Videos
|
National

BMC Mumbai Water Shortage / ସମୁଦ୍ର ମେଣ୍ଟାଇବ ଶୋଷ! ମାୟାନଗରୀ ବାସିନ୍ଦାଙ୍କୁ ଦୈନିକ ଯୋଗାଇବ ୪୦ କୋଟି ଲିଟର ପାନୀୟ ଜଳ

Subhramjit Ray
Browse all articles by Subhramjit Ray
·1 hour ago·2 min read
ସମୁଦ୍ର ମେଣ୍ଟାଇବ ଶୋଷ! ମାୟାନଗରୀ ବାସିନ୍ଦାଙ୍କୁ ଦୈନିକ ଯୋଗାଇବ ୪୦ କୋଟି ଲିଟର ପାନୀୟ ଜଳ
BMC Mumbai Water Shortage

Key Points

ବର୍ଦ୍ଧିତ ଜନସଂଖ୍ୟା ଏବଂ ବାଣିଜ୍ୟିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି, ବର୍ଷା ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସ୍ଥାୟୀ ଜଳ ଯୋଗାଣ ସୃଷ୍ଟି କରିବା ପାଇଁ BMC ଏବେ ସମୁଦ୍ର ଜଳକୁ ଏକ ନୂତନ ଜଳ ଉତ୍ସ ଭାବରେ ବ୍ୟବହାର କରିବାକୁ ଯାଉଛି।
BMC Sea Water Desalination Plant: ମାୟାନଗରୀ ମୁମ୍ବାଇରେ ବଢୁଥିବା ବର୍ଦ୍ଧିତ ଜଳ ଚାହିଦାକୁ ଦୃଷ୍ଟିରେ ରଖି, ବ୍ରିହାନ ମୁମ୍ବାଇ ନଗର ନିଗମ (ବିଏମସି) ଏକ ବଡ଼ ନିଷ୍ପତ୍ତି ନେଇଛି। ବିଏମସି(BMC) ପ୍ରାୟ ୪୦୦୭ କୋଟି ଟଙ୍କା ବ୍ୟୟରେ ମନୋରୀ ଠାରେ ଏକ ବିଶାଳ "ସି ୱାଟର ଡିସାଲିନେସନ୍ ପ୍ଲାଣ୍ଟ" (Sea Water Desalination Plant) ନିର୍ମାଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ୨୦୨୯ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ପ୍ରକଳ୍ପରୁ ପ୍ରତିଦିନ ପ୍ରାୟ ୪୦୦ ମିଲିୟନ୍ ଲିଟର (୪୦ କୋଟି ଲିଟର) ପାନୀୟ ଜଳ ଉତ୍ପାଦନ କରାଯିବ। ଏହି ଉପାୟ ଅବଲମ୍ବନ କରି ସମୁଦ୍ର ଜଳକୁ ପାନୀୟ ଜଳରେ ପରିଣତ କରିବାରେ ଭାରତର ଦ୍ୱିତୀୟ ସହର ହେବ ମାୟାନଗରୀ ମୁମ୍ବାଇ।

କିପରି କାମ କରିବ ଏହି ପ୍ଲାଣ୍ଟ ?
ଡିସାଲିନେସନ୍ (Desalination) ଜ୍ଞାନକୌଶଳ ବ୍ୟବହାର ସମୁଦ୍ର ଜଳରୁ ଲୁଣ ଏବଂ ଅନ୍ୟାନ୍ୟ ଅଶୁଦ୍ଧତା ଦୂର କରିହେବ। ଫିଲ୍ଟରିଂ (Filtering) ଏବଂ ଉଚ୍ଚ-ଚାପ ମେମ୍ବ୍ରାନ୍ ପ୍ରଯୁକ୍ତିବିଦ୍ୟା (High Pressure Membrane Technology) ପରେ, ପାଣିକୁ ପାନୀୟ ଉପଯୋଗୀ କରାଯିବ। ସୁରକ୍ଷା ମାନଦଣ୍ଡ ଅନୁଯାୟୀ ଅବଶିଷ୍ଟ ଅତ୍ୟଧିକ ଲୁଣିଆ ପାଣିକୁ ପୁନର୍ବାର ସମୁଦ୍ର ମଧ୍ୟକୁ ଛାଡ଼ି ଦିଆଯିବ।

ଏହା ସହ ପଢନ୍ତୁ: 'ଜଳବନ୍ଦୀ ସମସ୍ୟା ପାଇଁ ନିଜେ ନାଗରିକ ଦାୟୀ'

କାହିଁକି ପଡ଼ିଲା ଏହାର ଆବଶ୍ୟକତା?
ମୁମ୍ବାଇ ଭଳି ବିଶାଳକାୟ ମହନଗରୀକୁ ବର୍ତ୍ତମାନ ଦୈନିକ ପ୍ରାୟ ୪୬୬୪ MLD (Million Liters per Day) ପାଣି ଆବଶ୍ୟକ। ଯେତେବେଳେ କି ପାଣି ଉପଲବ୍ଧତା ପ୍ରାୟ ୪୧୦୦ MLD ରହିଛି। ଯାହାର ଅର୍ଥ ହେଉଛି ମାୟାନଗରୀ ପ୍ରତିଦିନ ୫୦୦-୬୦୦ MLD ଜଳ ଅଭାବର ସାମ୍ନା କରୁଛି। ଦୁର୍ବଳ କିମ୍ବା ବିଳମ୍ବ ମୌସୁମୀ ସମୟରେ ଏହି ସଙ୍କଟ ଆହୁରି ଭୟାବହ ହୋଇଯାଏ। ବର୍ଦ୍ଧିତ ଜନସଂଖ୍ୟା ଏବଂ ବାଣିଜ୍ୟିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି, BMC (Brihanmumbai Municipal Corporation) ଏବେ ବର୍ଷା ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ଏକ ସ୍ଥାୟୀ ଜଳ ଯୋଗାଣ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ସମୁଦ୍ର ଜଳକୁ ଏକ ନୂତନ ଉତ୍ସ ଭାବରେ ବ୍ୟବହାର କରିବାକୁ ବିଚାର କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: