Asia Cup Trophy Controversy / ବଦଳିଲା ନକ୍ଭୀଙ୍କ ସ୍ୱର; ଭାରତକୁ ପ୍ରଶଂସା କଲେ, ନୂଆ ଚାଲ ଖେଳିଲେ !

Key Points
୨୦୨୫ ଏସିଆ କପ୍ ଟ୍ରଫି ଏପର୍ଯ୍ୟନ୍ତ ଡିଫେଣ୍ଡିଂ ଚାମ୍ପିଅନ୍ ଟିମ୍ ଇଣ୍ଡିଆ ପାଖରେ ପହଞ୍ଚିପାରି ନାହିଁ । ଯାହା ଫଳରେ ବିସିସିଆଇ ଏବଂ ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ଅଧ୍ୟକ୍ଷ ମୋହସିନ୍ ନକଭିଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏସିଆ କପ୍ ଟ୍ରଫିକୁ ନେଇ ବିସିସିଆଇର ମତକୁ ସମର୍ଥନ କରିଛନ୍ତି। ହେଲେ ମୋହସିନ୍ ନକଭି ଜିଦ୍ ଧରିଛନ୍ତି ଯେ ବିସିସିଆଇର ଜଣେ ପ୍ରତିନିଧି ଦୁବାଇର ଏସିସି ମୁଖ୍ୟାଳୟରୁ ଆସି ଟ୍ରଫି ନେଇଯାଆନ୍ତୁ ।
ଏହାସହ ପଢ଼ନ୍ତୁ:- ଫୁଲ ଦମ୍ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ !
ବିସିସିଆଇ ନକଭିଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ଆଗାମୀ ଆଇସିସି ବୈଠକରେ ଏହି ପ୍ରସଙ୍ଗ ଉଠାଇବ ବୋଲି କହିଛି। ଏସିଆ କପ୍ ୨୦୨୫ ପ୍ରାଇଜ୍ ସେରିମନି ବିବାଦକୁ ନେଇ BCCI ପକ୍ଷରୁ ସେପ୍ଟେମ୍ବର ୩୦ରେ ଦିଆଯାଇଥିବା ଚିଠିର ଜବାବ ଦେଇ ନକଭି କହିଛନ୍ତି, "ପୁରସ୍କାର ଉତ୍ସବର ଠିକ୍ ପୂର୍ବରୁ, ଭାରତୀୟ ଟିମ୍ ତାଙ୍କଠାରୁ ଟ୍ରଫି ଗ୍ରହଣ କରିବ ନାହିଁ ବୋଲି ଘୋଷଣା କରିଥିଲା, ଯାହା ଫଳରେ ୪୦ ମିନିଟ୍ ବିଳମ୍ବ ହୋଇଥିଲା। ଏସିଆ କପ୍ ଟ୍ରଫି ଭାରତୀୟ ଟିମ୍ର, ଏବଂ ବିସିସିଆଇ ଅଧିକାରୀ କିମ୍ବା ତାଙ୍କର କୌଣସି ପ୍ରତିନିଧି ଦୁବାଇ ଯାଇ ACC ମୁଖ୍ୟାଳୟରୁ ଟ୍ରଫି ସଂଗ୍ରହ କରିନେବା ଉଚିତ୍' ।
ଏଥିସହ ପଢ଼ନ୍ତୁ: ଅଲାଜୁକ ଦେଶ ! ହାରିବା ପରେ ବି ଟ୍ରଫି ଦେବାକୁ ନାରାଜ ପାକିସ୍ତାନ...
ଗତ ସପ୍ତାହରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏବଂ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ACCକୁ ଚିଠି ଲେଖି BCCIର ପ୍ରତିନିଧୀ ରାଜୀବ ଶୁକ୍ଲାଙ୍କୁ ଟ୍ରଫି ପ୍ରଦାନ କରଯାଉ ବୋଲି କହିଥିଲେ । ଚିଠିର ଉତ୍ତରରେ ACC ମୁଖ୍ୟ ମୋହସିନ୍ ନକଭି କହିଛନ୍ତି, "୩୦ ସେପ୍ଟେମ୍ବର ୨୦୨୫ ରେ ଆପଣଙ୍କର ଚିଠି ହସ୍ତଗତ ହୋଇଥିଲା । ହେଲଷ ୩୦ ସେପ୍ଟେମ୍ବର ୨୦୨୫ ଅପରାହ୍ନ ୩ଟାରେ (UAE ସମୟ) ACC ବାର୍ଷିକ ସାଧାରଣ ବୈଠକ (AGM) ଆରମ୍ଭ ହେବାକୁ ଥିଲା । ଯାହାକି ପୂର୍ବ ନିର୍ଦ୍ଧାରିତ । AGMରେ BCCIର ପ୍ରତିନିଧିତ୍ୱ ରାଜୀବ ଶୁକ୍ଳା ଏବଂ ଆଶିଷ ଶେଲାର କରିଥିଲେ। AGM ରେ ଏହି ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । କିନ୍ତୁ ଯେହେତୁ ଆପଣ ACC ସଦସ୍ୟମାନଙ୍କୁ ଏହି ଚିଠି ପଠାଇଛନ୍ତି, ତେଣୁ ରେକର୍ଡ ସ୍ପଷ୍ଟ ହେବା ଉପଯୁକ୍ତ।"
ଏହାସହ ପଢ଼ନ୍ତୁ:- ଭାରତୀୟଙ୍କ ଜବରଦସ୍ତି ଯୁଦ୍ଧକୁ ନେଉଛି ଋଷ, ଚାକିରି ଦେବେ କହି ଫସାଉଛନ୍ତି ଏଜେଣ୍ଟ !
ମୋହସିନ ନକଭି ଆହୁରି କହିଛନ୍ତି, "ପ୍ରଥମେ, ମୁଁ ଭାରତୀୟ କ୍ରିକେଟ ଦଳକୁ ଏସିଆ କପ୍ ୨୦୨୫ ଜିତିବା ପାଇଁ ଅଭିନନ୍ଦନ ଜଣାଉଛି, ଯେପରି ମୁଁ ପୂର୍ବ AGMରେ ଜଣାଇଥିଲି। ମୁଁ ACCରେ BCCI ପ୍ରତିନିଧିମାନଙ୍କୁ ପ୍ରଶଂସା କରୁଛି ଏବଂ ପରମ୍ପରା, ପ୍ରଥା, କ୍ରିକେଟ ନିୟମ ଏବଂ ଖେଳର ଅଖଣ୍ଡତାର ମୌଳିକତା ଉପରେ ସେମାନଙ୍କ ଚିଠିରେ ଦିଆଯାଇଥିବା ଗୁରୁତ୍ୱକୁ ଖୁସିର ସହିତ ସ୍ୱୀକାର କରୁଛି। ମୁଁ ଆନ୍ତରିକତାର ସହ ଆଶା କରୁଛି ଯେ ଏହି ଭାବନାଗୁଡ଼ିକ ଚିଠିର ଶବ୍ଦ ପର୍ଯ୍ୟନ୍ତ ସୀମିତ ନରହୁ, ବରଂ ମଇଦାନରେ ବି ଉତ୍ସାହର ସହିତ ପ୍ରଦର୍ଶିତ ହେଉ।"
ACC ମୁଖ୍ୟ ମୋହସିନ ନକଭି କହିଛନ୍ତି, "ପ୍ରକୃତ କଥା ହେଉଛି ଯେ ପୁରସ୍କାର ସମାରୋହ ସମ୍ପର୍କରେ BCCI ପକ୍ଷରୁ କୌଣସି ସରକାରୀ ଯୋଗାଯୋଗ ACC କାର୍ଯ୍ୟାଳୟ କିମ୍ବା ଟୁର୍ନାମେଣ୍ଟ ନିର୍ଦ୍ଦେଶକଙ୍କ ସହ ସେୟାର କରାଯାଇ ନଥିଲା। ସମାରୋହ ଆରମ୍ଭ ହେବା ପରେ ଏବଂ ସମ୍ମାନିତ ଅତିଥିମାନଙ୍କୁ ମଞ୍ଚ ଉପରେ ବସାଇବା ପରେ ହିଁ BCCIର ଜଣେ ପ୍ରତିନିଧି ମୋତେ ଜଣାଇଥିଲେ ଯେ ଭାରତୀୟ କ୍ରିକେଟ୍ ଦଳ ମୋ ଠାରୁ ଏସିଆ କପ୍ ଟ୍ରଫି ଏବଂ ପୁରସ୍କାର ଗ୍ରହଣ କରିବ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାଯାଇଥିଲା, ଯାହା ଫଳରେ ଅନାବଶ୍ୟକ ବିଳମ୍ବ ହୋଇଥିଲା।"
ସେ ଖେଳରେ ରାଜନୀତି ପୁରାଇବା ନେଇ ବିସିସିଆଇ ଉପରେ ଅଭିଯୋଗ ଆଣି କହିଛନ୍ତି, "ପ୍ରଶାସନିକ ମାମଲାରେ ଏସିସି ନିରପେକ୍ଷ ରହିଛି ଏବଂ ରହିବ। ଏସିସି ମୁଖ୍ୟ ଭାବରେ, ପୁରସ୍କାର ସମାରୋହର ମର୍ଯ୍ୟାଦା ବଜାୟ ରଖିବା ଏବଂ ଏହା ରାଜନୀତି ଦ୍ୱାରା ପ୍ରତିକୂଳ ପ୍ରଭାବିତ ନହେବା ପାଇଁ ମୁଁ ଅନ୍ୟ ବିଶିଷ୍ଟ ଅତିଥିମାନଙ୍କ ସହିତ ପ୍ରାୟ ୪୦ ମିନିଟ୍ ଅପେକ୍ଷା କରିଥିଲି, କିନ୍ତୁ ଏହା ବ୍ୟର୍ଥ ଥିଲା।
ଏଥିସହ ପଢ଼ନ୍ତୁ: ରିଷଭ ପନ୍ତ ଅଧିନାୟକ, ଗିଲଙ୍କୁ ମିଳିଲାନି ସ୍ଥାନ: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା
ଏସିଆ କପ୍ ୨୦୨୫ ଟ୍ରଫିର ହକ୍ଦାର ଭାରତୀୟ ଟିମ୍ । ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ । କିନ୍ତୁ ଯେପର୍ଯ୍ୟନ୍ତ ବିସିସିଆଇର ଜଣେ ଅଧିକାରୀ କିମ୍ବା କୌଣସି ପ୍ରତିନିଧି ନିଜେ ଦୁବାଇ ସ୍ଥିତ ଏସିସି ମୁଖ୍ୟାଳୟକୁ ଆସି ମୋ ଠାରୁ ଏହାକୁ ଗ୍ରହଣ କରିବେ ନାହିଁ, ସେପର୍ଯ୍ୟନ୍ତ ଏହା ସେହିଠାରେ ହିଁ ସଂରକ୍ଷିତ ରଖାଯିବ।"
ଅନ୍ୟପଟେ ବିସିସିଆଇ ମଧ୍ୟ ନିଜର ମତ ସ୍ପଷ୍ଟ କରିଛି ଯେ କୌଣସି ପ୍ରତିନିଧି ମୋହସିନ ନକଭିଙ୍କଠାରୁ ଏସିଆ କପ୍ ଟ୍ରଫି ଗ୍ରହଣ କରିବେ ନାହିଁ। ତେଣୁ, ଏନେଇ ICC ବୈଠକରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ବିସିସିଆଇ ସଚିବ ଜୟ ଶାହ ବର୍ତ୍ତମାନ ICC ଅଧ୍ୟକ୍ଷ ଅଛନ୍ତି।
📱 Get Argus News App
✨Related Topics
Explore more stories