BJP Clinch Falta / ସବୁ ରେକର୍ଡ ଭାଙ୍ଗିଲା BJP; ଲକ୍ଷେ ୯ ହଜାରରୁ ଅଧିକ ଭୋଟ୍ରେ ଫାଲ୍ଟାରୁ ଜିତିଲେ ଦେବାଙ୍ଗ୍ସୁ ପଣ୍ଡା
·1 hour ago·2 min read

Key Points
ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ବିଜେପିର ବାଜିମାତ୍
ଲକ୍ଷେ ୯ ହଜାରରୁ ଅଧିକ ଭୋଟ୍ରେ ଫାଲ୍ଟାରୁ ଜିତିଲେ ବିଜେପି ପ୍ରାର୍ଥୀ
ବିଜେପି ପ୍ରାର୍ଥୀ ଦେବାଙ୍ଗ୍ସୁ ପଣ୍ଡାଙ୍କୁ ୧ ଲକ୍ଷ ୪୯ ହଜାର ୬୬୬ ଖଣ୍ଡ ଭୋଟ୍
ଦ୍ୱିତୀୟ ସ୍ଥାନରେ ସିପିଆଇ (ଏମ୍), ଚତୁର୍ଥ ସ୍ଥାନକୁ ଖସିଲା ଟିଏମ୍ସି

କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ି ଇତିହାସ ଲେଖିଥିଲା । ଏବେ ଫାଲ୍ଟା ବିଧାନସଭା ଆସନରେ ହୋଇଥିବା ପୁନଃ ମତଦାନରେ ବିଜେପି ରେକର୍ଡ ବିଜୟ ହାସଲ କରିଛି । ବିଜେପି ପ୍ରାର୍ଥୀ ଦେବାଙ୍ଗ୍ସୁ ପାଣ୍ଡା ୧ ଲକ୍ଷ ୯ ହଜାରରୁ ଅଧିକ ଭୋଟ୍ରେ ଫାଲ୍ଟା ଆସନରୁ ବିଜୟୀ ହୋଇଛନ୍ତି ।
ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଫାଲ୍ଟା ଆସନରେ ମେ ୨୧ ତାରିଖରେ ମତଦାନ ହୋଇଥିଲା । ଆଜି ୨୨ ରାଉଣ୍ଡ ଭୋଟ୍ ଗଣତି ହୋଇଥିବା ବେଳେ ୧ ଲକ୍ଷ ୯ ହଜାର ୨୧ ଖଣ୍ଡ ଭୋଟ୍ରେ ବିଜେପିର ଦେବାଙ୍ଗ୍ସୁ ପାଣ୍ଡା ବାଜିମାତ୍ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ବଙ୍ଗରୁ ଦେଶାନ୍ତର ହେବେ ବାଂଲାଦେଶୀ-ରୋହିଙ୍ଗ୍ୟା ଅନୁପ୍ରବେଶକାରୀ; ନିର୍ମିତ ହେବ 'ହୋଲ୍ଡିଂ ସେଣ୍ଟର'
ବିଜେପି ପ୍ରାର୍ଥୀ ଦେବାଙ୍ଗ୍ସୁ ପାଣ୍ଡାଙ୍କୁ ମିଳିଛି ୧ ଲକ୍ଷ ୪୯ ହଜାର ୬୬୬ ଖଣ୍ଡ ଭୋଟ୍ । ଦ୍ଵିତୀୟ ସ୍ଥାନରେ ଥିବା ସିପିଆଇ (ଏମ୍) ପ୍ରାର୍ଥୀ ଶମ୍ଭୁନଥ କୁର୍ମୀଙ୍କୁ ୪୦ ହଜାର ୬୪୫ ଖଣ୍ଡ ଭୋଟ୍ ମିଳିଛି । ସେହିଭଳି ତୃତୀୟ ସ୍ଥାନରେ ଥିବା କଂଗ୍ରେସର ଅବଦୁର ରଜକ ମୋଲାଙ୍କୁ ମିଳିଛି ୧୦ ହଜାର ୮୪ ଖଣ୍ଡ ଭୋଟ୍ ।
ଟିଏମ୍ସିର ଜାହାଙ୍ଗୀର ଖାନଙ୍କୁ ମିଳିଛି ମାତ୍ର ୭ ହଜାର ୭୮୩ ଖଣ୍ଡ ଭୋଟ୍ । ମେ ୨୧ରେ ଫାଲ୍ଟା ନିର୍ବାଚନ ମଣ୍ଡଳୀରେ ୮୬.୧୧% ପ୍ରତିଶତ ମତଦାନ ହୋଇଥିଲା । ହେଲେ ଏହି ଆସନରୁ ନିର୍ବାଚନ ଲଢୁଥିହା କଥିତ "ପୁଷ୍ପା" ତଥା ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ ନିଜେ ମତଦାନ କରି ନଥିବା ଖବର ଆସିଥିଲା ।
ଦିନେ ଥିଲା TMC ଗଡ଼
ପୂର୍ବରୁ ଫାଲ୍ଟା ଆସନ ଟିଏମ୍ସିର ଗଡ଼ ଥିଲା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ଫାଲ୍ଟା ଆସନରେ ଭୋଟିଂ ହୋଇଥିଲା । ହେଲେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ବେଳେ ଇଭିଏମ୍ରେ ଲୁଚାଇ ଦିଆ ଯାଇଥିଲା ବିଜେପିର ପଦ୍ମ ଚିହ୍ନ ।
ଯାହା ପରେ ଫାଲ୍ଟାର ସମସ୍ତ ୨୮୫ ମତଦାନ କେନ୍ଦ୍ରରେ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ଏଥର ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଥିଲା ।
ଏଥିସହ ପଢ଼ନ୍ତୁ: ଗରମରେ ଅନ୍ଧାରରେ ରହିଲେ ଲୋକେ; ବଳି ପଡ଼ିଗଲେ ଅଫିସର
ପୁନର୍ବାର ମତଦାନ ପାଇଁ ଫାଲ୍ଟା ଆସନରେ ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ କଡ଼଼ାକଡ଼ି କରାଯାଇଥିଲା । ସମଗ୍ର ନିର୍ବାଚନ ମଣ୍ଡଳୀରେ ୩୫ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ନିୟୋଜିତ ହୋଇଥିଲେ । ବିଶୃଙ୍ଖଳାର ମୁକାବିଲା କରିବା ପାଇଁ ୩୦ କ୍ୱିକ୍ ରେସପନ୍ସ ଟିମ୍ ପ୍ରସ୍ତୁତ ରଖାଯାଇଥିଲା ।
ପଶ୍ଚିମବଙ୍ଗରେ ରେକର୍ଡ ବିଜୟ
ମେ ୪ ତାରିଖରେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଆସିଥିଲା । ୨୯୪ ବିଧାନସଭା ଆସନ ବିଶିଷ୍ଟ ପଶ୍ଚିମବଙ୍ଗରେ ବିଜେପି ୨୦୭ ଆସନ ଜିତି ସରକାରକୁ ଆସିଛି । ଏବେ ଫାଲ୍ଟା ଆସନ ବିଜେପି ହାତେଇବା ପରେ ବିଧାୟକଙ୍କ ସଂଖ୍ୟା ୨୦୮ରେ ପହଞ୍ଚିଛି । ବିରୋଧୀ ଟିଏମ୍ସି ପାଖେ ୮୦, କଂଗ୍ରେସ ପାଖେ ୨ ଜଣ ବିଧାୟକ ଅଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories