Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - G-7 ବୈଠକରେ ମୋଦି ଓ ଟ୍ରମ୍ପଙ୍କ ସାକ୍ଷାତ; ପ୍ରଧାନମନ୍ତ୍ରୀ ଉଠାଇଲେ ଭାରତୀୟ ନାବିକଙ୍କ ସୁରକ୍ଷା ପ୍ରସଙ୍ଗ

National

Modi Meets Trump / G-7 ବୈଠକରେ ମୋଦି ଓ ଟ୍ରମ୍ପଙ୍କ ସାକ୍ଷାତ; ପ୍ରଧାନମନ୍ତ୍ରୀ ଉଠାଇଲେ ଭାରତୀୟ ନାବିକଙ୍କ ସୁରକ୍ଷା ପ୍ରସଙ୍ଗ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
G-7 ବୈଠକରେ ମୋଦି ଓ ଟ୍ରମ୍ପଙ୍କ ସାକ୍ଷାତ; ପ୍ରଧାନମନ୍ତ୍ରୀ ଉଠାଇଲେ ଭାରତୀୟ ନାବିକଙ୍କ ସୁରକ୍ଷା ପ୍ରସଙ୍ଗ
Modi-Trump Meeting After 16 Months

Key Points

G-7 ବୈଠକକୁ ସମ୍ବୋଧିତ କହି ପ୍ରଧାନମନ୍ତ୍ରୀ ମୋଦି, ଡୋନାଲ୍ଡ ଟ୍ରମ୍ପଙ୍କୁ ଆଇନା ଦେଖାଇଛନ୍ତି । କହିଛନ୍ତି, "ପୂର୍ବାପେକ୍ଷା ବିଶ୍ଵ ଏବେ ଅନ୍ୟ ଉପରେ ଅଧିକର ନିର୍ଭରଶୀଳ ।"
ନୂଆଦିଲ୍ଲୀ: ୧୬ ମାସ ପରେ ମୁହାଁମୁହିଁ ଭେଟିଲେ । ହ୍ୟାଣ୍ଡସେକ୍ କଲେ, ଏକାଠି ବସିଲେ । ଫ୍ରାନ୍ସର ଏଭିଆନ୍ ସହରରେ G-7 ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତ ହୋଇଛି । ଯାହା ବିଶ୍ଵ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଛି ।

G-7 ବୈଠକକୁ ସମ୍ବୋଧିତ କହି ପ୍ରଧାନମନ୍ତ୍ରୀ ମୋଦି, ଡୋନାଲ୍ଡ ଟ୍ରମ୍ପଙ୍କୁ ଆଇନା ଦେଖାଇଛନ୍ତି । କହିଛନ୍ତି, "ପୂର୍ବାପେକ୍ଷା ବିଶ୍ଵ ଏବେ ଅନ୍ୟ ଉପରେ ଅଧିକର ନିର୍ଭରଶୀଳ । କୌଣସି ଦେଶର ଶକ୍ତି ସୁରକ୍ଷା, ଖାଦ୍ୟ ସୁରକ୍ଷା, ସ୍ଵାସ୍ଥ୍ୟ ସୁରକ୍ଷା, ସାଇବର ସୁରକ୍ଷା ଓ ଆର୍ଥିକ ସମୃଦ୍ଧି କେବଳ ସେହି ରାଷ୍ଟ୍ରର ସୀମା ଭିତରେ ନିର୍ଦ୍ଧାରଣ ହୁଏ ନାହିଁ । ମୋବିଲିଟି, ଡାଟା, ଅର୍ଥ, ଟେକ୍ନୋଲୋଜି ଆଦି ଆମକୁ ପରସ୍ପର ସହ ଯୋଡ଼ିଥାଏ ।"

ଏଥିସହ ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ୍‌ରୁ ନେଇ LPG ପର୍ଯ୍ୟନ୍ତ; ଆମେରିକା-ଇରାନ ଡିଲ୍‌ରୁ ଭାରତକୁ ମିଳିବ ୫ ବଡ଼ ଲାଭ 

ଏଭଳି ସମୟରେ ସହଭାଗୀତାର ଗୁରୁତ୍ଵ ସ୍ଵାଭାବିକ ଭାବେ ବଢ଼ିଯାଏ । କିନ୍ତୁ, ସହଭାଗୀତା ସେତେବେଳେ ସଫଳ ହୁଏ, ଯେତେବେଳେ ବିଶ୍ଵାସ କେନ୍ଦ୍ର ବିନ୍ଦୁ ପାଲଟେ । ଆଜିର ଦିନର ସବୁଠୁ ଗୁରୁତ୍ଵପୂର୍ଣ୍ଣ କୌଣସି ଖଣିଜ ସମ୍ପଦ, ଟେକ୍ନୋଲୋଜି କିମ୍ବା ବଜାର ନୁହେଁ ବରଂ ବିଶ୍ଵାସ ବୋଲି ବିଶ୍ଵ ନେତାଙ୍କୁ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ବିଶ୍ଵାସକୁ ଟେକ୍ନୋଲୋଜି ଓ ଯୋଗାଣ ଶୃଙ୍ଖଳର ଅସ୍ତ୍ର ଭାବେ ନୁହେଁ ବରଂ ବିଶ୍ଵର ହିତ ସାଧନ ପାଇଁ ବ୍ୟବହାର କରାଯାଉ । ବିଶ୍ଵାସ ରହିଛି, ବିକାଶ ମାତ୍ର କିଛି ଦେଶ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ । ବୈଶ୍ଵିକ ସଂସ୍ଥା ସମସ୍ତ ଦେଶର ଆଂକାକ୍ଷା ପୂରଣ କରିବାରେ ସକ୍ଷମ ହେବ ।"

କୋଭିଡ୍ ଆମକୁ ବିଶ୍ଵାସ ଓ ଏକତାର ଆଇନା ଦେଖାଇଥିଲେ । ଆଜି ଦୁନିଆ ସମ୍ବଳର ଅଭାବକୁ ନେଇ ଲଢ଼ୁନି ବରଂ ଦୁର୍ବଳ ବିଶ୍ଵାସ ସହ ଜଡ଼ିତ । ଆଗକୁ ଆମମାନଙ୍କ ସମ୍ପର୍କର ଭବିଷ୍ୟତ ଏହି ବିଶ୍ଵାସ ଉପରେ ନିର୍ଭର କରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଭାରତୀୟ ନାବିକଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇଲେ

G-7ରେ ପ୍ରଧାନମନ୍ତ୍ରୀ ହର୍ମୁଜ ଓ ଆଖପାଖ ସମୁଦ୍ରରେ ଭାରତୀୟ ନାବିକଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇଛନ୍ତି । କହିଛନ୍ତି, "ପଶ୍ଚିମ ଏସିଆରେ ଶାନ୍ତି ପ୍ରୟାସରେ ହୋଇଥିବା ଅଗ୍ରଗତିକୁ ସ୍ଵାଗତ କରୁଛୁ । ଏହି ଯୁଦ୍ଧରେ ଆମ ସହଯୋଗୀ ଦେଶର ଧନ ଜୀବନ ହାନି ହୋଇଛି ।"

ହର୍ମୁଜ ପ୍ରଣାଳୀରେ ସାମୁଦ୍ରିକ ବାଣିଜ୍ୟ ପ୍ରତିବନ୍ଧକ ଦ୍ଵାରା ବିଶ୍ଵର ଅର୍ଥବ୍ୟବସ୍ଥା କ୍ଷତି ସହିଛି । ଭାରତୀୟ ନାଗରିକଙ୍କ ଜୀବନ ଯାଇଛି । ସାମୁଦ୍ରିକ ବାଣିଜ୍ୟ ଦ୍ଵାରା ସମସ୍ତ ରାଷ୍ଟ୍ରଙ୍କୁ ଯୋଡ଼ୁଥିବା ନାବିକଙ୍କ ସୁରକ୍ଷା ଆମ ଦାୟିତ୍ଵ । ଆମକୁ ସୁନିଶ୍ଚିତ କରିବାକୁ ହେବ ସମୁଦ୍ର ପଥ ସୁରକ୍ଷିତ ଏବଂ ନାବିକ ବିନା ଭୟରେ ସେମାନଙ୍କ କାର୍ଯ୍ୟ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଏଥିସହ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଛାଡ଼ କଲେ କୃଷି ଋଣ, ଉପକୃତ ହେବେ ୧୪ ଲକ୍ଷରୁ ଅଧିକ ଚାଷୀ 

ଆମେରିକା-ଭାରତ ଦ୍ଵି ପାକ୍ଷିକ ଆଲୋଚନା

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ଵି ପାକ୍ଷିକ ଆଲୋଚନା କରିବେ । ଏଥିରେ ବାଣିଜ୍ୟ ଚୁକ୍ତି ନେଇ ଚର୍ଚ୍ଚା ବି ହୋଇପାରେ । ସୂଚନା ଯୋଗ୍ୟ, G-7ର ସହଯୋଗୀ ରାଷ୍ଟ୍ର ଭାବେ ଭାରତ ୧୩ଥର ପାଇଁ ଏହି ସମ୍ମିଳନୀରେ ସାମିଲ୍ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ସପ୍ତମ ଥର ଏହି ବିଶ୍ଵ ସମ୍ମିଳନୀରେ ସାମିଲ୍ ହୋଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored