2026 Monsoon Update / ହ୍ରାସ ପାଇବ ବର୍ଷା; ସକ୍ରିୟ ହୋଇଉଠିଲା ମୌସୁମୀର ଶତ୍ରୁ 'ଏଲ୍ ନିନୋ'
·2 weeks ago·3 min read

Key Points
ଗତ ଜୁନ୍-ଜୁଲାଇ ମାସରେ ପ୍ରବଳ ବର୍ଷା କରାଇଥିବା ମୌସୁମୀ ଏବେ ଅଗଷ୍ଟ-ସେପ୍ଟେମ୍ବର ମାସରେ ଦୁର୍ବଲ ହୋଇପଡ଼ିଛି। "ଏଲ୍ ନିନୋ" ମୌସୁମୀ ବାୟୁ ଉପରେ ପ୍ରଭାବ ପକାଇବା ସହ ଅଧିକ ସକ୍ରିୟ ହୋଇଉଠିଛି। ଯାହା ଦ୍ୱାରା ମରୁଡ଼ି ହେବାର ଆଶଙ୍କା ବୃଦ୍ଧି ପାଇଛି।
2026 Monsoon Prediction August September: ମୌସୁମୀ ଦୁର୍ବଳ ହେବାରେ ଲାଗିଛି। ଯାହାର ପ୍ରଭାବରେ ମରୁଡ଼ି ଆଶଙ୍କା ବୃଦ୍ଧି ପାଉଛି। ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା "ସ୍କାଇମେଟ୍ ୱେଦର" (Skymet Weather) ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପର୍କରେ ସମାନ ସତର୍କତା ଜାରି କରିଛି। "ସ୍କାଇମେଟ୍", ୪ ମୌସୁମୀ ମାସରେ ପୂର୍ବାନୁମାନ କରାଯାଇଥିବା ବର୍ଷାର କେବଳ ୮୫% ଆକଳନ କରିଛି। ଚଳିତ ବର୍ଷ ଦେଶରେ ମରୁଡ଼ି ଆଶଙ୍କା ୭୦% ବୃଦ୍ଧି ପାଇଛି। "ସ୍କାଇମେଟ୍" ଏହାର ମୌସୁମୀ ବର୍ଷାର ପୂର୍ବାନୁମାନକୁ ହ୍ରାସ କରିଛି, ଦୀର୍ଘକାଳୀନ ହାରାହାରି ବୃଷ୍ଟିପାତ (Long Term Average Rainfall) କେବଳ ୮୫% ହେବା ନେଇ ଆକଳନ କରିଛି। ପୂର୍ବରୁ, ଅପ୍ରେଲରେ, "ସ୍କାଇମେଟ୍" ଦ୍ୱାରା ହୋଇଥିବା LPA ଆକଳନ ୯୪% ପ୍ରତିଶତ ରହିଥିଲା। ହେଲେ ତଥାପି, ପ୍ରଶାନ୍ତ ମହାସାଗରରେ ଦ୍ରୁତ ଗତିରେ ଶକ୍ତିଶାଳୀ ହେଉଥିବା "ଏଲ୍ ନିନୋ" (El Nino) ଯୋଗୁଁ, ମୌସୁମୀ ଦୁର୍ବଳ ହେବାରେ ଲାଗିଛି।
ଭାରତୀୟ ପାଣିପାଗ ବିଭାଗର (IMD) ଜଣେ ବରିଷ୍ଠ ବୈଜ୍ଞାନିକ ଡକ୍ଟର ଅଖିଲ ଶ୍ରୀବାସ୍ତବ କହିଛନ୍ତି ଯେ ଚଳିତ ବର୍ଷ ଦେଶରେ ମୌସୁମୀ ଋତୁରେ ବର୍ଷା ସ୍ୱାଭାବିକ ଠାରୁ କମ୍ ହେବାର ସମ୍ଭାବନା ରହିଛି। ଆଇଏମଡି (India Meteorological Department) ପକ୍ଷରୁ ହୋଇଥିବା ଦୀର୍ଘକାଳୀନ ପୂର୍ବାନୁମାନ ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁରେ ଦେଶରେ ହାରାହାରି ବର୍ଷାର ୯୦% ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏପର୍ଯ୍ୟନ୍ତ ଜୁନ୍ ପହିଲାରୁ ୧୭ ଅଗଷ୍ଟ ମଧ୍ୟରେ ଦେଶରେ ହାରାହାରି ତୁଳନାରେ ୧୩% କମ୍ ବର୍ଷା ହୋଇଛି।
ଏହା ସହ ପଢନ୍ତୁ: ହ୍ରାସ ପାଇଛି ମୌସୁମୀ ବର୍ଷା; ୨୫.୧୦ ଲକ୍ଷ ହେକ୍ଟର ଫସଲ କ୍ଷତିଗ୍ରସ୍ତ
ଅଗଷ୍ଟ-ସେପ୍ଟେମ୍ବର ମାସରେ ପ୍ରବଳ ବର୍ଷା ନିଅଣ୍ଟ
"ସ୍କାଇମେଟ୍" ଅନୁଯାୟୀ ଦେଶର ଅନେକ ଅଞ୍ଚଳରେ ଅବଶିଷ୍ଟ ମୌସୁମୀ ଋତୁରେ ଅସମାନ ବର୍ଷା ହୋଇପାରେ। ୨୦୨୬ ଅଗଷ୍ଟ ଶେଷ ସୁଦ୍ଧା ହାରାହାରି ବୃଷ୍ଟିପାତ ୧୬% ହ୍ରାସ ହେବା ନେଇ ଆଶା କରାଯାଉଛି। ଆସନ୍ତା ସେପ୍ଟେମ୍ବର ମାସରେ "ଏଲ୍ ନିନୋ" ଶକ୍ତିଶାଳୀ ହେବା ସହ ଅଧିକ ସକ୍ରିୟ ହୋଇଉଠିବ। ଏହା ଏକ "ସୁପର ଏଲ୍ ନିନୋ" (Super El Niono) ରୂପ ଧାରଣ କରିବ। ଯାହା ଆସନ୍ତା ମାସରେ ବର୍ଷା ପରିମାଣକୁ ୨୦% ପର୍ଯ୍ୟନ୍ତ ହ୍ରାସ କରିପାରିବ।
କ'ଣ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ?
୨୦୨୬ ଅଗଷ୍ଟ ୧୭ ପର୍ଯ୍ୟନ୍ତ, ସମଗ୍ର ଦେଶରେ ସ୍ୱାଭାବିକ ତୁଳନାରେ ୧୩% କମ୍ ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଚଳିତ ବର୍ଷ ଜୁନ୍ ପହିଲାରୁ ୧୭ ଅଗଷ୍ଟ ମଧ୍ୟରେ ଦେଶରେ କେବଳ ୫୧୮.୭ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ସାଧାରଣତଃ ଏହି ସମୟ ମଧ୍ୟରେ ୫୯୬ ମିମି ବର୍ଷା ହେବା କଥା। ସମଗ୍ର ମୌସୁମୀ ଋତୁରେ ହାରାହାରି ବୃଷ୍ଟିପାତ ପ୍ରାୟ ୮୭୦ ମିମି ରହିଥାଏ। IMD ମଧ୍ୟ ଜୁନ୍ ମାସରେ ଏହାର ପୂର୍ବାନୁମାନକୁ ୯୦ ପ୍ରତିଶତକୁ ହ୍ରାସ କରିଥିଲା। ଏପରିକି ମରୁଡ଼ି କିମ୍ବା ବର୍ଷା ଅଭାବ ୬୦% ରହିଥିବାର ପୂର୍ବାନୁମାନ କରିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀରେ ବର୍ଷା ଅଭାବ
ଉତ୍ତର ପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ଏବଂ ହରିୟାଣା ସମେତ ଉତ୍ତର-ପଶ୍ଚିମ ଭାରତରେ, ସାଧାରଣତଃ ୪୦୮.୭ ମିମି ତୁଳନାରେ ୩୬୧.୭ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଯାହା ୧୨% ବୃଷ୍ଟିପାତ ହ୍ରାସକୁ ଦର୍ଶାଉଛି। ଦକ୍ଷିଣ ଭାରତରେ ସାଧାରଣତଃ ୪୭୭ ମିମି ତୁଳନାରେ ୩୭୫ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ସମଗ୍ର ଦେଶରେ ସାଧାରଣତଃ ୫୯୬.୨ ମିମି ତୁଳନାରେ ୫୧୮.୭ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଯାହା ୧୩% ବୃଷ୍ଟିପାତ ହ୍ରାସକୁ ଦର୍ଶାଉଛି।
ଏହା ସହ ପଢନ୍ତୁ: ପୂରଣ ହେଲା ବର୍ଷାର ଅଭାବ; ଆଗେଇଲା ଖରିଫ ଫସଲ ବିହନ ବୁଣାବୁଣି
କେଉଁଠାରେ ହୋଇଛି କମ୍ ବର୍ଷା?
ମଧ୍ୟ ଭାରତରେ ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଆଦି ରାଜ୍ୟରେ ୧୭ ଅଗଷ୍ଟ ସୁଦ୍ଧା ୬୬୭.୫ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଯାହା ହାରାହାରି ବୃଷ୍ଟିପାତ ୬୭୪.୭ ମିମି ତୁଳନାରେ ୧ ପ୍ରତିଶତ କମ୍ ରହିଛି। ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ, ହାରାହାରି ବୃଷ୍ଟିପାତ ୯୩୮.୭ ମିମି ତୁଳନାରେ ୬୮୪.୮ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଯାହା ୨୭ ପ୍ରତିଶତ ବୃଷ୍ଟିପାତ ହ୍ରାସକୁ ଦର୍ଶାଉଛି।

Related Topics
Explore more stories
Super El Nino monsoon impactAugust September monsoon updateRain deficit India forecastSkymet Weather monsoon alertIndia drought risk forecastEl Nino active in August SeptemberUP Delhi rain deficit forecastIndian monsoon weather report August SeptemberSuper El Nino threat to Indian agricultureWeak monsoon rainfall alert UP Delhi