Videos
|
National

Ban on Green Rocket after Diwali / ଦୀପାବଳି ପରେ ଗ୍ରୀନ୍ ରକେଟ୍ ଉପରେ ଲାଗିଲା ପ୍ରତିବନ୍ଧକ; କେଉଁଠି, କାହିଁକି, କେବେ ପର୍ଯ୍ୟନ୍ତ ଲାଗୁ ହେବ ଏହି ଆଦେଶ?

Subhramjit Ray
Browse all articles by Subhramjit Ray
·1 hour ago·2 min read
ଦୀପାବଳି ପରେ ଗ୍ରୀନ୍ ରକେଟ୍ ଉପରେ ଲାଗିଲା ପ୍ରତିବନ୍ଧକ; କେଉଁଠି, କାହିଁକି, କେବେ ପର୍ଯ୍ୟନ୍ତ ଲାଗୁ ହେବ ଏହି ଆଦେଶ?
Ban on Green Rocket after Diwali

Key Points

ଅଗ୍ନିକାଣ୍ଡ ଘଟଣା ବୃଦ୍ଧି ପାଉଥିବାରୁ, BMC ନଭେମ୍ବର ୨୫ ପର୍ଯ୍ୟନ୍ତ ସବୁଜ ରକେଟ ଏବଂ ବାଣ  ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ନିୟମ ସରକାରୀ ଏବଂ ବେସରକାରୀ ଉଭୟ ସ୍ଥାନରେ ଲାଗୁ ହେବ।
ମାୟାନଗରୀ ମୁମ୍ବାଇରେ ବାଣ ଫୁଟା ସହିତ ଜଡିତ ଅଗ୍ନିକାଣ୍ଡ ଘଟଣାକୁ ଦୃଷ୍ଟିରେ ରଖି ବ୍ରିହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଏକ ବଡ଼ ପଦକ୍ଷେପ ନେଇଛି। ମୁମ୍ବାଇ ମହାନଗର ଅଞ୍ଚଳରେ ଗ୍ରୀନ୍ ରକେଟ୍ ଏବଂ ସମାନ ଧରଣର ଆକାଶରେ ଉଡ଼ୁଥିବା ବାଣର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଯାଇଛି। ସ୍ଥାନୀୟ ସହରାଞ୍ଚଳ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ବ୍ରିହନ୍ମୁମ୍ବାଇ ଦ୍ୱାରା ଏହି ଆଦେଶ ସୋମବାର (୯ ନଭେମ୍ବର) ଜାରି କରାଯାଇଥିଲା। ଏହି ନିଷେଧାଦେଶ ଆସନ୍ତା ୨୦୨୬ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ବିଏମସି (BMC) ଦ୍ୱାରା ଜାରି ହୋଇଥିବା ଏହି ଆଦେଶ ଅନୁଯାୟୀ, ବିଗତ ୨ ଦିନ ମଧ୍ୟରେ ମୁମ୍ବାଇ ସହର ଏବଂଏହାର ଉପକଣ୍ଠରେ ବାଣ ଫୁଟାଇବା ଯୋଗୁଁ ଅନେକ ଅଗ୍ନିକାଣ୍ଡ ଘଟଣା ଘଟିଥିବାର ରିପୋର୍ଟ କରାଯାଇଛି।

କେଉଁଠାରେ ଲାଗୁ ହେବ ଏହି ନିଷେଧାଦେଶ?
ବିଶେଷକରି ରକେଟ୍ ଏବଂ ଆକାଶରେ ଉଡ଼ୁଥିବା ବାଣ (ଆତସବାଜି) ଫୁଟାଇବା ସମୟରେ, ଏହାର ସ୍ପାର୍କିଂ ଛାତ, ବାଲକୋନି, ଝରକା ଏବଂ ଜ୍ୱଳନଶୀଳ ସାମଗ୍ରୀ ଉପରେ ପଡ଼ିପାରେ। ଯାହା ଅଗ୍ନିକାଣ୍ଡ ଜନିତ ବିପଦ ସୃଷ୍ଟି କରିପାରେ। ଏନେଇ ବିଏମସି କହିଛି ଯେ ମୁମ୍ବାଇ ମହାନଗରୀର ଘନ ଜନସଂଖ୍ୟା, ଉଚ୍ଚ କୋଠା, ବସ୍ତି, ସଂକୀର୍ଣ୍ଣ ରାସ୍ତା ଏବଂ ବାଣିଜ୍ୟିକ ଏବଂ ଆବାସିକ ଭବନର ପ୍ରାଧାନ୍ୟକୁ ଦୃଷ୍ଟିରେ ରଖି, ଏପରି ବାଣ ଜୀବନ ଏବଂ ସମ୍ପତ୍ତି ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିପାରେ।

ଏହା ସହ ପଢନ୍ତୁ: ସମୁଦ୍ର ମେଣ୍ଟାଇବ ଶୋଷ! ମାୟାନଗରୀ ବାସିନ୍ଦାଙ୍କୁ ଦୈନିକ ଯୋଗାଇବ ୪୦ କୋଟି ଲିଟର ପାନୀୟ ଜଳ

ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ରୋକିବା ପାଇଁ ତୁରନ୍ତ ପ୍ରତିବନ୍ଧକମୂଳକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଏହି ନିଷେଧାଦେଶ ମୁମ୍ବାଇ ମହାନଗର ନିଗମ କ୍ଷେତ୍ରାଧିକାର ମଧ୍ୟରେ ରହିଥିବା ସମସ୍ତ ସରକାରୀ ଏବଂ ବେସରକାରୀ ପରିସର ପାଇଁ ପ୍ରଯୁଜ୍ୟ ହେବ। ଏଥିରେ ଆବାସିକ କୋଠା, ଛାତ, ସିଡ଼ି, ବାଲକୋନି, ଅଗଣା, ପାର୍କିଂ ସ୍ଥାନ, ବସ୍ତି ଅଞ୍ଚଳ, ରାସ୍ତା ଏବଂ ଅନ୍ୟାନ୍ୟ ସମସ୍ତ ପରିସର ଅନ୍ତର୍ଭୂକ୍ତ ରହିଛି।

ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ଜାରି ହୋଇଥିଲା ନିର୍ଦ୍ଦେଶ
୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ମୁମ୍ବାଇ ସହରାଞ୍ଚଳ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି। ସମ୍ପୃକ୍ତ ଜୋନାଲ ଡେପୁଟି କମିଶନର ଅଫ୍ ପୋଲିସ, ମ୍ୟୁନିସିପାଲ କର୍ପୋରେସନ ଡିଭିଜନାଲ ଆସିଷ୍ଟାଣ୍ଟ କମିଶନର, ଅଗ୍ନିଶମ ବିଭାଗ ଏବଂ ଲୋକସମ୍ପର୍କ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶକୁ ବ୍ୟାପକ ଭାବରେ ପ୍ରଚାର କରିବା ଏବଂ ଏହାର ପାଳନ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ଯେ ସବୁଜ ରକେଟ ଏବଂ ସମାନ ଧରଣର ଆକାଶରେ ଉଡୁଥିବା ବାଣର ବ୍ୟବହାର ଉପରେ ନିଷେଧାଦେଶ ରହିବ। ଏହି ନିର୍ଦ୍ଦେଶକୁ ତୁରନ୍ତ ପ୍ରଚାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: