Videos
|
National

Gold Buried in Farm / ଚାଷ ଜମିରେ ପୋତା ହୋଇଥିଲା ଦେଢ଼ କୋଟିର ସୁନା; ୨ ରାଜ୍ୟ, ୧୫ ଜିଲ୍ଲାରେ ରେଡ୍ ପରେ ମିଳିଲା ଲିଙ୍କ୍

Sushanta Sahoo
Browse all articles by Sushanta Sahoo
·56 mins ago·2 min read
ଚାଷ ଜମିରେ ପୋତା ହୋଇଥିଲା ଦେଢ଼ କୋଟିର ସୁନା; ୨ ରାଜ୍ୟ, ୧୫ ଜିଲ୍ଲାରେ ରେଡ୍ ପରେ ମିଳିଲା ଲିଙ୍କ୍
15-District Raids Lead to ₹1.47 Crore Gold Recovery

Key Points

୨ ରାଜ୍ୟ, ୧୫ ଜିଲ୍ଲାରେ ରେଡ୍ । ୬ ଦିନ ଭିତରେ ପର୍ଦ୍ଦାଫାସ୍ କଲା ପୋଲିସ । ଚାଷ ଜମିର ବିଦ୍ୟୁତ୍ ଖୁଣ୍ଟ ତଳେ ବଡ଼ ଗାତରୁ ମିଳିଲା ପ୍ରାୟ କେଜିଏ ସୁନା ।
ଭୋପାଳ: ଦେଢ଼ କୋଟି ମୂଲ୍ୟର ସୁନା ଅଳଙ୍କାର ଚୋରି । ୨ ରାଜ୍ୟ, ୧୫ ଜିଲ୍ଲାରେ ରେଡ୍ । ୬ ଦିନ ଭିତରେ ପର୍ଦ୍ଦାଫାସ୍ କଲା ପୋଲିସ । ଚାଷ ଜମିର ବିଦ୍ୟୁତ୍ ଖୁଣ୍ଟ ତଳେ ବଡ଼ ଗାତରୁ ମିଳିଲା ପ୍ରାୟ କେଜିଏ ସୁନା । ମଧ୍ୟପ୍ରଦେଶ ଗୁନା ଜିଲ୍ଲାର ଏହି ମାମଲା ଏବେ ସବୁଠି ଚର୍ଚ୍ଚାରେ ।

ସୂଚନା ଅନୁସାରେ, ଫତେହଗଡ଼ ଥାନା ଅନ୍ତର୍ଗକ ଗ୍ରାମଚକ ଚୁରେଲା ପଞ୍ଚାୟତର ସମ୍ପାଦକ ପୱନ ମୀନାଙ୍କ ଘରୁ ବଡ଼ ଧରଣର ଚୋରି ହୋଇଥିଲା । ଘରେ ଥିବା ସୁନା ଗହଣା ସହ ଟଙ୍କା ନେଇ ଯାଇଥିଲେ ଦୁର୍ବୃତ୍ତ । ଏହି ମାମଲାରେ ପୋଲିସ ପାରଦୀ ଗୋଷ୍ଠୀର ଦୁଇ ଜଣଙ୍କୁ ଗିରଫ କରିଛି ।

ଏଥିସହ ପଢ଼ନ୍ତୁ: ୱେବ୍ ସିରିଜ୍ ଦେଖି ହତ୍ୟା ଷଡ଼ଯନ୍ତ୍ର, ସ୍ତ୍ରୀକୁ ମାରି ଫେରାର୍ ଇଞ୍ଜିନିୟର ସ୍ଵାମୀ; ପୁଅ ଦେଖିଲା ଭୟଙ୍କର ଦୃଶ୍ୟ 

ଦୁର୍ବୃତ୍ତ ସୁନା ଚୋରି ପରେ ଅଳଙ୍କାରକୁ ଏମିତି ସ୍ଥାନରେ ଲୁଚାଇଥିଲେ, ଯେମିତି ପାଇବେ ନାହିଁ । ୯୮୫.୧୦ ଗ୍ରାମର ସୁନାକୁ ଚାଷ ଜମିରେ ଥିବା ବିଦ୍ୟୁତ୍ ଖୁଣ୍ଟ ତଳେ ଗାତ କରି ପୋତି ଦେଇଥିଲେ । ପୋଲିସ ୧୫ ଜିଲ୍ଲାରେ ରେଡ୍ ସହ ବୁଲଡୋଜର୍ କାର୍ଯ୍ୟାନୁଷ୍ଠାନର ଡର ଦେଖାଇ ଦେଢ଼ କୋଟିର ସୁନା ଜବତ କରିଛି । ଏଥିସହ ୧୮ରୁ ୨୦ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଦେଢ଼ କୋଟିର ସୁନା ଚୋରି କରି ନେଇଥିବା ଗ୍ୟାଙ୍ଗରେ ସେହି ଗାଁର ଦୁଇ ଜଣ ଲୁଟେରା ଅଛନ୍ତି । ଅଗଷ୍ଟ ୨ ଓ ୩ ତାରିଖ ରାତିରେ ୧୮ରୁ ୨୦ ଜଣ ଦୁର୍ବୃତ୍ତ ପଞ୍ଚାୟତ ସମ୍ପାଦକଙ୍କ ଘରେ ପଶି ୨ କେଜି ସୁନା ଗହଣା, ୩ କେଜି ରୂପା ଓ ୧୧ ଲକ୍ଷ ୫୦ ହଜାର ନଗଦ ଟଙ୍କା ସହ ବାଇକ୍ ଚୋରାଇ ନେଇଥିଲେ ।

ତେବେ ଗ୍ରାମାଞ୍ଚଳ ଓ ସିସିଟିଭି ନଥିବାରୁ ପୋଲିସ ପାଇଁ ଏତେ ବଡ଼ ଚୋରି ଏକ ବଡ଼ ଆହ୍ଵାନ ପାଲଟିଥିଲା । ମାମଲାର ଗମ୍ଭୀରତାକୁ ଦେଖି ଏସ୍‌ପି ହିତିକା ବାସଲ ନିଜେ ଘଟଣାସ୍ଥଳକୁ ଯିବା ସହ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ ।

୧୫ ଜିଲ୍ଲାରେ ପୋଲିସର ରେଡ୍

ଅତିରିକ୍ତି ଏସ୍‌ପିଙ୍କ ନେତୃତ୍ଵରେ ଫତେହଗଡ଼, କ୍ୟାଣ୍ଟ, ରାଘୌଗଡ଼, ବମୋରୀ, ସାଇବର ସେଲ୍ ଓ ପୋଲିସ ଲାଇନ୍ ସମେତ ୭ ଥାନର ପ୍ରାୟ ୭୨ କର୍ମଚାରୀଙ୍କୁ ନେଇ ଟିମ୍ ଗଠନ କରାଯାଇିଲା । ଫରେନସିକ୍ ଟିମ୍ ସହ ଡଗ୍ ସ୍କ୍ଵାଡ୍‌ର ସହାୟତାରେ ମିଳିଥିବା ସୁରାକ୍‌ ବିଶ୍ଳେଷଣ କରି ପୋଲିସ ଧରନାବଦା ଥାନା କନେରା ଗାଁର ପାରଦୀ ଗୋଷ୍ଠୀ ପାଖରେ ପହଞ୍ଚିଥିଲା ।

ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ମଧ୍ୟପ୍ରଦେଶର ଗୁନ, ଶିବପୁରୀ, ବିଦିଶା, ଉଜ୍ଜୈୟନ, ରତଲାମ, ଇନ୍ଦୋର, ଭୋପାଳ ସହ ରାଜସ୍ଥାନର କୋଟା, ଝାଲାୱାଡ଼, ଛାବଡ଼ା ଆଦି ୧୫ ଜିଲ୍ଲାରେ ରେଡ୍ କରିଥିଲା । ଚୋରି ସୁନା ପାଇବାକୁ ପୋଲିସ ଅଭିଯୁକ୍ତଙ୍କ ଘରେ ବୁଲଡୋଜର୍ ବୁଲାଇଛି ।

ଏଥିସହ ପଢ଼ନ୍ତୁ: ଶୁଭେନ୍ଦୁ ଅଧିକାରୀଙ୍କ PA ହତ୍ୟାକାଣ୍ଡର ପର୍ଦ୍ଦାଫାଶ; ମାଷ୍ଟରମାଇଣ୍ଡ କିଏ ଜଣାପଡ଼ିଲା.. 

ଜମି ଖୋଳିବାରୁ ମିଳିଲା ସୁନା

ଅଗଷ୍ଟ ୮ ତାରିଖରେ ପୋଲିସ ଦୁଇ ମୁଖ୍ୟ ଅଭିଯୁକ୍ତ ରାଜୁ ପାରଦୀ ଓ ଗଜାନନ୍ଦ ପାରଦୀକୁ ଧରିଥିଲା । ପଚରାଉଚରା ପରେ ଜଣାପଡ଼ିଥିଲା ଚୋରି ସୁନା ଚାଷ ଜମିରେ ପୋତା ଯାଇଛି । ତା'ପରେ ପୋଲିସ ଅଧିକାରୀ ଚାଷ ଜମିରେ ପହଞ୍ଚି ଗାତ ଖୋଳିବାରୁ ୯୮୫.୧୫୦ ଗ୍ରାମ ସୁନା ମିଳିଛି । ଯାହାର ବର୍ତ୍ତମାନ ବଜାର ମୂଲ୍ୟ ୧ କୋଟି ୪୭ ଲକ୍ଷ ୭୭ ହଜାର ୨୫୦ ଟଙ୍କା ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: