Videos
|
National

DSP Neha Pachisia / ପଦାରେ ପଡିଲା DSP ନେହା ପଚ୍ଚିସିଆଙ୍କ କାରନାମା; ଦିନେ ଥିଲେ ଏୟାର ହୋଷ୍ଟେସ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ପଦାରେ ପଡିଲା DSP ନେହା ପଚ୍ଚିସିଆଙ୍କ କାରନାମା; ଦିନେ ଥିଲେ ଏୟାର ହୋଷ୍ଟେସ
DSP Neha Pachisia

Key Points

ଚର୍ଚ୍ଚାରେ ମଧ୍ୟପ୍ରଦେଶର ଡିଏସପି ନେହା ପଚ୍ଚିସିଆ
୮୫ ଲକ୍ଷର ଜମିକୁ ୧୮ ଲକ୍ଷରେ ବିକ୍ରି ପାଇଁ ଚାପ
କଣ ଏହା ପଛର କାରଣ ? ଜାଣିବା
ଭୋପାଳ: ମଧ୍ୟପ୍ରଦେଶର କଟନି ଜିଲ୍ଲାରେ କାର୍ଯ୍ୟରତ ଡିଏସପି ନେହା ପଚିସିଆଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ । ୮୨ ଲକ୍ଷ ଟଙ୍କାର ଏକ ଜମିକୁ ପ୍ରାୟ ୧୮ ଲକ୍ଷ ଟଙ୍କାରେ ବିକ୍ରୟ କରିବା ପାଇଁ ଚାପ ପକାଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ପୂର୍ବରୁ ଏୟାର ହୋଷ୍ଟେସ ଭାବେ କାର୍ଯ୍ୟ କରୁଥିବା ଏହି ପୋଲିସ ଅଧିକାରିଣୀଙ୍କ ବିରୁଦ୍ଧରେ ଠକେଇ, ବଳପୂର୍ବକ କାର୍ଯ୍ୟ ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ଧାରା ମଧ୍ୟ ଲାଗିଛି ।

ନେହାଙ୍କ ସମେତ ତିନି ଜଣଙ୍କ ବିରୋଧରେ କୁଥଲା ପୋଲିସ ଷ୍ଟେସନରେ ମଧ୍ୟ ଠକେଇ, ବଳପୂର୍ବକ କାର୍ଯ୍ୟ ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ଧାରା ଅନୁଯାୟୀ ଅଭିଯୋଗ କରାଯାଇଛି । ଏଫ୍ଆଇଆରରେ ନାମିତ ଅନ୍ୟ ଦୁଇ ବ୍ୟକ୍ତି ହେଉଛନ୍ତି କ୍ଷିତିଜ ରାଜ ବରପାତ୍ରେ ଏବଂ ମାରୁଫ ଅହମ୍ମଦ ହନାଫି । କ୍ଷିତିଜଙ୍କୁ ଡିଏସପିଙ୍କ ନିକଟତର ବୋଲି କୁହାଯାଉଛି।

  • କଣ ପ୍ରକୃତ ଘଟଣା ?
ଅଭିଯୋଗକାରୀ ଆକାଶ ଲୋଧି ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପା ରମେଶ ଲୋଧିଙ୍କୁ ହତ୍ୟା ମାମଲା ସହିତ ଜଡିତ କାନହୱାରା ଗାଁର ମାରୁଫ ଅହମ୍ମଦ ହାଫିଙ୍କ ନାମରେ ଜମି ପଞ୍ଜୀକରଣ କରିବାକୁ ଚାପ ପକାଯାଇଥିଲା । ଆକାଶ ଦାବି କରିଛନ୍ତି ଯେ ଜମି ୧.୦୭ କୋଟି ଟଙ୍କାରେ ଚୁକ୍ତି ହୋଇଥିଲା, କିନ୍ତୁ ପଞ୍ଜୀକରଣ ସମୟରେ ଏହାକୁ ମାତ୍ର ୧୮.୨୦ ଲକ୍ଷ ଟଙ୍କା କରାଯାଇଥିଲା । ଅଭିଯୋଗ ହୋଇଛି ଯେ ୧୫ ଲକ୍ଷ ଟଙ୍କାର ଚେକ୍ ଏବଂ ନଗଦ ୩.୨୦ ଲକ୍ଷ ଟଙ୍କା ଦିଆଯାଇଥିଲା । ଅବଶିଷ୍ଟ ରାଶି ଦିଆଯାଇନାହିଁ । ସରକାରୀ ନିର୍ଦ୍ଦେଶାବଳୀରେ ଜମିର ମୂଲ୍ୟ ₹୮୨,୮୬,୯୩୦ ବୋଲି ଉଲ୍ଲେଖ କରାଯାଇଥିଲା ।

  • ଏହିପରି ଆରମ୍ଭ ହୋଇଥିଲା ଡିଲ୍
ଅଭିଯୋଗରେ ଆକାଶ ଲୋଧି ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପା ରମେଶ ଲୋଧିଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଥିଲା । ତାପରେ ତାଙ୍କ ପରିବାର ଉପରେ ଜମି ବିକ୍ରି କରିବାର ଅଭିଯୋଗ ହୋଇଥିଲା । ଆକାଶ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପା ରମେଶଙ୍କୁ ପ୍ରାୟ ଦୁଇ ଦିନ ପାଇଁ CSPଙ୍କ ଘରେ ଜୋରଜବରଦସ୍ତ ରଖାଯାଇଥିଲା । ତାପରେ ତାଙ୍କୁ କାନହୱାରାରେ ୨.୧୫ ହେକ୍ଟର ଜମିର ପଞ୍ଜୀକରଣ ପାଇଁ ଧମକ ଦିଆଯାଇଥିଲା । ସେତେବେଳେ ଉକ୍ତ ଜମିର ଡିଲ୍ ୧ କୋଟି ୭ ଲକ୍ଷ ଟଙ୍କାରେ କରାଯାଇଥିଲା, କିନ୍ତୁ ତାଙ୍କୁ କେବଳ ₹୧୮.୨୦ ଲକ୍ଷ ଦିଆଯାଇଥିଲା ଏବଂ ବାକି ଟଙ୍କା ପରେ ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା । ପଇସା ନ ମିଳିବା ପରେ ରମେଶ ମୁଖ୍ୟମନ୍ତ୍ରୀଙ୍କ ହେଲ୍ପଲାଇନ ନମ୍ବରରେ ଅଭିଯୋଗ କରିଥିଲେ । ଘଟଣା ଆଇଜିଙ୍କ ନିକଟରେ ପହଞ୍ଚିଥିଲା ।

  • ଜମି ଉପରେ ଥିଲା ନେହାଙ୍କ ନଜର
ତଦନ୍ତ ବେଳେ ଜଣାପଡ଼ିଛି ଯେ ରମେଶଙ୍କ ଜମିକୁ ଅହମ୍ମଦ ହନଫି କିଣିଥିଲେ ଏବଂ ସେ ରମେଶଙ୍କୁ ଯେଉଁ ୧୫ ଲକ୍ଷର ଚେକ୍ ଦେଇଥିଲେ, ସେହି ରାଶି ହନଫିଙ୍କ ଆକାଉଣ୍ଟକୁ କ୍ଷିତିଜ ରାଜଙ୍କ ଆକାଉଣ୍ଟରୁ ଆସିଥିଲା । ତେବେ କ୍ଷିତିଜଙ୍କୁ ଡିଏସପି ନେହାଙ୍କ ଘନିଷ୍ଠ ବୋଲି କୁହାଯାଉଛି । ଅଭିଯୋଗ ହୋଇଛି ଯେ ଡିଏସପି ନେହା ପଚ୍ଚିସିଆ ନିଜ ଖାକିର ଅପବ୍ୟବହାର କରି ରମେଶଙ୍କୁ ଡରାଇ ଧମକାଇ ଶସ୍ତା ଦାମରେ ଜମି ହଡ଼ପ କରିଛନ୍ତି ।

ପଢନ୍ତୁ ଏହି ଖବର: ଆଉ ସହର ନୁହେଁ, ଗାଁ ଗାଁରେ ମାତିଲେଣି ଅପରାଧୀ; ଗାଡ଼ି ଲୁଟ୍ ପାଇଁ କଲେ ଗୁଳିମାଡ଼

  • ଲାଞ୍ଚ ପାଇଁ ପୂର୍ବରୁ ଚର୍ଚ୍ଚାରେ ଥିଲେ
ଏହା ପୂର୍ବରୁ ଡିଏସପି ନେହା ଚର୍ଚ୍ଚାରେ ଥିଲେ । ପୂର୍ବରୁ ଜଣେ ଟ୍ରାନ୍ସପୋର୍ଟରଙ୍କ ନେହାଙ୍କ ବିରୁଦ୍ଧରେ ୨୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଏସପିଙ୍କ ନିକଟରେ ଅଭିଯୋଗ ଆଣିଥିଲେ । ଏହାପରେ ଏସପି ଡିଏସପି ନେହାଙ୍କ ନିକଟରୁ ୩ଟି ଥାନାର ପ୍ରଭାର ଦାୟିତ୍ଵକୁ ପ୍ରତ୍ୟାହାର କରିନେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଟ୍ରାନ୍ସପୋର୍ଟର ନିଜ ଅଭିଯୋଗକୁ ଫେରାଇ ନେଇଥିଲେ । ପୂର୍ବରୁ ନେହା ଜଣେ ଏୟାର ହୋଷ୍ଟେସ ଥିଲେ । ପରବର୍ତ୍ତୀ ସମୟରେ ସେ ଚାକିରି ଛାଡ଼ି ମଧ୍ୟପ୍ରଦେଶ ଲୋକସେବା ଆୟୋଗ ପାଇଁ ପ୍ରସ୍ତୁତି କରିଥିଲେ ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୋଲିସ ଅଧିକାରିଣୀ ହୋଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: