Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Terrorist Arrest / ଲକ୍ଷ୍ନୌରେ ବିସ୍ଫୋରଣ ପାଇଁ କରିଥିଲେ ଷଡ଼ଯନ୍ତ୍ର; ୪ ଆତଙ୍କୀଙ୍କୁ ଧରିଲା ATS

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ଲକ୍ଷ୍ନୌରେ ବିସ୍ଫୋରଣ ପାଇଁ କରିଥିଲେ ଷଡ଼ଯନ୍ତ୍ର; ୪ ଆତଙ୍କୀଙ୍କୁ ଧରିଲା ATS
Terrorist Arrest

Key Points

ୟୁପି ATSକୁ ଲକ୍ଷ୍ନୌରେ ବଡ଼ ସଫଳତା
ବଡ଼ ବିସ୍ଫୋରଣ ହେବା ପୂର୍ବରୁ ଧରାପଡ଼ିଲେ
୪ ଆତଙ୍କବାଦୀ ଲକ୍ଷ୍ନୌରୁ ହେଲେ ଗିରଫ
ୟୁପି ଆତଙ୍କବାଦୀ ନିରୋଧୀ ସ୍କ୍ଵାର୍ଡ (ATS)କୁ ଲକ୍ଷ୍ନୌରେ ବଡ଼ ସଫଳତା । ଚାରି ଜଣ ଆତଙ୍କବାଦୀ ହେଲେ ଗିରଫ । ଏହି ଆତଙ୍କବାଦୀମାନେ ପାକିସ୍ତାନ ପାଇଁ କାମ କରୁଥିବାବେଳେ ଲକ୍ଷ୍ନୌର ଚାରବାଗ୍ ଠାରେ ଧମାକା କରିବାକୁ ଯୋଜନା କରିଥିଲେ । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଆତଙ୍କୀ ମେରଠ ଓ ଦୁଇ ଜଣ ନୋଏଡାର ବୋଲି ଜଣାପଡ଼ିଛି । ଏମାନେ ସୋସିଆଲ ମିଡିଆର ଭିନ୍ନ ଭିନ୍ନ ପ୍ଲାଟଫର୍ମରୁ ଯୋଡ଼ି ହୋଇ ପାକିସ୍ତାନ ଆତଙ୍କୀଙ୍କ କଥା ଅନୁସାରେ କାମ କରୁଥିଲେ ।

ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ବାରିକ ଭାବେ କାମ କରୁଥିଲା ଏବଂ ଏହି ଆଳରେ ଦେଶ ବିରୋଧରେ ଷଡ଼ଯନ୍ତ୍ର ରଚୁଥିଲା । କିଛି ଆତଙ୍କବାଦୀ ଲକ୍ଷ୍ନୌରେ ଥିବା ନେଇ ଏଟିଏସକୁ ଖବର ମିଳିଥିଲା । ଏହାପରେ ଖୋଜାଖୋଜି କରିବା ସମୟରେ ଏହି ୪ ଆତଙ୍କୀ ଧରାପଡ଼ିଛନ୍ତି । ଗିରଫ ସମୟରେ ଆତଙ୍କବାଦୀଙ୍କଠାରୁ କିଛି ଜ୍ଵଳନଶୀଳ ପଦାର୍ଥ, ୭ଟି ସ୍ମାର୍ଟଫୋନ, ୨୪ଟି ପମ୍ପଲେଟ୍ ଓ ଆଧାର କାର୍ଡ ଜବତ ହୋଇଛି ।

  • ବଡ଼ ଧମାକା ପାଇଁ କରିଥିଲେ ଯୋଜନା
ଉତ୍ତର ପ୍ରଦେଶର ଏଡିଜି ଆଇନ ବ୍ୟବସ୍ଥା ଅମିତାଭ ୟଶ କହିଛନ୍ତି ଯେ ଦେଶରେ ଏକ ଭୟଙ୍କର ବୋମା ବିସ୍ଫୋରଣ କରିବାକୁ ପ୍ରସ୍ତୁତ ହେଉଥିବା ମେରଠର ଅଗୱାନପୁର ଗାଁ ଥାନା ଅଞ୍ଚଳର ସାକିବ ଓରଫ ଡେଭିଡ (୨୫), ମେରଠର ଅରବାବ (୨୦), ଗୌତମବୁଦ୍ଧନଗରର ରାମ ବିହାର ଅଧିବାସୀ ବିକାଶ ଓରଫ ରୌନକ (୨୭) ଏବଂ ରାମ ବିହାର କଲୋନୀର ଲୋକେଶ ଓରଫ ପୋପଲା ପଣ୍ଡିତ ଓରଫ ବାବୁ ଓରଫ ସଞ୍ଜୁ (୧୯)କୁ ଶୁକ୍ରବାର ଲକ୍ଷ୍ନୌର ଚାରବାଗ୍ ରେଳ ଷ୍ଟେସନ ନିକଟରୁ ଗିରଫ କରାଯାଇଛି ।

ପଢନ୍ତୁ ଏହି ଖବର: ମିଛ ଖବର ଦେଇ ହୋଟେଲକୁ ନେଲା; ଦୁଷ୍କର୍ମ କଲା ପଡ଼ୋଶୀ

ଏମାନେ ଶୁକ୍ରବାର ଲକ୍ଷ୍ନୌ ପହଞ୍ଚି ନିଜର ଅନ୍ୟ ସାଥୀମାନଙ୍କ ସହ ମିଶି ରେଳ ସିଗ୍ନାଲ ନିକଟରେ ବଡ଼ ଧରଣର ବୋମା ବିସ୍ଫୋରଣ କରିବାକୁ ଯୋଜନା ରଖିଥିଲେ । ଏହା ପୂର୍ବରୁ ଏଟିଏସ ସେମାନଙ୍କୁ ଗିରଫ କରିଛି । ଏଟିଏସକୁ ସୂଚନା ମିଳିଥିଲା ଯେ କିଛି ଭାରତୀୟ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ଏମାନେ ମୁଖ୍ୟତଃ ଦେଶର ପ୍ରମୁଖ ସଂସ୍ଥା ଓ ରାଜନୈତିକ ବ୍ୟକ୍ତିଙ୍କୁ ରେକି କରି ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୂଚନା ଦେଉଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UP ATS Arrests 4 Terror Module Members Linked to Pakistan-Based Handlers | Argus News