Videos
|
National

Monsoon Rain Deficit 2026 / ମୌସୁମୀ ବର୍ଷା ଅଭାବ ୧୪ ପ୍ରତିଶତକୁ ବୃଦ୍ଧି; ଖରିଫ ଫସଲ ବୁଣାବୁଣି ହୋଇଛି ପ୍ରଭାବିତ

Subhramjit Ray
Browse all articles by Subhramjit Ray
·2 hours ago·2 min read
ମୌସୁମୀ ବର୍ଷା ଅଭାବ ୧୪ ପ୍ରତିଶତକୁ ବୃଦ୍ଧି; ଖରିଫ ଫସଲ ବୁଣାବୁଣି ହୋଇଛି ପ୍ରଭାବିତ
Monsoon Rain Deficit 2026

Key Points

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ୨୩ ଅଗଷ୍ଟ ୨୦୨୬ ସୁଦ୍ଧା ମୌସୁମୀ ଋତୁରେ ଦେଶର ମୌସୁମୀ ​​ବର୍ଷା ଅଭାବ ବୃଦ୍ଧି ପାଇଛି।
Monsoon Rain Deficit rised in India: ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁରେ, ଦେଶର କିଛି ରାଜ୍ୟରେ ଅଗଷ୍ଟ ପ୍ରାରମ୍ଭରେ ହୋଇଥିଲା ଭଲ ବର୍ଷା। ହେଲେ ତଥାପି ସେହି ସମୟ ଠାରୁ ମୌସୁମୀ ତୀବ୍ରତା ହ୍ରାସ ପାଇଛି। ଯାହା ଫଳରେ ଚଳିତ ବର୍ଷ ଜୁନ୍ ପହିଲାରୁ ୨୩ ଅଗଷ୍ଟ ମଧ୍ୟରେ ସମଗ୍ର ଦେଶରେ ମୌସୁମୀ ବର୍ଷା ଅଭାବ ୧୪ ପ୍ରତିଶତକୁ ବୃଦ୍ଧିକୁ ପାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଅଗଷ୍ଟ ୨୩ ସୁଦ୍ଧା ମୌସୁମୀ ଋତୁରେ ପୂର୍ବ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ସର୍ବାଧିକ ବର୍ଷା ଅଭାବ ରହିଛି। ଯାହାର ପରିମାଣ ୨୭ ପ୍ରତିଶତ ରହିଛି। ଦକ୍ଷିଣ ଉପଦ୍ୱୀପୀୟ ଭାରତରେ ମୌସୁମୀ ବର୍ଷାର ଅଭାବ ୨୩% ଏବଂ ଉତ୍ତର-ପଶ୍ଚିମ ଭାରତରେ ଏହା ୧୧ ପ୍ରତିଶତକୁ ବୃଦ୍ଧି ପାଇଛି।

ମୌସୁମୀ ଋତୁରେ ବର୍ଷାର ଅଭାବ ଗୁରୁତ୍ୱପୂର୍ଣ୍ଣ ଖରିଫ ଫସଲ ବୁଣାବୁଣିକୁ ପ୍ରଭାବିତ କରୁଛି। ଖରିଫ ଫସଲ ବୁଣାବୁଣି ସମ୍ପର୍କରେ, କୃଷି ମନ୍ତ୍ରଣାଳୟ ଏହାର "ଅଲ୍ ଇଣ୍ଡିଆ କ୍ରପ୍ ୱାଇଜ୍ ପ୍ରୋଗ୍ରେସିଭ୍ ଏରିଆ ସୋନ୍ ରିପୋର୍ଟ" (All India Cropwise Progressive Area Sown Report) ରେ କହିଛି ଯେ ୨୧ ଅଗଷ୍ଟ ୨୦୨୬ ସୁଦ୍ଧା ସମଗ୍ର ଦେଶରେ ଖରିଫ ଫସଲ ବୁଣାବୁଣି ଗତ ବର୍ଷ ତୁଳନାରେ ୧୬.୦୭ ଲକ୍ଷ ହେକ୍ଟର (-୧.୫୦%) ହ୍ରାସ ପାଇଛି।

ଏହା ସହ ପଢନ୍ତୁ: ହ୍ରାସ ପାଇବ ବର୍ଷା; ସକ୍ରିୟ ହୋଇଉଠିଲା ମୌସୁମୀର ଶତ୍ରୁ 'ଏଲ୍ ନିନୋ'

ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଧାନ ବୁଣାବୁଣି
ମୌସୁମୀ ବର୍ଷାର ଅଭାବ କାରଣରୁ ଧାନ ବୁଣାବୁଣିରେ ସର୍ବାଧିକ ହ୍ରାସ ହୋଇଥିବାର ରେକର୍ଡ଼ କରାଯାଇଛି। କୃଷି ବିଭାଗ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ତୁଳନାରେ ଏଥର ୨୧ ଅଗଷ୍ଟ ପର୍ଯ୍ୟନ୍ତ ଧାନ ବୁଣାବୁଣି ୧୩.୧୯ ଲକ୍ଷ ହେକ୍ଟର ହ୍ରାସ ପାଇଛି। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ, ଅଗଷ୍ଟ ୨୪ ତାରିଖରୁ ୨୬ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଅଗଷ୍ଟ ୨୪ ତାରିଖରୁ ୨୫ ପର୍ଯ୍ୟନ୍ତ ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

କେଉଁଠାରେ ରହିଛି ବର୍ଷା ହେବାର ସମ୍ଭାବନା?
ଏହା ସହିତ, ୨୪ ଅଗଷ୍ଟରେ, ପଶ୍ଚିମବଙ୍ଗର ଗାଙ୍ଗେୟ ସମତଳ ଅଞ୍ଚଳରେ, ଅଗଷ୍ଟ ୨୪ ତାରିଖରୁ ୨୭ ପର୍ଯ୍ୟନ୍ତ ଝାଡ଼ଖଣ୍ଡରେ ଏବଂ ଅଗଷ୍ଟ ୨୪ ତାରିଖରୁ ୨୬ ପର୍ଯ୍ୟନ୍ତ ବିହାରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ହେଲେ ତଥାପି ପରବର୍ତ୍ତୀ ସପ୍ତାହ ପାଇଁ ଦକ୍ଷିଣ ଉପଦ୍ୱୀପୀୟ ଭାରତରେ ବର୍ଷା କାର୍ଯ୍ୟକଳାପ ମନ୍ଥର ରହିବାର ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: