Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୋହନଙ୍କ ସହ ଯାହା ହୋଇଥିଲା...ଶୁଭେନ୍ଦୁଙ୍କ ସହ ବି ହେଲା ସେମିତି, ବିଜୟ ପଛରେ ଲୁଚିଛି ଦୁଃଖର କାହାଣୀ

National

Suvendu Adhikari CM / ମୋହନଙ୍କ ସହ ଯାହା ହୋଇଥିଲା...ଶୁଭେନ୍ଦୁଙ୍କ ସହ ବି ହେଲା ସେମିତି, ବିଜୟ ପଛରେ ଲୁଚିଛି ଦୁଃଖର କାହାଣୀ

Santosh Kumar Sahoo
Browse all articles by Santosh Kumar Sahoo
·11 hours ago·3 min read
ମୋହନଙ୍କ ସହ ଯାହା ହୋଇଥିଲା...ଶୁଭେନ୍ଦୁଙ୍କ ସହ ବି ହେଲା ସେମିତି, ବିଜୟ ପଛରେ ଲୁଚିଛି ଦୁଃଖର କାହାଣୀ
Suvendu Adhikari

Key Points

ମୋହନ ମାଝୀ ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ଅଜବ ସାମଞ୍ଜସ୍ୟ
ଖୁସି ଆସିଲା, କିନ୍ତୁ ଦୁଃଖ ଛାଡ଼ିଗଲାନି
ବିଜୟ ପଛରେ ଲୁଚିଛି ଦୁଃଖର କାହାଣୀ
ମୋହନ ମାଝୀଙ୍କ ପରେ ଶୁଭେନ୍ଦୁ ଅଧିକାରୀ । ମୋହନଙ୍କ ସହ ଯାହା ହୋଇଥିଲା । ଶୁଭେନ୍ଦୁଙ୍କ ସହ ବି ସେଇଆ ହେଲା। ମୁଖ୍ୟମନ୍ତ୍ରୀ ହେଲେ, କିନ୍ତୁ ଦୁଃଖ ରହିଗଲା ।
ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ଶୁକ୍ରବାର ଅପରାହ୍ନରେ ବସିଥିବା ବିଧାୟକ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କୁ ନେତା ବଛାଯିବା ପରେ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ନାଁ ଘୋଷଣା କରିଥିଲେ । ଆଉ ଆସନ୍ତାକାଲି ଅର୍ଥାତ୍ ମେ' ୯ ତାରିଖରେ କୋଲକାତାର ବ୍ରିଗେଡ ପରେଡ୍‌ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ ନୂଆ ସରକାରଙ୍କ ଶପଥ ସମାରୋହ । ଯେଉଁଠି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ ।

ତେବେ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଥିବା ଶୁଭେନ୍ଦୁ ଯେତିକି ଖୁସି ହେବା କଥା, ହୁଏତ ସେତିକି ଖୁସି ସେ ହୋଇ ପାରୁନଥିବେ । ଠିକ୍ ଯେମିତି ସେଦିନ ଖୁସି ଅନୁଭବ କରି ପାରୁନଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୨ ଜୁନ୍, ୨୦୨୪ରେ ମୋହନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ଠିକ୍ ତା' ପୂର୍ବ ଦିନ ତାଙ୍କ ବ୍ୟକ୍ତିଗତ ସହକାରୀ ବା PA ଚନ୍ଦନ କୁମାର ମହାପାତ୍ରଙ୍କ ଏକ ସଡ଼କ ଦୁର୍ଘଟଣାରେ ଜୀବନ ଚାଲିଯାଇଥିଲା । ୧୧ ଜୁନ୍, ୨୦୨୪ ରେ ଚନ୍ଦନଙ୍କ ଦୁର୍ଘଟଣାଜନିତ ମୃତ୍ୟୁ, ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଥିବା ମୋହନ ମାଝୀଙ୍କ ପାଇଁ ଥିଲା ଏକ ଶକ୍ତ ଧକ୍କା ।

ଅଧିକ ପଢ଼ନ୍ତୁ: ୧୯୯୫ରେ କାଉନସିଲର…୨୦୨୬ରେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଶୁଭେନ୍ଦୁ ଅଧିକାରୀଙ୍କ ପୂରା କାହାଣୀ


