Indian Railway New Milestone / କୁତୁବ୍ ମୀନାର ଠାରୁ ଉଚ୍ଚ ଏକ ସେତୁରେ ଦୌଡ଼ିବ ଭାରତୀୟ ରେଳ; କ'ଣ ରହିଛି ଏହାର ବିଶେଷତ୍ୱ
·1 hour ago·3 min read

Key Points
ମିଜୋରାମରେ କୁତୁବ ମୀନାର ଠାରୁ ଉଚ୍ଚ ଏକ ସେତୁ ଉପରେ ଟ୍ରେନ୍ ଚଳାଇ ଭାରତୀୟ ରେଳବାଇ ଇତିହାସ ସୃଷ୍ଟି କରିଛି। ବୈରାବି-ସୈରଙ୍ଗ ପ୍ରକଳ୍ପ ଅଧୀନରେ ନିର୍ମିତ ଏହି ଅନନ୍ୟ ରେଳପଥ ଏବେ ମିଜୋରାମର ରାଜଧାନୀ ଆଇଜଲକୁ ଦେଶର ଅନ୍ୟାନ୍ୟ ଅଂଶ ସହିତ ସିଧାସଳଖ ସଂଯୋଗ କରୁଛି।
Bairabi-Sairang Railway Project: ଭାରତୀୟ ରେଳବାଇର ବୈରାବି-ସୈରାଙ୍ଗ ରେଳପଥ ପ୍ରକଳ୍ପ ଦେଶର ପୂର୍ବୋତ୍ତର ରାଜ୍ୟରେ ପରିବହନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହା ଉତ୍ତର-ପୂର୍ବ ସୀମାନ୍ତ ରେଳପଥ ଅଧିନରେ ମିଜୋରାମ ରାଜ୍ୟରେ ଅବସ୍ଥିତ ଏକ ଐତିହାସିକ ବ୍ରଡ-ଗେଜ୍ ରେଳପଥ ପ୍ରକଳ୍ପ। ଏହି ୫୧.୩୮ କିଲୋମିଟର ଲମ୍ବା ରେଳପଥ ମିଜୋରାମ ରାଜଧାନୀ ଆଇଜଲକୁ ସିଧାସଳଖ ଦେଶର ଜାତୀୟ ରେଳ ନେଟୱାର୍କ ସହିତ ପ୍ରଥମ ଥର ପାଇଁ ସଂଯୋଗ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ଏହାକୁ ଉଦଘାଟନ କରିଥିଲେ। ଏହି ରେଳ ପ୍ରକଳ୍ପ କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍ ନୁହେଁ। ଏହି ରେଳ ପ୍ରକଳ୍ପରେ ପୋଲ ପାଇଁ ଯେଉଁ ସ୍ତମ୍ଭ ନିର୍ମାଣ କରାଯଉଛି ତାହା ଦିଲ୍ଲୀର କୁତୁବ୍ ମୀନାର ଠାରୁ ମଧ୍ୟ ଉଚ୍ଚ। ଅତ୍ୟନ୍ତ ଜଟିଳ ଭୌଗୋଳିକ ପରିସ୍ଥିତି, ଘନ ଜଙ୍ଗଲ ଏବଂ ଉଚ୍ଚ ସେତୁ ଯୋଗୁଁ, ଏହି ରେଳପଥକୁ ସମଗ୍ର ଦେଶରେ ଅନନ୍ୟ ରେଳ ମାର୍ଗ ବୋଲି ବିବେଚନା କରାଯାଉଛି।
କ'ଣ ରହିଛି ରେଳ ମାର୍ଗର ବିଶେଷତ୍ୱ?
ଏହି ରେଳ ମାର୍ଗର ସବୁଠାରୁ ଆକର୍ଷଣୀୟ ବୈଶିଷ୍ଟ୍ୟ ହେଉଛି ଏହାର ବ୍ରିଜ୍ ନମ୍ବର ୧୪୪। ଯାହା ଦେଶର ସବୁଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ରେଳ ପୋଲ ମଧ୍ୟରୁ ଅନ୍ୟତମ। ଏହି ରେଳ ପୋଲର ସେତୁର ମୁଖ୍ୟ ସ୍ତମ୍ଭର ଉଚ୍ଚତା ୧୦୪ ମିଟର ଠାରୁ ନେଇ ୧୧୪ ମିଟର ପର୍ଯ୍ୟନ୍ତ ବ୍ୟାପିଛି। ଯେତେବେଳେ ଦିଲ୍ଲୀ ସ୍ଥିତ କୁତୁବ ମୀନାର ଉଚ୍ଚତା ହେଉଛି ୭୨.୫ ମିଟର। ବୈରାବି-ସୈରାଙ୍ଗ ରେଲ ପୋଲର ସ୍ତମ୍ଭ କୁତୁବ ମୀନାର ଠାରୁ ପ୍ରାୟ ୩୨ ରୁ ୪୨ ମିଟର ପର୍ଯ୍ୟନ୍ତ ଉଚ୍ଚ।
ଏହା ସହ ପଢନ୍ତୁ: ଦିଲ୍ଲୀ ସହ ସିଧାସଳଖ ଯୋଡ଼ିହେବ ସିଲିଗୁଡ଼ି; ୬ ଘଣ୍ଟାରେ ପୁରା ହେବ ଯାତ୍ରା
ଏହି ରେଳ ପଥ ମିଜୋରାମ ବାସୀଙ୍କ ପାଇଁ ଜୀବନରେଖା ପ୍ରମାଣିତ ହୋଇଛି। କରଣ ଏହା ପରିବହନ ସମୟକୁ ଅଧାରୁ ଅଧିକ ହ୍ରାସ କରିଛି। ଆଇଜଲ ଠାରୁ ଆସାମର ସିଲଚର ଯାତ୍ରା, ଯାହା ପୂର୍ବରୁ ସଡ଼କ ପଥରେ 7 ଘଣ୍ଟା ଲାଗୁଥିଲା, ଏବେ ଟ୍ରେନ ଦ୍ୱାରା ମାତ୍ର ୩ ଘଣ୍ଟାକୁ ହ୍ରାସ ପାଇଛି। ଆଇଜଲ ଠାରୁ ଗୌହାଟି ଯାତ୍ରା ୧୬ ଘଣ୍ଟାରୁ ମାତ୍ର ୧୨ ଘଣ୍ଟାକୁ ହ୍ରାସ ପାଇଛି।
ଏହି ରେଳ ପ୍ରକଳ୍ପକୁ ସମାପ୍ତ କରିବାରେ ଭାରତୀୟ ରେଳବାଇ ଯେଉଁ ସମସ୍ୟାର ସମ୍ନା କରିଥିଲା ତାହାକୁ ବର୍ଣ୍ଣନା କରିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏନେଇ ମନ୍ତ୍ରୀ କହିଥିଲେ ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ କଷ୍ଟକର ପ୍ରକଳ୍ପ। ଯେଉଁଥିରେ ହିମାଳୟ ଘାଟି ଏବଂ ଭୂବିଜ୍ଞାନ ଅନ୍ତର୍ଭୂକ୍ତ ରହିଛି। ପ୍ରାୟ ୫୧.୩୮ କିଲୋମିଟର ଲମ୍ବା ବୈରାବି-ସୈରାଙ୍ଗ ବ୍ରଡଗେଜ୍ ରେଳ ମାର୍ଗରେ ଟ୍ରେନ୍ ସିଧା ଛିଡ଼ା ହୋଇ ରହିଥିବା ପାହାଡ଼, ଗଭୀର ଘାଟି ଏବଂ ଘନ ଜଙ୍ଗଲ ମଧ୍ୟ ଦେଇ ଗତି କରିବ। ଏହି ମାର୍ଗରେ ୧୨ କିଲୋମିଟରରୁ ଅଧିକ ଲମ୍ବ ୪୫ ସୁଡ଼ଙ୍ଗ, ୫୫ ପ୍ରମୁଖ ଏବଂ ୮୭ କ୍ଷୁଦ୍ର ସେତୁ ସମେତ ମୋଟ ୧୩୦ ରୁ ଅଧିକ ସେତୁ ଅନ୍ତର୍ଭୂକ୍ତ ରହିଛି।
ଏହି ପ୍ରକଳ୍ପର ବୈଷୟିକ ସମସ୍ୟା ବିଷୟରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି, ଦେଶର ପୂର୍ବୋତ୍ତର ଭାଗରେ ଅବସ୍ଥିତ ଏହି ଅଞ୍ଚଳ ପଞ୍ଚମ ଭୂକମ୍ପୀୟ ଜୋନ୍ (Seismic Zone 5) ଅଧିନରେ ଆସିଥାଏ। ଯେଉଁ ଅଞ୍ଚଳ ଭୂମିକମ୍ପ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ। ଏହାକୁ ଦୃଷ୍ଟିରେ ରଖି ଆମକୁ ସଠିକ୍ ଡିଜାଇନ୍ ସହିତ ଭିନ୍ନ ଉପାୟରେ କାମ କରିବାକୁ ପଡି଼ଥିଲା। ଏହି ରେଳ ମାର୍ଗର ସବୁଠାରୁ ଉଚ୍ଚ ସେତୁ ମଧ୍ୟ କୁତୁବ ମୀନାର ଠାରୁ ବହୁତ ଅଧିକ ଉଚ୍ଚ।

With the Bairabi-Sairang railway project, #Mizoram has now been connected to the railway map, further strengthening connectivity across the Northeast.#12YearsOfNayaBharatNirman pic.twitter.com/IFPFjV4a3p
— PIB India (@PIB_India) June 16, 2026
ଏହି ରେଳ ପ୍ରକଳ୍ପକୁ ସମାପ୍ତ କରିବାରେ ଭାରତୀୟ ରେଳବାଇ ଯେଉଁ ସମସ୍ୟାର ସମ୍ନା କରିଥିଲା ତାହାକୁ ବର୍ଣ୍ଣନା କରିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏନେଇ ମନ୍ତ୍ରୀ କହିଥିଲେ ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ କଷ୍ଟକର ପ୍ରକଳ୍ପ। ଯେଉଁଥିରେ ହିମାଳୟ ଘାଟି ଏବଂ ଭୂବିଜ୍ଞାନ ଅନ୍ତର୍ଭୂକ୍ତ ରହିଛି। ପ୍ରାୟ ୫୧.୩୮ କିଲୋମିଟର ଲମ୍ବା ବୈରାବି-ସୈରାଙ୍ଗ ବ୍ରଡଗେଜ୍ ରେଳ ମାର୍ଗରେ ଟ୍ରେନ୍ ସିଧା ଛିଡ଼ା ହୋଇ ରହିଥିବା ପାହାଡ଼, ଗଭୀର ଘାଟି ଏବଂ ଘନ ଜଙ୍ଗଲ ମଧ୍ୟ ଦେଇ ଗତି କରିବ। ଏହି ମାର୍ଗରେ ୧୨ କିଲୋମିଟରରୁ ଅଧିକ ଲମ୍ବ ୪୫ ସୁଡ଼ଙ୍ଗ, ୫୫ ପ୍ରମୁଖ ଏବଂ ୮୭ କ୍ଷୁଦ୍ର ସେତୁ ସମେତ ମୋଟ ୧୩୦ ରୁ ଅଧିକ ସେତୁ ଅନ୍ତର୍ଭୂକ୍ତ ରହିଛି।
ଏହି ପ୍ରକଳ୍ପର ବୈଷୟିକ ସମସ୍ୟା ବିଷୟରେ ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି, ଦେଶର ପୂର୍ବୋତ୍ତର ଭାଗରେ ଅବସ୍ଥିତ ଏହି ଅଞ୍ଚଳ ପଞ୍ଚମ ଭୂକମ୍ପୀୟ ଜୋନ୍ (Seismic Zone 5) ଅଧିନରେ ଆସିଥାଏ। ଯେଉଁ ଅଞ୍ଚଳ ଭୂମିକମ୍ପ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ। ଏହାକୁ ଦୃଷ୍ଟିରେ ରଖି ଆମକୁ ସଠିକ୍ ଡିଜାଇନ୍ ସହିତ ଭିନ୍ନ ଉପାୟରେ କାମ କରିବାକୁ ପଡି଼ଥିଲା। ଏହି ରେଳ ମାର୍ଗର ସବୁଠାରୁ ଉଚ୍ଚ ସେତୁ ମଧ୍ୟ କୁତୁବ ମୀନାର ଠାରୁ ବହୁତ ଅଧିକ ଉଚ୍ଚ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Mizoram tallest railway bridgeBhairabi Sairang rail line projectIndian railways bridge taller than Qutub MinarMizoram unique rail route engineeringNortheast India highest railway pier bridgeIndian Railways mega projects in MizoramBridge No 196 Bhairabi Sairang heightNortheast connectivity rail network updatesMizoram train route scenic engineering marvelIndian railways tallest pier bridge vs Qutub Minar