Videos
|
National

ମୋଦି ମୋଦି ନାରାରେ କମ୍ପିଲା ଆମେରିକା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ମୋଦି ମୋଦି ନାରାରେ କମ୍ପିଲା ଆମେରିକା

ଅର୍ଗସ ବ୍ୟୁରୋ : ମୋଦି ମୋଦି ନାରାରେ କମ୍ପିଲା ଆମେରିକା । ୩ ଦିନିଆ ଆମେରିକା ଗସ୍ତରେ ଫିଲାଡିଲଫିଆରେ ପହଞ୍ଚିଛନ୍ତି ମୋଦି । ସେଠାରେ କ୍ବାଡ୍‌ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି ମୋଦି। କ୍ବାଡ୍‌ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଲବାନି ଏବଂ ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଉପସ୍ଥିତ ଥିଲେ। ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧତା ପାଇଁ କାର୍ଯ୍ୟ କରୁଥିବା ସମାନ ଦେଶଗୁଡିକର ଏକ ଅଗ୍ରଣୀ ଗୋଷ୍ଠୀ ଭାବରେ ଏହି ଫୋରମ ଉଭା ହୋଇଛି। ରାଷ୍ଟ୍ରପତି ବାଇଡେନଙ୍କ ସହ ମୋର ସାକ୍ଷାତ ଆମ ଲୋକ ତଥା ବିଶ୍ବର କଲ୍ୟାଣ ପାଇଁ ଭାରତ-ଆମେରିକାର ବିସ୍ତୃତ ଗ୍ଲୋବାଲ ଷ୍ଟ୍ରାଟେଜିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ନୂତନ ପଥ ସମୀକ୍ଷା ଏବଂ ଚିହ୍ନଟ କରିବାକୁ ଅନୁମତି ଦେବ ବୋଲି ଏ ଅବସରରେ ପିଏମ ମୋଦି କହିଛନ୍ତି।

ଅଧିକ ପଢନ୍ତୁ : ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ସେହିପରି କ୍ୟାନସର ମୁନଶୁଟ୍ ଇଭେଣ୍ଟରେ ୱାନ୍ ଆର୍ଥ- ୱାନ୍ ହେଲଥକୁ ଗୁରୁତ୍ବ ଦେଇଛନ୍ତି ମୋଦି। ଆଉ କ୍ୟାନସର ବିରୋଧରେ ଲକ୍ଢେଇ ଲାଗି ଭାରତ ୪ କୋଟି ଭ୍ୟାକସିନ ଦେବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ଆଜି ନ୍ୟୁୟର୍କରେ ମିଳିତ ଜାତିସଂଘର ସାଧାରଣ ମହାସଭାକୁ ସମ୍ବୋଧିନ କରିବା କାର୍ଯ୍ୟକ୍ରମ ରହିଛି । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ନବମ ଆମେରିକା ଗସ୍ତ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। କରିବାକୁ ପ୍ରବାସୀ ଭାରତୀୟ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Modi has arrived in Philadelphia on a 3-day visit to America | Argus News