ହୁଏତ ଏହାକୁ ଏକ ସଂଯୋଗ କୁହାଯାଇପାରେ କିନ୍ତୁ ସେଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ମୋହନ ମାଝୀ ଏବଂ ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଥିବା ଶୁଭେନ୍ଦୁ ଅଧିକାରୀଙ୍କ ପରିସ୍ଥିତି ଏବଂ ମାନସିକ ସ୍ଥିତି ପ୍ରାୟ ସମାନ ବୋଲି କୁହାଯାଇପାରେ । ଉଭୟ ରାଜ୍ୟରେ ଘଟିଥିବା ଘଟଣାରେ ମଧ୍ୟ ଅନେକ କିଛି ସାମଞ୍ଜସ୍ୟ ରହିଛି । କାରଣ ଓଡ଼ିଶା ପରି ପଶ୍ଚିମବଙ୍ଗ ବି ଦେଶର ପୂର୍ବୋତ୍ତର ରାଜ୍ୟ । ୨୦୨୪ ସାଧାରଣ ନିର୍ବାଚନରେ ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରକୁ ବିତାଡ଼ିତ କରି ବିଜେପି ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତ ସହ ଓଡ଼ିଶାରେ ସରକାର ଗଢ଼ିଥିଲା । ଆଉ ନିକଟରେ ଶେଷ ହୋଇଥିବା ୨୦୨୬ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ମଧ୍ୟ ଦୀର୍ଘ ୧୫ ବର୍ଷ ଧରି ଶାସନ କରିଥିବା ମମତା ବାନାର୍ଜୀଙ୍କ ଟିଏମସି ସରକାରକୁ ଧୂଳି ଚଟାଇ ବିଜେପି ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ିବାକୁ ଯାଉଛି ।

ସେଦିନ ଯେମିତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ଠିକ୍ ପୂର୍ବରୁ ମୋହନଙ୍କ ପାଇଁ ଏକ ଦାରୁଣ ଖବର ସବୁ ଖୁସିକୁ ଫିକା ପକାଇ ଦେଇଥିଲା, ଆଜି ବି ସେମିତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପୂର୍ବରୁ ଶୁଭେନ୍ଦୁଙ୍କ ମନରେ ରହିଛି ଦୁଃଖ ଏବଂ ଶୋକର ଛାୟା । ସେଦିନ ବି ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବାର ଖୁସି ଅନୁଭବ କରିବା ପାଇଁ ତାଙ୍କ ବ୍ୟକ୍ତିଗତ ସହକାରୀ ବା PA ଚନ୍ଦନ କୁମାର ମହାପାତ୍ର ଏ ଦୁନିଆରେ ନଥିଲେ । ଆଉ ଏବେ ମଧ୍ୟ ଶୁଭେନ୍ଦୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିବାର ଦେଖିବା ପାଇଁ ତାଙ୍କ PA ଚନ୍ଦ୍ରନାଥ ରଥ ଏ ଦୁନିଆରେ ନାହାଁନ୍ତି ।

ତେବେ ଫରକ କେବଳ ଏତିକି ଯେ ମୋହନଙ୍କ PA ଦୁର୍ଘଟଣାରେ ପ୍ରାଣ ହରାଇଥିଲେ କିନ୍ତୁ ଶୁଭେନ୍ଦୁଙ୍କ PAଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗତ ବୁଧବାର ରାତିରେ ଅର୍ଥାତ୍ ମେ' ୬, ୨୦୨୬ରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମଧ୍ୟମଗ୍ରାମଠାରେ ଶୁଭେନ୍ଦୁ ଅଧିକାରୀଙ୍କ PA ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୨୦୨୧ରୁ ଚନ୍ଦ୍ରନାଥ, ଶୁଭେନ୍ଦୁଙ୍କ ସହ କାମ କରୁଥିଲେ ଏବଂ ତାଙ୍କର ସମସ୍ତ ରାଜନୈତିକ କାର୍ଯ୍ୟ ବୁଝାସୁଝା କରୁଥିଲେ । ତେଣୁ ଦୁଇଟିଯାକ ଅଘଟଣ ଏବଂ ପରିସ୍ଥିତି ଦେଖି ଲାଗୁଛି ଯେମିତି ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଭାଗ୍ୟଡୋରି ଯେମିତି କେଉଁଠି ନା କେଉଁଠି ମିଶିଯାଇଛି। ଦୁଇଟି ଯାକ ରାଜ୍ୟରେ ବିଜେପି ଦୀର୍ଘ ବର୍ଷର କ୍ଷମତାସୀନ ତଥା ଶକ୍ତିଶାଳୀ ଆଞ୍ଚଳିକ ଦଳଙ୍କୁ ଗାଦିଚ୍ୟୁତ କରି ଏକକ ସରକାର ଗଢ଼ିଛି । ହେଲେ ଦୁର୍ଭାଗ୍ୟଜନକ ଭାବେ ଉଭୟ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଯାଉଥିବା ନେତାଙ୍କ PA ବା ବ୍ୟକ୍ତିଗତ ସହକାରୀ ଏ ଖୁସି ଦେଖିବା ପୂର୍ବରୁ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suvendu Adhikari and Mohan Majhi: A Similar Painful Story | Argus News