Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କନ୍ଧମାଳ, ଗଞ୍ଜାମ ଜିଲ୍ଲାରେ ରାଜପଥ ସଂପ୍ରସାରଣ ପାଇଁ ମୋଦି ଦେଲେ ୭୧୮.୨୬ କୋଟି ଟଙ୍କା

National

କନ୍ଧମାଳ, ଗଞ୍ଜାମ ଜିଲ୍ଲାରେ ରାଜପଥ ସଂପ୍ରସାରଣ ପାଇଁ ମୋଦି ଦେଲେ ୭୧୮.୨୬ କୋଟି ଟଙ୍କା

Jitendra Dash
Browse all articles by Jitendra Dash
·2 years ago·1 min read
କନ୍ଧମାଳ, ଗଞ୍ଜାମ ଜିଲ୍ଲାରେ ରାଜପଥ ସଂପ୍ରସାରଣ ପାଇଁ ମୋଦି ଦେଲେ ୭୧୮.୨୬ କୋଟି ଟଙ୍କା

ଅର୍ଗସ ବ୍ୟୁରୋ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଓଡିଶାର ବିକାଶ ପାଇଁ ସଂକଳ୍ପବଦ୍ଧ ଅଟନ୍ତି । ଓଡିଶାର ପ୍ରତ୍ୟେକ କ୍ଷେତ୍ର ଯଥା-ଗମନାଗମନ, ପର୍ଯ୍ୟଟନ, ରେଳ, ଯୁବକଙ୍କୁ ନିଯୁକ୍ତି, ଓଡ଼ିଆଙ୍କୁ ଦେଶରେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଓଡିଶାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଉଥିବା ୫୯ନମ୍ବର ଜାତୀୟ ରାଜପଥର ସୁଦୃଢ଼ିକରଣ ଓ ପ୍ରଶସ୍ତିକରଣ ପାଇଁ ମୋଦି ସରକାର ୭୧୮.୨୬କୋଟି ଟଙ୍କା ମଞ୍ଜୁର କରିଛନ୍ତି । 

୨୬.୯୬ କିଲୋମିଟର ଲମ୍ବା ଏହି ରାଜପଥର ପ୍ରଶସ୍ତିକରଣ ପାଇଁ ୨୦୨୩-୨୪ ବାର୍ଷିକ ଯୋଜନାରେ ୭୧୮.୨୬କୋଟି ଟଙ୍କା ମଞ୍ଜୁର କରାଯାଇଛି । ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଦାରିଙ୍ଗିବାଡି ସହ ଯୋଡି ହୋଇଥିବା ଏହି ରାସ୍ତାର ପ୍ରଶସ୍ତିକରଣ ଦ୍ୱାରା ନିରାପତା ସୁଦୃଢ଼ ହେବା ସହ ଅନେକ ବିଧାବିଘ୍ନ ଦୂର ହେବ । ଏଥିଲାଗି ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ପରିବହନମନ୍ତ୍ରୀ ଶ୍ରୀ ନୀତିନ ଗଡକରୀଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାର ଧନ୍ୟବାଦ ଜଣାଇଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦାରିଙ୍ଗିବାଡି ଘାଟି ସେକ୍ସନ ବର୍ତମାନ ଏକ ସଂକୀର୍ଣ୍ଣ ଚଳାଚଳ ମାର୍ଗ ଏବଂ ଖରାପ ମାନର ଜ୍ୟାମିତିକ ଆକାର ଯୋଗୁଁ ଗାଡି ଚଳାଚଳରେ ବିଭିନ୍ନ ବାଧା ସୃଷ୍ଟି କରୁଛି । ଏହି କାରଣରୁ ପଶ୍ଚିମ ଓଡ଼ିଶାରୁ ଆସୁଥିବା ଲମ୍ବା ଦୂରଗାମୀ ଗାଡିକୁ ୫୯ନମ୍ବର ଜାତୀୟ ରାଜପଥକୁ ଏଡାଇବାକୁ ହେଉଛି । ବିଶେଷ କରି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଦୃଷ୍ଟିରେ ରଖି ଏହି ରାସ୍ତାକୁ ପ୍ରଶସ୍ତିକରଣ ଦ୍ୱାରା ରାଜପଥର ମାନ ବୃଦ୍ଧି ପାଇବ, ନିରାପତା ସୁଦୃଢ଼ ହେବ ଏବଂ ୫୯ନମ୍ବର ଜାତୀୟ ରାଜପଥରେ ସମସ୍ତ ପାଣିପାଗରେ ଯୋଗାଯୋଗ ସୁନିଶ୍ଚିତ ହୋଇପାରିବ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।  

Argus Whatsapp Channel Mobile Top
Sponsored
Modi gave Rs 718.26 crore for highway expansion in Kandhamal, Ganjam district | Argus News