Monsoon deficit India 2026 / ହ୍ରାସ ପାଇଛି ମୌସୁମୀ ବର୍ଷା; ୨୫.୧୦ ଲକ୍ଷ ହେକ୍ଟର ଫସଲ କ୍ଷତିଗ୍ରସ୍ତ
·1 hour ago·3 min read

Key Points
ମୌସୁମୀ ବାୟୁର ପଶ୍ଚିମ ପ୍ରାନ୍ତ ଏହାର ସ୍ୱାଭାବିକ ସ୍ଥିତିର ଉତ୍ତରରେ ରହିଛି। ଫଳସ୍ୱରୂପ, ସପ୍ତାହର ଅଧିକାଂଶ ସମୟ ପାଇଁ ପଶ୍ଚିମ ହିମାଳୟ ଅଞ୍ଚଳରେ ଏବଂ ଆଗାମୀ ୩-୪ ଦିନ ପାଇଁ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
Monsoon rainfall shortage impact: ଚଳିତ ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁରେ, ବିଗତ ଦୁଇ ସପ୍ତାହ ମଧ୍ୟରେ ଦେଶର କିଛି ରାଜ୍ୟରେ ଭଲ ବର୍ଷା ହୋଇଛି। ହେଲେ ଏହା ସତ୍ତ୍ୱେ, ଏହି ଋତୁରେ ବର୍ଷାର ଅଭାବ ଗତ ଜୁନ୍ ପହିଲାରୁ ୧୫ ଅଗଷ୍ଟ ମଧ୍ୟରେ ୧୩ ପ୍ରତିଶତକୁ ବୃଦ୍ଧି ପାଇଛି। ପୂର୍ବ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ସର୍ବାଧିକ ବର୍ଷା ହ୍ରାସ ପାଇଥିବାର ରେକର୍ଡ଼ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ କହିବା ଅନୁଯାୟୀ, ୨୦୨୬ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଚଳିତ ମୌସୁମୀ ଋତୁରେ ଏହି ଅଞ୍ଚଳରେ ବର୍ଷାର ଅଭାବ ୨୭.୧ ପ୍ରତିଶତକୁ ବୃଦ୍ଧି ପାଇଛି। ଦକ୍ଷିଣ ଭାରତରେ ୨୦.୧% ଏବଂ ଉତ୍ତର-ପଶ୍ଚିମ ଭାରତରେ ୧୧.୪% ବର୍ଷା ଅଭାବ ହୋଇଥିବାର ରେକର୍ଡ଼ କରାଯାଇଛି।
କୃଷିକାର୍ଯ୍ୟକୁ ନେଇ ବଢିଲା ଚିନ୍ତା
କୃଷିକାର୍ଯ୍ୟ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବର୍ଷାର ଅଭାବ ଯୋଗୁଁ ଚିନ୍ତା ବୃଦ୍ଧି ପାଉଛି। ଭାରତୀୟ ପାଣିପାଗ ବିଭାଗ କହିବା ଅନୁଯାୟୀ, ଗତ ଜୁନ୍ ପହିଲାରୁ ୧୬ ଅଗଷ୍ଟ ମଧ୍ୟରେ ବିହାରରେ ୪୧% ମୌସୁମୀ ବର୍ଷା ହ୍ରାସ ହୋଇଥିବାର ରେକର୍ଡ଼ କରାଯାଇଛି। ସେହିପରି ଆନ୍ଧ୍ର ପ୍ରଦେଶରେ ୩୭%, ପଞ୍ଜାବରେ ୩୬%, ଆସାମରେ ୨୬% ଏବଂ ଉତ୍ତର ପ୍ରଦେଶରେ ୨୨% ମୌସୁମୀ ବର୍ଷା ହ୍ରାସ ପାଇଛି।
ମୌସୁମୀ ବର୍ଷା ହ୍ରାସ ଗୁରୁତ୍ୱପୂର୍ଣ୍ଣ ଖରିଫ ଫସଲର ବୁଣାକୁ ପ୍ରଭାବିତ କରୁଛି। କୃଷି ମନ୍ତ୍ରଣାଳୟ, ଏହାର "All India Cropwise Progressive Area Sown Report" ରେ ଉଲ୍ଲେଖ କରିଛି ଯେ ୧୪ ଅଗଷ୍ଟ ୨୦୨୬ ସୁଦ୍ଧା, ସମଗ୍ର ଦେଶରେ ଖରିଫ ଫସଲ ବୁଣାବୁଣି ଗତ ବର୍ଷ ତୁଳନାରେ ୨୫.୧୦ ଲକ୍ଷ ହେକ୍ଟର (-୨.୦୭%) ହ୍ରାସ ପାଇଛି। ଧାନ ବୁଣାରେ ସର୍ବାଧିକ ହ୍ରାସ ରେକର୍ଡ଼ କରାଯାଇଛି। କୃଷି ବିଭାଗ ରିପୋର୍ଟ ଅନୁଯାୟୀ ଅଗଷ୍ଟ ୧୪ ସୁଦ୍ଧା, ଧାନ ବୁଣାବୁଣି ଗତ ବର୍ଷ ତୁଳନାରେ ୧୪.୩୭ ଲକ୍ଷ ହେକ୍ଟର (-୩.୬୭%) ହ୍ରାସ ପାଇଛି। ହେଲେ ତଥାପି, ଗୁରୁତ୍ୱପୂର୍ଣ୍ଣ ଡାଲି ଫସଲ ବୁଣାବୁଣି ଗତ ବର୍ଷ ତୁଳନାରେ. ଚଳିତ ବର୍ଷ ୧୪ ଅଗଷ୍ଟ ସୁଦ୍ଧା ମାତ୍ର ୩୫୦୦୦ ହଜାର ହେକ୍ଟର କମ୍ ରହିଛି। ସେହିପରି ତୈଳବୀଜ ଫସଲ ୮୯, ୦୦୦ ହେକ୍ଟର ହ୍ରାସ ପାଇଛି।
ଏହା ସହ ପଢନ୍ତୁ: ପୂରଣ ହେଲା ବର୍ଷାର ଅଭାବ; ଆଗେଇଲା ଖରିଫ ଫସଲ ବିହନ ବୁଣାବୁଣି
ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଗାମୀ ୨ ଦିନ ମଧ୍ୟରେ ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଗାଙ୍ଗେୟ ସମତଳ ଭୂମିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଚଳିତ ମାସ ୧୬-୧୭ ତାରିଖରେ ଓଡ଼ିଶା ଏବଂ ଅଗଷ୍ଟ ୧୭ ତାରିଖରେ ପଶ୍ଚିମବଙ୍ଗର ଗାଙ୍ଗେୟ ସମତଳ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
କିପରି ରହିଛି ଦେଶର ଅନ୍ୟ ଅଞ୍ଚଳର ସ୍ଥିତି?
ମୌସୁମୀ ବଳୟ (Monsoon Trough) ପଶ୍ଚିମ ପ୍ରାନ୍ତ ଏହାର ସ୍ୱାଭାବିକ ସ୍ଥିତିର ଉତ୍ତରରେ ରହିଛି। ଯାହାର ଫଳସ୍ୱରୂପ, ସପ୍ତାହର ଅଧିକାଂଶ ସମୟ ପାଇଁ ପଶ୍ଚିମ ହିମାଳୟ ଅଞ୍ଚଳରେ ଏବଂ ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨-୩ ଦିନ ମଧ୍ୟରେ ଉତ୍ତର-ପୂର୍ବ ଭାରତର ବିଭିନ୍ନ ସ୍ଥାନରେ ଏବଂ ଚଳିତ ସପ୍ତାହ ମଧ୍ୟରେ ଆସାମ ଏବଂ ମେଘାଳୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟ ମଧ୍ୟରେ, ମେଘାଳୟ ଏପର୍ଯ୍ୟନ୍ତ ସର୍ବାଧିକ ୫୮% ବର୍ଷା ହ୍ରାସ ହୋଇଥିବାର ରେକର୍ଡ କରିଛି। ଯଦି ଏହି ରାଜ୍ୟରେ ପୂର୍ବାନୁମାନ ଅନୁଯାୟୀ ବର୍ଷା ହୁଏ, ତାହେଲେ ଏଠାରେ ମୌସୁମୀ ବର୍ଷା ହ୍ରାସକୁ ଆଂଶିକ ଭାବରେ ପୂରଣ କରାଯାଇ ପାରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories