Shocking News / ମଦ ଦୋକାନ ବାହାରେ ମେଡିକାଲ୍ କ୍ୟାମ୍ପ; ଯାଞ୍ଚ ହେଉଛି ଡାଇବେଟିସ୍...
·36 mins ago·2 min read

Key Points
ମଦ ପିଉଥିବା ଲୋକଙ୍କ ସ୍ଵାସ୍ଥ୍ୟ ଉପରେ ନଜର ରଖିବାକୁ ନିଆରା ଉଦ୍ୟମ ଆରମ୍ଭ ହୋଇଛି । ସ୍ଵାସ୍ଥ୍ୟ ବିଭାଗ, ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ମଦ ଦୋକାନ ବାହାରେ ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରୁଛନ୍ତି ।
ଭୋପାଳ: ମଦ୍ୟ ପାନ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ସମସ୍ତେ ଜାଣିଥିଲେ ବି ଅନେକ ମଦ ପିଇବାକୁ ପାଗଳ । ଅନେକ ସମୟରେ ବିଷାକ୍ତ ମଦ ପିଇ ମୃତ୍ୟୁ ଖବର ବି ଆସେ । କେତେକଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ଯାଏ । କିନ୍ତୁ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ମଦ ପିଉଥିବା ଲୋକଙ୍କ ସ୍ଵାସ୍ଥ୍ୟ ଉପରେ ନଜର ରଖିବାକୁ ନିଆରା ଉଦ୍ୟମ ଆରମ୍ଭ ହୋଇଛି ।
ସାଗର ଜିଲ୍ଲାର ବଣ୍ଡା ଅଞ୍ଚଳରେ ମଦ ମୃତ୍ୟୁ ମାମଲାର ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତକଙ୍କ ଠାରେ ପୂର୍ବରୁ ସ୍ଵାସ୍ଥ୍ୟ ସମସ୍ୟା ଥିବା ଜଣାପଡ଼ିଛି । ଯାହା ପରେ ପ୍ରଶାସନ ଏହି ଅଭିଯାନ ଆରମ୍ଭ କରିଛି । ଜିଲ୍ଲାପାଳ ଦିଲୀପ କୁମାର ଯାଦବଙ୍କ ନିର୍ଦ୍ଦେଶରେ ସ୍ଵାସ୍ଥ୍ୟ ବିଭାଗ, ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ମଦ ଦୋକାନ ବାହାରେ ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରୁଛନ୍ତି । ସ୍ଵାସ୍ଥ୍ୟ ଯାଞ୍ଚ ସହ ମଦର କୁ-ପ୍ରଭାବ ବାବଦରେ ଲୋକଙ୍କୁ ସଚେତନ କରାଉଛନ୍ତି ।
ଏଥିସହ ପଢ଼ନ୍ତୁ: ଟୋଲ୍ ଟିକସ ଫାଙ୍କିବା ଏଣିକି ପଡ଼ିବ ମହଙ୍ଗା, AI ଧରିବ ଗାଡ଼ି ଚାଳକଙ୍କ ଚୋରି
ସାଗର ଜିଲ୍ଲାର ବିନା ଅଞ୍ଚଳରେ ମଧ୍ୟ ମଦ ଦୋକାନ ବାହାରେ ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷଣ କରାଯାଉଛି । ଏବେ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଚି । କୁହାଯାଉଛି, ଏହି କ୍ୟାମ୍ପ ଆଗାସୌଦ ରୋଡ୍ ସ୍ଥିତ ଗାନ୍ଧୀ ଛକ ନିକଟରେ ଥିବା ମଦ ଦୋକାନ ବାହାରେ ଲଗା ଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଦ କିଣିବାକୁ ଆସୁଥିବା ଲୋକଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା ମଦ ଦୋକାନ ବାହାରେ ସ୍ଵାସ୍ଥ୍ୟ ବିଭାଗ ଓ ଅବକାରୀ ବିଭାଗ ମିଳିତ ଭାବେ କରୁଛନ୍ତି । କିଛି ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ସେମାନଙ୍କ ଯକୃତ, କିଡନୀ ସହ ଅନ୍ୟ ଯାଞ୍ଚ କରାଯିବ ।
ବଣ୍ଡା କ୍ଷେତ୍ରର ସରକାରୀ ଅଧିକାରୀଙ୍କ ଅନୁସାରେ, ପୂର୍ବରୁ ହୋଇଥିବା ମଦ ମୃତ୍ୟୁରେ ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଯେଉଁଥିରେ ମୃତକ ପୂର୍ବରୁ ବିଭନ୍ନ ରୋଗରେ ଆକ୍ରାନ୍ତ ଥିବା ସଂକେତ ମିଳିଛି । ଯାହା ପରେ ନିୟମିତ ମଦ୍ୟ ପାନ କରୁଥିବା ଲୋକଙ୍କ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ନିଷ୍ପତ୍ତି ନିଆ ଯାଇଛି ।
ଏଥିସହ ପଢ଼ନ୍ତୁ: ନେପାଳରେ ପୁଣି ଶକ୍ତିଶାଳୀ ଭୂମିକମ୍ପ, ତୀବ୍ରତା ୫.୩; ଭାରତ ସମେତ ୫ ଦେଶରେ ଅନୁଭୂତ
ମଦ ଦୋକାନ ଆଗରେ ଡାକ୍ତରଙ୍କ ଯାଞ୍ଚ
କ୍ୟାମ୍ପରେ ଡକ୍ଟର ଓ ସ୍ଵାସ୍ଥ୍ୟ ବିଭାଗର ଟିମ୍ ଲୋକଙ୍କ ଯାଞ୍ଚ କରୁଛନ୍ତି । ମଦ୍ୟ ପାନ କରୁଥିବା ଲୋକଙ୍କ ସ୍ଵାସ୍ଥ୍ୟ ଯାଞ୍ଚ ସହ ଅନ୍ୟ ତଥ୍ୟ ସଂଗ୍ରହ କରାଯାଉଛି । ନିୟମିତ ମଦ୍ୟ ପାନ କରୁଥିବା ସ୍ଵାସ୍ଥ୍ୟ ଯାଞ୍ଚକୁ ପ୍ରାଥମିକତା ଦିଆଯାଉଛି । ସାଗର ଜିଲ୍ଲାର ଅନ୍ୟ ଅଞ୍ଚଳରେ ମଧ୍ୟ ଏଭଳି ସ୍ଵାସ୍ଥ୍ୟ ଶିବିର ଆୟୋଜନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।