Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚଳନ୍ତା ଗାଡ଼ିରେ ବିଳାସମୟ ହୋଟେଲ; ଭାଇରାଲ ଭିଡ଼ିଓ ଦେଖି ତାଜୁବ ହୋଇଯିବେ ଆପଣ

National

Vande Bharat Sleeper New Edition / ଚଳନ୍ତା ଗାଡ଼ିରେ ବିଳାସମୟ ହୋଟେଲ; ଭାଇରାଲ ଭିଡ଼ିଓ ଦେଖି ତାଜୁବ ହୋଇଯିବେ ଆପଣ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଚଳନ୍ତା ଗାଡ଼ିରେ ବିଳାସମୟ ହୋଟେଲ; ଭାଇରାଲ ଭିଡ଼ିଓ ଦେଖି ତାଜୁବ ହୋଇଯିବେ ଆପଣ
Vande Bharat Sleeper New Edition

Key Points

ମୁମ୍ବାଇ-ବେଙ୍ଗାଲୁରୁ ରୁଟରେ ଏହି ଟ୍ରେନ୍ ଏହି ଦୁଇଟି ପ୍ରମୁଖ ସହର ମଧ୍ୟରେ ରାତ୍ରୀଯାପନ କରୁଥିବା ଯାତ୍ରୀମାନଙ୍କୁ ଲାଭ ଦେବ। ଏବେ ସେମାନଙ୍କ ପାଖରେ ଅଧିକ ଆରାମଦାୟକ ଯାତ୍ରା ବିକଳ୍ପ ରହିବ।
New Vande Bharat Sleeper Interior Design: କେବେ ଆପଣ ଚଳନ୍ତା ଗାଡ଼ିରେ ବିଳାସମୟ ହୋଟେଲ ଦେଖିଛନ୍ତି? ଯଦି ନାଁ ତାହେଲେ ଏହାର ଫଟୋ ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ମୁମ୍ବାଇ-ବେଙ୍ଗାଲୁରୁ ବନ୍ଦେ ଭାରତ ସ୍ଲିପର୍ ଟ୍ରେନର ପ୍ରଥମ ଶ୍ରେଣୀ ଏସି କୋଚ୍ ହେଉଛି ଏହାର ଉଦାହରଣ। ଯାହାକୁ ଦେଖିବା ପରେ ଯାତ୍ରୀ ଏହାକୁ ଏକ ବିଳାସମୟ ହୋଟେଲ ରୁମ୍ ଭାବରେ ବର୍ଣ୍ଣନା କରୁଛନ୍ତି। ଏହି ଚଳନ୍ତା ରୁମ୍କୁ ଦେଖିଲେ ଆପଣ ସାଧାରଣ ଟ୍ରେନ ଯାତ୍ରା ଭୁଲିଯିବେ। ଯେଉଁଠି ପୂର୍ବରୁ କେବେ ସାଧାରଣ ବର୍ଥ, ସଂକୀର୍ଣ୍ଣ ସ୍ଥାନ ଏବଂ ଅପରିଷ୍କାର ଶୌଚାଳୟ ଦେଖିବାକୁ ମିଳୁଥିଲା। ନୂତନ ବନ୍ଦେ ଭାରତ ସ୍ଲିପର ଟ୍ରେନର ପ୍ରଥମ ଶ୍ରେଣୀ ଏସି କୋଚ୍ ଏହାର ପ୍ରିମିୟମ୍ ଡିଜାଇନ୍, ଆଧୁନିକ କ୍ୟାବିନ୍ ଏବଂ ଉତ୍କୃଷ୍ଟ ଅଭିଜ୍ଞତା ସହିତ ଯାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଯାହା ଏକ ନିୟମିତ ଟ୍ରେନ ଯାତ୍ରା ପରି ନୁହେଁ।

ଏବେ ଯାତ୍ରୀଙ୍କୁ ମିଳିବ ଏକ ଆରାମଦାୟକ ଯାତ୍ରା
ମୁମ୍ବାଇ-ବେଙ୍ଗାଲୁରୁ ବନ୍ଦେ ଭାରତ ସ୍ଲିପର୍ ଟ୍ରେନର ଏହି ଭିଡି଼ଓ ସେୟାର କରାଯାଇଛି। ଯେଉଁଥିରେ ରାତ୍ର ସମୟରେ ଯାତ୍ରା କରିବା ପାଇଁ ଭାରତୀୟ ରେଳବାଇ ଦ୍ୱାରା କରାଯାଇଥିବା ପ୍ରମୁଖ ପରିବର୍ତ୍ତନକୁ ପ୍ରଦର୍ଶିତ କରୁଛି। ବନ୍ଦେ ଭାରତ ସ୍ଲିପର୍‌, ପ୍ରଥମ ଶ୍ରେଣୀ ଏସି କୋଚ୍ ରେ ଯାତ୍ରୀଙ୍କ ଆରାମକୁ ବିଶେଷ ଧ୍ୟାନ ଦିଆଯାଇଛି। ସେହି ଅନୁଯାୟୀ ବ୍ୟକ୍ତିଗତ କ୍ୟାବିନ୍‌ ମଧ୍ୟ ଡିଜାଇନ୍ କରାଯାଇଛି। ଏହାର ଭିତର ଭାଗରେ ଏକ ସଫା ଲେଆଉଟ୍, ଉନ୍ନତ ଆଲୋକ ଏବଂ ପ୍ରିମିୟମ୍ ଫିନିସିଂ ରହିଛି। ଏହି କୋଚ୍ ବହୁତ ଆଧୁନିକ ଦେଖାଯାଉଛି।

ଏହା ସହ ପଡନ୍ତୁ: କୁତୁବ୍ ମୀନାର ଠାରୁ ଉଚ୍ଚ ଏକ ସେତୁରେ ଦୌଡ଼ିବ ଭାରତୀୟ ରେଳ; କ'ଣ ରହିଛି ଏହାର ବିଶେଷତ୍ୱ

ଟ୍ରେନ୍‌ ମଧ୍ୟରେ ମିଳିବ ଏକ ଛୋଟ ହୋଟେଲ୍ ରୁମ୍‌ ଅଭିଜ୍ଞତା

ଏହି ଟ୍ରେନର ଭିଡି଼ଓ ଏବେ ଭାଇରାଲ୍ ହେବାଲେ ଲାଗିଛି। ଏହା ଲୋକଙ୍କ ଦ୍ୱାରା ପ୍ରଶଂସିତ ହେଉଛି। ଅନେକ ଏହାର କ୍ୟାବିନ୍‌କୁ ଚଳନ୍ତା ଗାଡ଼ିରେ ଥିବା ଏକ ଛୋଟ ହୋଟେଲ୍ ରୁମ୍‌ ସହିତ ତୁଳନା କରୁଛନ୍ତି। ବର୍ତ୍ତମାନର ବନ୍ଦେ ଭାରତ ଟ୍ରେନ୍‌ ପ୍ରାୟତଃ ଛୋଟ ଦୂରତା ପାଇଁ ଚେୟାର-କାର୍ ସେବା ପ୍ରଦାନ କରୁଛି। ହେଲେ ଏହାର ବିପରୀତରେ ଏହି ସ୍ଲିପର୍ ସଂସ୍କରଣ ଦୀର୍ଘ ଦୂରତା ଯାତ୍ରା ପାଇଁ ଡିଜାଇନ୍ କରାଯାଇଛି। ମୁମ୍ବାଇ-ବେଙ୍ଗାଲୁରୁ ରୁଟ୍‌ରେ ଚାଲୁଥିବା ଏହି ଟ୍ରେନ୍‌ ଏହି ଦୁଇଟି ପ୍ରମୁଖ ସହର ମଧ୍ୟରେ ରାତ୍ରୀଯାପନ କରୁଥିବା ଯାତ୍ରୀଙ୍କୁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି। ଏହା ସେମାନଙ୍କୁ ଅଧିକ ଆରାମଦାୟକ ଯାତ୍ରା ବିକଳ୍ପ ପ୍ରଦାନ କରିବ।

କ'ଣ ରହିଛି ଏହାର ବୈଶିଷ୍ଟ୍ୟ?
ବନ୍ଦେ ଭାରତ ସ୍ଲିପର୍‌ର ପ୍ରଥମ ଶ୍ରେଣୀ ଏସି କୋଚ୍ ମଧ୍ୟରେ ଉନ୍ନତ ଶୋଇବା ବ୍ୟବସ୍ଥା ସହିତ ଯାତ୍ରୀଙ୍କ ସୁବିଧା ପାଇଁ କିଛି ପରିବର୍ତ୍ତନ କରାଯାଇଛି। ଯେପରିକି ଉନ୍ନତ ଶୌଚାଳୟ, ଉନ୍ନତ ଆଲୋକୀକରଣ, ସୂଚନା ପ୍ରଦର୍ଶନ ପ୍ରଣାଳୀ (Information Display System) ଏବଂ ସିସିଟିଭି (CCTV) ସୁରକ୍ଷା ବ୍ୟବସ୍ଥା। ଏହି ଟ୍ରେନ୍‌କୁ ଆଧୁନିକ ଟ୍ରେନ୍‌ ମାଧ୍ୟମରେ ଦୀର୍ଘ ଦୂରତା ଯାତ୍ରା ଅଭିଜ୍ଞତାକୁ ରୂପାନ୍ତରିତ କରିବା ପାଇଁ ଭାରତୀୟ ରେଳବାଇର ଏକ ପ୍ରମୁଖ ପଦକ୍ଷେପର ଅଂଶ ଭାବରେ ମଧ୍ୟ ଦେଖାଯାଉଛି। ଏହି ଟ୍ରେନ୍‌ ଗତି, ଆରାମ ଏବଂ ଉନ୍ନତ ଅନ-ବୋର୍ଡ଼ ସୁବିଧା ପ୍ରଦାନ କରିବ। ଏପରି ସଂସ୍କରଣର ଲକ୍ଷ୍ୟ ହେଉଛି ବନ୍ଦେ ଭାରତ ଅଭିଜ୍ଞତାକୁ ସେହି ମାର୍ଗରେ ଆଣିବା ଯେଉଁଠାରେ ଯାତ୍ରୀ ସାଧାରଣତଃ ରାତାରାତି ଟ୍ରେନ ଉପରେ ନିର୍ଭର କରିଥାନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored