Big Relief for Farmers / ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଛାଡ଼ କଲେ କୃଷି ଋଣ, ଉପକୃତ ହେବେ ୧୪ ଲକ୍ଷରୁ ଅଧିକ ଚାଷୀ
·1 hour ago·2 min read

Key Points
କୃଷି ଋଣ ଛାଡ଼ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ୭୫ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ନେଇଥିବା ଚାଷୀଙ୍କୁ ଆଉ ପରିଶୋଧ କରିବାକୁ ପଡ଼ିବନି ଲୋନ୍ ।
ଚେନ୍ନାଇ: କୃଷକଙ୍କ ପାଇଁ ବଡ଼ ନିଷ୍ପତ୍ତି । କୃଷି ଋଣ ଛାଡ଼ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ୭୫ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ନେଇଥିବା ଚାଷୀଙ୍କୁ ଆଉ ପରିଶୋଧ କରିବାକୁ ପଡ଼ିବନି ଲୋନ୍ । ଏଥିପାଇଁ ସରକାରଙ୍କ ଉପରେ ପ୍ରାୟ ୬ ହଜାର କୋଟି ଟଙ୍କା ବୋଝ ପଡ଼ିବ ।
ମଙ୍ଗଳବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଏହି ବଡ଼ ଘୋଷଣା କରିଛନ୍ତି । ୭୫ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ନେଇଥିବା ଚାଷୀଙ୍କ ଋଣ ଛାଡ଼ କରାଯାଇଛି । ଏହାଦ୍ଵାରା ରାଜ୍ୟର ୧୪ ଲକ୍ଷ ୪୩ ହଜାର ଚାଷୀ ସିଧାସଳଖ ଉପକୃତ ହେବେ ।
ଏଥିସହ ପଢ଼ନ୍ତୁ: E20 ପେଟ୍ରୋଲ୍ ପାଇଁ କାର୍-ବାଇକ୍ ଇଞ୍ଜିନ୍ ଖରାପ ହେଲେ ମିଳିବନି ଇନ୍ସୁରାନ୍ସ ! ଜାଣନ୍ତୁ ସତ...
ସଚିବାଳୟରେ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ । ସେ କହିଛନ୍ତି, "ଯେଉଁ ଚାଷୀ ୭୫ ହଜାରରୁ ଅଧିକ ଋଣ ନେଇଛନ୍ତି ସେମାନଙ୍କୁ ୩୫ ହଜାର ଟଙ୍କା ଛାଡ଼ କରାଯିବ ।"
ତାମିଲନାଡ଼ୁ ରାଜ୍ୟ ସରକାର, ସହକାରୀ ବ୍ୟାଙ୍କରୁ ଋଣ ନେଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ୫୦ ହଜାର ପର୍ଯ୍ୟନ୍ତ ଋଣ ଛାଡ଼ ପାଇଁ ଗତ ମାସରେ ଘୋଷଣା କରିଥିଲେ । ହେଲେ ଏଥିରେ ସଂଶୋଧନ ଦାବି କରିଥିଲେ ଚାଷୀ । ଯାହା ପରେ ସରକାର କୃଷି ଋଣ ଛାଡ଼ ସୀମାକୁ ୭୫ ହଜାରକୁ ବୃଦ୍ଧି କରିଛନ୍ତି ।
୬ ହଜାର କୋଟିର ଋଣ ଛାଡ଼
ଆରବିଆଇର ସରକାରୀ ଋଣ ଛାଡ଼ ଯୋଜନାର ପରିଚାଳନା ପ୍ରକ୍ରିୟା ଅନୁସାରେ, ସରକାର ଛାଡ଼ କରିଥିବା ସମ୍ପୂର୍ଣ୍ଣ ଋଣ ରାଶି ୪୫ରୁ ୬୦ ଦିନ ଭିତରେ ବିରତରଣ କରାଯିବ ଉଚିତ୍ । ଏହି କୃଷି ଋଣ ଛାଡ଼ ମୌସୁମୀ ଫସଲ ପାଇଁ ଚାଷୀମାନଙ୍କ ଲାଗି ଉପକାରୀ ସାବ୍ୟସ୍ତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏଥିସହ ପଢ଼ନ୍ତୁ: ଆଗକୁ ଆସୁଛି 'ଏଲ୍ ନିନୋ'; ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମିଳିଲା ନିର୍ଦ୍ଦେଶ
ବିଜ୍ଞପ୍ତିରେ କୁହାଯାଇଛି, "ରାଜ୍ୟ ସରକାର ଆର୍ଥିକ ସ୍ଥିତି ଓ ସମ୍ବଳକୁ ଧ୍ୟାନରେ ରଖି କଠିନ ପରିସ୍ଥିତିରେ ୨୦୨୫ ମେରୁ ୨୦୨୬ ଫେବ୍ରୁଆରୀ ମଧ୍ୟରେ ଫସଲ ଋଣ ନେଇଥିବା ୧୪.୪୩ ଲକ୍ଷ କୃଷକଙ୍କ ୫, ୯୩୨ କୋଟି ଋଣ ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories