Air Pollution / ଭୟଙ୍କର ହେଉଛି ବାୟୁ ପ୍ରଦୂଷଣ, BMC ଲଗାଇଲା GRAP-4 କଟକଣା
·7 months ago·2 min read

Key Points
ଦିଲ୍ଲୀ ପରେ ମୁମ୍ବାଇରେ ଭୟଙ୍କର ବାୟୁ ପ୍ରଦୂଷଣ
ନିଶ୍ବାସ ନେବାକୁ ହେଉଛି କଷ୍ଟ
BMC ଲଗାଇଲା ଗ୍ରାପ୍-୪ କଟକଣା
ନିଶ୍ବାସ ନେବାକୁ ହେଉଛି କଷ୍ଟ
BMC ଲଗାଇଲା ଗ୍ରାପ୍-୪ କଟକଣା
ଦିଲ୍ଲୀ ପରେ ମୁମ୍ବାଇରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ବାୟୁ ପ୍ରଦୂଷଣ । ଯାହାଫଳରେ ଏବେ ମୁମ୍ବାଇରେ ଗ୍ରାପ୍-୪ କଟକଣା ଲାଗୁ କରାଯାଇଛି । ଦିଲ୍ଲୀ ଭଳି ମୁମ୍ବାଇରେ ମଧ୍ୟ ଏବେ ନିଶ୍ବାସ ନେବା କଷ୍ଟକର ହୋଇପଡ଼ିଛି । ବିଶେଷ କରି ଶିଶୁ ଓ ବୟସ୍କଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର ପାଲଟୁଛି ।
ସୂଚନା ଅନୁସାରେ, ଗତ କିଛି ଦିନ ଧରି ମୁମ୍ବାଇରେ ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି । ପାରଦ ମଧ୍ୟ ହ୍ରାସ ହେବାରେ ଲାଗିଛି । ତେବେ ଏହାକୁ ଦୃଷ୍ଟିରେ ଗ୍ରାପ୍-୪ କଟକଣା ଲାଗୁ କରାଯାଇଛି । BMC ଯେଉଁ ଅଞ୍ଚଳରେ ଗ୍ରାପ୍-୪ କାର୍ଯ୍ୟକାରୀ କରିଛି ସେଗୁଡ଼ିକ ମଧ୍ୟରେ ମାଜଗାଓଁ, ଦେଓନାର ଏବଂ ଅନ୍ଧେରୀ ରହିଛି ।
ବିଏମସି ଏହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଓ ଧୂଳି ଉଡାଉଥିବା ଗତିବିଧି ଉପରେ କଟକଣା ଲଗାଇ ଦେଇଛି । ୫୦ରୁ ଅଧିକ ନିର୍ମାଣ ସ୍ଥଳର କାମ ରୋକିବାର ନୋଟିସ୍ ଜାରି କରାଯାଇଛି। ବେକରୀ, ମାର୍ବଲ କଟିଂ ୟୁନିଟ୍ ସହିତ ଛୋଟ ଉଦ୍ୟୋଗ ସ୍ଥଳକୁ ସଫାସୁତରା ରଖିବାକୁ କୁହାଯାଇଛି । ଯଦି କେହି ଏହି ନିୟମ ନ ମାନନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରଦୂଷଣ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ଫ୍ଲାଇଂ ସ୍କ୍ବାର୍ଡ ମୁତୟନ କରାଯାଇଛି । ଇଞ୍ଜିନିୟର, ପୋଲିସକର୍ମୀ ଓ ଜିପିଏସ୍ ଟ୍ରାକ୍ କରୁଥିବା ବାହନ ଜରିଆରେ ସବୁ ଗତିବିଧି ଉପରେ ବିଏମସି କଡ଼ା ନଜର ରଖିଛି।
କେଉଁ ଅଞ୍ଚଳଗୁଡ଼ିକ ପ୍ରତିବନ୍ଧକ ଅଧୀନରେ ଅଛି ?
BMC ମୁମ୍ବାଇର ଅନେକ ଅଞ୍ଚଳରେ ଗ୍ରାପ୍-୪ ପ୍ରତିବନ୍ଧକ ଲାଗୁ କରିଛି । ଯେଉଁଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ(AQI)କ୍ରମାଗତ ଭାବରେ 'ଖରାପ' ରୁ 'ଅତ୍ୟନ୍ତ ଖରାପ' ରହିଛି । ଗ୍ରାପ୍-୪କୁ ସବୁଠାରୁ କଠୋର ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଭାବରେ ବିବେଚନା କରାଯାଏ । ସୋମବାର ସକାଳେ ସହରର ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ(AQI) ୨୭୭ ରେକର୍ଡ କରାଯାଇଛି । ଯାହା ସ୍ୱାସ୍ଥ୍ୟ ପାଇଁ ଖରାପ ଏବଂ ବିପଜ୍ଜନକ ବର୍ଗରେ ପଡ଼ିଥାଏ ।
ସେପଟେ ଦିଲ୍ଲୀରେ ମଧ୍ୟ ଗ୍ରାପ୍-୪ କଟକଣା ଲାଗୁ ହୋଇଛି । ଦିଲ୍ଳୀ ସମେତ ପୂରା ଏନସିଆରରେ ବିଏସ୍-୩ ଓ ବିଏସ୍-୪ ଡିଜେଲ କାର ଉପରେ ରୋକ ଲଗାଯାଇଛି । ଦଶମ ଓ ଦ୍ବାଦଶ ଶ୍ରେଣୀକୁ ଛାଡି ଅନ୍ୟ ଶ୍ରେଣୀର ପିଲାଙ୍କୁ ହାଇବ୍ରିଡ୍ ମଡେଲରେ ପଢାଇବାର ପରାମର୍ଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ବାତ୍ୟା 'ଦିଟୱା' ଓ 'ସେନ୍ୟାର'ରେ ହଜାରେରୁ ଅଧିକ ମୃତ; ୪ ଦେଶ ପ୍ରଭାବିତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories