Videos
|
National

Mobile Recharge Row / ମୋବାଇଲ୍ ରିଚାର୍ଜକୁ ନେଇ ସଂସଦ ହୁଲସ୍ତୁଲ୍; ସାଂସଦ ପଚାରିଲେ 'କାହିଁକି ଆସୁନି ଇନକମିଂ କଲ୍ ?'

Sushanta Sahoo
Browse all articles by Sushanta Sahoo
·6 months ago·2 min read
ମୋବାଇଲ୍ ରିଚାର୍ଜକୁ ନେଇ ସଂସଦ ହୁଲସ୍ତୁଲ୍; ସାଂସଦ ପଚାରିଲେ 'କାହିଁକି ଆସୁନି ଇନକମିଂ କଲ୍ ?'
Mobile Recharge Debate in Parliament

Key Points

ବର୍ଷକ ୧୨ ମାସ ହୋଇଥିବା ବେଳେ ୧୩ ଥର ରିଚାର୍ଜ କରିବାକୁ ପଡ଼ୁଛି । ସେହିଭଳି ଗୋଟିଏ ମାସ ୩୦ ଦିନ ହୋଇଥିବା ବେଳେ ରିଚାର୍ଜର ବୈଧତା ୨୮ ଦିନ ରହୁଛି ।
ନୂଆଦିଲ୍ଲୀ: ମୋବାଇଲ୍ ରିଚାର୍ଜକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଛି । ବିଭିନ୍ନ ଟେଲିକମ୍ କମ୍ପାନୀଙ୍କ ପ୍ରିପେଡ୍ ପ୍ଲାନ୍‌କୁ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ସାଂସଦ । ବର୍ଷକ ୧୨ ମାସ ହୋଇଥିବା ବେଳେ ୧୩ ଥର ରିଚାର୍ଜ କରିବାକୁ ପଡ଼ୁଛି । ସେହିଭଳି ଗୋଟିଏ ମାସ ୩୦ ଦିନ ହୋଇଥିବା ବେଳେ ରିଚାର୍ଜର ବୈଧତା ୨୮ ଦିନ ରହୁଛି । ରିଚାର୍ଜ ପ୍ଲାନର ବୈଧତା ସରୁ ସରୁ ବନ୍ଦ ହୋଇ ଯାଇଛି ଇନକମିଂ କଲ୍ ଆସିବା ।

ସାଧାରଣ ଜନତାଙ୍କ ପକେଟ୍‌କୁ ବାଧୁଥିବା ଟେଲିକମ୍ କମ୍ପାନୀଙ୍କ ମହଙ୍ଗା ରିଚାର୍ଜ ପ୍ଲାନ ପ୍ରସଙ୍ଗ ସଂସଦରେ ଉଠିଛି । ସଂସଦରେ ଏନେଇ ପ୍ରଶ୍ନ କରିଛନ୍ତି ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢ଼ା । ଯାହା ଏବେ ପୁଣି ମୋବାଇଲ୍ ରିଚାର୍ଜ ବିବାଦକୁ ନୂଆ ରୂପ ଦେଇଛି ।

ଏଥିସହ ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପୂର୍ବରୁ ବଡ଼ ଟ୍ବିଷ୍ଟ୍‌, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ରବୀନ୍ଦ୍ର ଜେନା

ରାଘବ ଚଢ଼ା କହିଛନ୍ତି, "ଟେଲିକମ୍ କମ୍ପାନୀ ବର୍ତ୍ତମାନର ରିଚାର୍ଜ ବ୍ୟବସ୍ଥା ସାଧାରଣ ଲୋକଙ୍କୁ ଲୁଚିଛପି ଲୁଟିଲା ଭଳି । କାରଣ ବ୍ୟବହାରକାରୀଙ୍କୁ ବର୍ଷକୁ ୧୨ ମାସ ବଦଳରେ ୧୩ ଥର ମୋବାଇଲ୍ ରିଚାର୍ଜ କରିବାକୁ ପଡ଼ୁଛି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତରେ ଅଧିକାଂଶ ପ୍ରିପେଡ୍ ମୋବାଇଲ୍ ପ୍ଲାନର ବୈଧତା ୨୮ ଦିନ। ଯାହାର ଅର୍ଥ ଜଣେ ବ୍ଯବହାରକାରୀ ସିମ୍‌କୁ ସକ୍ରିୟ ରଖିବା ଲାଗି ୧୨ ଥର ନୁହେଁ ବରଂ ବର୍ଷକରେ ୧୩ ଥର ରିଚାର୍ଜ କରିବାକୁ ପଡ଼ୁଛି । ୨୮ ଦିନ ହିସାବରେ ଦେଖିଲେ ୨୮ ଗୁଣନ ୧୩ ହେଉଛି ୩୬୪ ଦିନ । ଅର୍ଥାତ୍ ବର୍ଷକ ଲାଗି ଅତିରିକ୍ତ ରିଚାର୍ଜ କରିବାକୁ ପଡ଼ୁଛି ।

ଏହି ପ୍ରସଙ୍ଗକୁ ରାଘବ ଚଢା ସଂସଦରେ ଉଠାଇଛନ୍ତି । ସେ କହିଛନ୍ତି, "ଯଦି ପ୍ଲାନ ସତରେ ମାସିକ ତାହେଲେ ବୈଧତା ୩୦ କିମ୍ବା ୩୧ ଦିନ ହେବା କଥା । ପ୍ଲାନ ଗୁଡ଼ିକ ୨୮ ଦିନର ହୋଇଥିବାରୁ ବ୍ୟବହାରକାରୀ ପ୍ରତିବର୍ଷ ଗୋଟିଏ ଅତିରିକ୍ତ ରିଚାର୍ଜ କରୁଛନ୍ତି । ଫଳରେ କମ୍ପାନୀ ଗୁଡ଼ିକ ଅଧିକ ଫାଇଦା ପାଉଛନ୍ତି ।"

ଏଥିସହ ପଢ଼ନ୍ତୁ: ୟୁପି ପରେ ଆସାମରେ ଗଡ଼ିବ ସାଇକେଲ; କାହାର ବଢିବ ଅସୁବିଧା?

ରିଚାର୍ଜ ସରିଲେ କଲ୍ ଆସିବା ବନ୍ଦ

ରାଘବ ଚଢ଼ା ଆଉ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି, "ଯଦି କୌଣସି ବ୍ୟବହାରକାରୀଙ୍କ ରିଚାର୍ଜ ସରି ଯାଉଛି ତ ଆଉଟ୍ ଗୋଇଙ୍ଗ୍ କଲ୍ ବନ୍ଦ ହେବା ବୁଝା ପଡ଼ୁଛି । କିନ୍ତୁ ଅନେକ ସମୟରେ କମ୍ପାନୀଗୁ଼ଡ଼ିକ ଇନକମିଂ କଲ୍ ଆସିବା ମଧ୍ୟ ବନ୍ଦ କରି ଦେଉଛନ୍ତି । ଯାହାକି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଲୋକଙ୍କ ମୋବାଇଲ୍‌କୁ ଓଟିପି ଆସୁନି, ହଇରାଣ ହେବାକୁ ପଡ଼ୁଛି ।"

ସଂସଦରେ ପ୍ରିପେଡ୍ ମୋବାଇଲ୍ ରିଚାର୍ଜ ପ୍ରସଙ୍ଗ ଉଠିବା ପରେ ସୋସିଆଲ୍ ମିଡିଆରେ ପୁଣି ଥରେ ଚର୍ଚ୍ଚା, ବିତର୍କ ଆରମ୍ଭ ହୋଇଛି । ଅନେକ ଲୋକ ଏହାକୁ ଟେଲିକମ୍ କମ୍ପାନୀଙ୍କ ରଣନୀତି କହୁଛନ୍ତି । ଆଉ କେତକଙ୍କ ଅନୁସାରେ, ବିଲିଂ ବ୍ୟବସ୍ଥା ଅନୁସାରେ ଏହି ମଡେଲ୍‌କୁ ଆପଣାଯାଇଛି ।
Mobile Recharge Row in Parliament: Why Incoming Calls Stop Without Recharge? | Argus News | Argus News