Mohan Yadav / ସଡ଼କ ଚଉଡ଼ା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଭାଙ୍ଗିବା ଆରମ୍ଭ କଲେ ପୈତୃକ ଘର
·1 hour ago·2 min read

Key Points
ହାତରେ ଗଇଁତି ଧରି ନିଜ ଘର ଭାଙ୍ଗିବା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନିଜ ପୈତୃକ ଘର ଭାଙ୍ଗିବା କାର୍ଯ୍ୟ ନିଜ ହାତରେ ଆରମ୍ଭ କରିଛନ୍ତି ।
ଭୋପାଳ: ଚଉଡ଼ା ହେବ ରାସ୍ତା । ହାତରେ ଗଇଁତି ଧରି ନିଜ ଘର ଭାଙ୍ଗିବା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନିଜ ପୈତୃକ ଘର ଭାଙ୍ଗିବା କାର୍ଯ୍ୟ ନିଜ ହାତରେ ଆରମ୍ଭ କରିଛନ୍ତି । ଏପରି କରି ଅନ୍ୟ ଲୋକଙ୍କୁ ଉତ୍ସାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଉଜ୍ଜୈନରେ ସିଂହସ୍ଥ-୨୦୨୮ ଆୟୋଜନ ପାଇଁ ସଡ଼କ ପ୍ରଶସ୍ଥୀକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଆଉ ଏହି ରାସ୍ତା ଚଉଡ଼ା ବେଳେ ପରିଧିରେ ଆସୁଛି ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ପୈତୃକ ଘର । ରବିବାର ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗଇଁତି ନେଇ ପୈତୃକ ଘର ଭାଙ୍ଗିବା ଆରମ୍ଭ କରି ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ରାତି ସାରା ଭଙ୍ଗାରୁଜା ସହ ୟୁନିଭରସିଟିରେ ଅଗ୍ନିକାଣ୍ଡ; ଜଳନ୍ଧରରେ ଛାତ୍ରଙ୍କ ଭୟଙ୍କର ପ୍ରତିବାଦ
ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ ତାଙ୍କ ଭଉଣୀ ତଥା ବିଜେପି ନେତ୍ରୀ କଳାବତୀଙ୍କ ଘର ମଧ୍ୟ ସେହି ରାସ୍ତାରେ ରହିଛି । କଳାବତୀଙ୍କ ଘରର ଅଂଶ ମଧ୍ୟ ଭଙ୍ଗାଯିବ । ରବିବାର ନିଜ ହାତରେ ଘର ଭାଙ୍ଗିବା ଆରମ୍ଭ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଭାବପ୍ରବଣ ହୋଇ ଯାଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ପର୍ଯ୍ୟଟକଙ୍କ ପାଇଁ ରାସ୍ତା ପ୍ରଶସ୍ଥ ହେଉଥିବାରୁ ମୁଖ୍ୟମନ୍ତ୍ରୀ ପରିବାର ଖୁସିବ୍ୟକ୍ତ କରିଛନ୍ତି । ଘରର ଅଂଶ ଭଙ୍ଗା ଯାଉଥିବାରୁ ସେମାନେ କୌଣସି କ୍ଷତିପୂରଣ ନେବେ ନାହିଁ ବୋଲି କହିଛନ୍ତି । ଯାହାପରେ ଘର ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ କରାଯାଇଛି ।
ଉଜ୍ଜୈନର ଖଜୁର ମସଜିଦ୍ ଅଞ୍ଚଳରୁ ନେଇ ଅବ୍ଦାଲପୁର ଏବଂ ଜିବାଜିଗଞ୍ଜ ଥାନା ଦେଇ ଗଣେଶ ଛକ ପର୍ଯ୍ୟନ୍ତ ୭୩୦ ମିଟର ରାସ୍ତାକୁ ୧୫ ମିଟର ପ୍ରଶସ୍ଥ କରାଯାଉଛି । ଏହି ରାସ୍ତା ଚଉଡ଼ା କରିବା ପାଇଁ ୨୭୨ଟି କୋଠାକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାଙ୍ଗିବାକୁ ପଡ଼ିବ ।
ଉଜ୍ଜୈନ ମହାନଗର ନିଗମ ପକ୍ଷରୁ ରାସ୍ତା ଚଉଡ଼ା କରିବା କାର୍ଯ୍ୟ ଆରମ୍ଭ କରାଯାଇଛି । ରବିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନିଜେ ପୈତୃକ ଘର ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ମୋହନ ଯାଦବଙ୍କ ଏହି ଘରର ପ୍ରାୟ ୨.୩୦ରୁ ନେଇ ୨.୯୦ ମିଟର ପର୍ଯ୍ୟନ୍ତ ଅଂଶ ଭଙ୍ଗାଯିବ ।
ଏଥିସହ ପଢ଼ନ୍ତୁ: ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅପରାଧ,POCSO ଆଇନରେ ମୁସଲିମଙ୍କୁ ଛାଡ଼ ନାହିଁ
୧୯୭୪ରେ ଜେଜେବାପା ନିର୍ମାଣ କରିଥିଲେ ଘର
ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଏହି ପୈତୃକ ଘରକୁ ତାଙ୍କ ଜେଜେବାପା ୧୯୭୪ ମସିହାର ନିର୍ମାଣ କରିଥିଲେ । ଏହି ଘରେ ହିଁ ଜନ୍ମ ହୋଇଥିଲେ ମୋହନ ଯାଦବ । ଏଠି ମୁଖ୍ୟମନ୍ତ୍ରୀଙ୍କ ପିଲାଦିନ ମଧ୍ୟ କଟିଛି ।

ଛାତ୍ର ରାଜନୀତିରୁ ନେଇ ସକ୍ରିୟ ରାଜନୀତି ପର୍ଯ୍ୟନ୍ତ ଏଇ ଘରୁ ଆରମ୍ଭ କରିଥିଲେ ମୋହନ ଯାଦବ । ଏହି ଘରେ ରହି ପ୍ରଥମଥର କଲେଜର ଛାତ୍ର ସଂସଦ ସଭାପତି ନିର୍ବାଚିତ ହୋଇଥିଲେ । ଏବେ ଏହି ଘରେ ମୋହନଙ୍କ ଦାଦାଙ୍କ ପରିବାର ରହୁଛନ୍ତି ।
Related Topics
Explore more stories