ ସର୍ବଦା ରହିଛି ବୋଲି କହିଛନ୍ତି ପିଏମ ମୋଦି । ଭାରତ ଗତ ୨୩ ଦିନ ମଧ୍ୟରେ ନିଜର ସମ୍ପର୍କ ସ୍ଥାପନ କରିବା ଓ ସଙ୍କଟକୁ ପ୍ରତିବନ୍ଧକ କରିବାର କ୍ଷମତାକୁ ପ୍ରଦର୍ଶନ କରିଛି । ମୋଦି ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ ମଧ୍ୟରେ କିଛି ରାଜନୈତିକ ଦଳ ନିଜର ସ୍ଵାର୍ଥ୍ୟ ବଜାୟ ରଖିବା ଲାଗି ଏହାର ଫାଇଦା ନେବାକୁ ଉଦ୍ୟମ କରୁଛନ୍ତି ।ଏଥିସହ ପଢ଼ନ୍ତୁ: ଇରାନର ବାଚସ୍ପତିଙ୍କ ସହ ଆମେରିକା ଆଲୋଚନା କରିଥିବା ଦାବିକୁ ଖଣ୍ଡନ କଲା ଇରାନ
ଏଠାରେ କହିରଖୁଛୁ କି, ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନ-ଇସ୍ରାଏଲ-ଆମେରିକା ମଧ୍ୟରେ ସଂଘର୍ଷ ହେଉଛି । ଏହି ସମୟରେ ଭାରତ କୌଣସି ଗୋଟିଏ ପକ୍ଷକୁ ବାଛିନାହିଁ । ଏହା ବଦଳରେ ସର୍ବଦା ଶାନ୍ତି ଓ ମୈତ୍ରୀର ବାର୍ତ୍ତା ବାଣ୍ଟୁଥିବା ଦେଶ ଭାରତ ସନ୍ତୁଳନ ଓ ରଣନୈତିକ ନୀତି ଆପଣାଇଛି । ଭାରତ ଲାଗି ଏହା ଏକ ଜଟିଳ କୂଟନୈତିକ ସନ୍ତୁଳନ, କାରଣ ଇସ୍ରାଏଲ ଭାରତର ଏକ ପ୍ରମୁଖ ରଣନୈତିକ ସମର୍ଥକ ଥିବାବେଳେ ଇରାନ ସହିତ ଦେଶର ଐତିହାସିକ ସମ୍ପର୍କ ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ, ଭାରତ କୌଣସି ଏକ ଗୋଷ୍ଠୀରେ ରହିବା ପରିବର୍ତ୍ତେ କ୍ଷେତ୍ରୀୟ ସ୍ଥିରତା, କୂଟନୈତିକ ସମାଧାନ ଓ ନିଜର ଆର୍ଥିକ ଏବଂ ନାଗରିକଙ୍କ ସୁରକ୍ଷା ଉପରେ ଧ୍ୟାନ ଦେଇଛି ।
ଅଧିକ ଖବର ପଢନ୍ତୁ...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories