FDA Action Mumbai / ମୁମ୍ବାଇରେ ୨୬ ଦୋକାନ ଉପରେ ୧.୫୧ ଲକ୍ଷର ଜରିମାନା ଲଗାଇଲା ଏଫଡ଼ିଏ; ଜାଣନ୍ତୁ କାହିଁକି
·2 hours ago·2 min read

Key Points
FDA ଚେତାବନୀ ଦେଇଛି ଯେ ଖବରକାଗଜ କାଳିରେ ଥିବା ରାସାୟନିକ ପଦାର୍ଥ, ରଙ୍ଗ ଏବଂ ଭାରୀ ଧାତୁ ଗରମ ଏବଂ ତେଲିଆ ଖାଦ୍ୟକୁ ଦୂଷିତ କରିପାରେ। ଏହା ବ୍ୟତୀତ, ଏହି କାଗଜରେ ଜୀବାଣୁ ଏବଂ ଅନ୍ୟାନ୍ୟ କ୍ଷତିକାରକ ଅଣୁଜୀବ ରହିବାର ଆଶଙ୍କା ମଧ୍ୟ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିଥାଏ।
Mumbai FDA newspaper food packaging fine: ମୁମ୍ବାଇ ସ୍ଥିତ ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡ଼ିଏ) ଗତ ୫ ତାରିଖରୁ ଗତକାଲି (ଜୁନ୍ ୧୬) ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ପ୍ରାୟ ୫୫ ଖାଦ୍ୟ ପ୍ରତିଷ୍ଠାନକୁ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ପ୍ରାୟ ୨୬ ପ୍ରତିଷ୍ଠାନ ଖାଦ୍ୟ ପରିବେଷଣ ଏବଂ ପ୍ୟାକେଜିଂ କରିବା ପାଇଁ ଖବରକାଗଜ ଏବଂ ଅନ୍ୟାନ୍ୟ ମୁଦ୍ରିତ କାଗଜ ବ୍ୟବହାର କରୁଥିବାର ଜଣାପଡ଼ିଥିଲା। ଏକଥା ଜଣାପଡ଼ିବା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧.୫୧ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲା। ଏନେଇ ଏଫଡ଼ିଏ (FDA) ପକ୍ଷରୁ କୁହାଯାଇଛି ଯେ ଖବରକାଗଜ କାଳିରେ ଥିବା ରାସାୟନିକ ପଦାର୍ଥ, ରଙ୍ଗ ଏବଂ ଭାରୀ ଧାତୁ ଗରମ ଏବଂ ତେଲରେ ଛଣା ହୋଇଥିବା ଖାଦ୍ୟକୁ ଦୂଷିତ କରିପାରେ। ଏହା ବ୍ୟତୀତ ସେହି ପୁରୁଣା ଖବରକାଗଜରେ ଜୀବାଣୁ ଏବଂ ଅନ୍ୟାନ୍ୟ କ୍ଷତିକାରକ ଅଣୁଜୀବ ମଧ୍ୟ ରହିଥାଇ ପାରନ୍ତି।
ବ୍ୟବସାୟୀ ସୁରକ୍ଷିତ ପ୍ୟାକେଜିଂ ସାମଗ୍ରୀ ବ୍ୟବହାର କରିବା ଆବଶ୍ୟକ: FDA
ନିକଟରେ ନିଯୁକ୍ତ ହୋଇଥିବା ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) କମିଶନର ତୁକାରାମ ମୁଣ୍ଢେଙ୍କ ନିର୍ଦ୍ଦେଶକ୍ରମେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ସେ ଖାଦ୍ୟ ବିକ୍ରେତାଙ୍କୁ ଖବରକାଗଜରେ ଗୁଡ଼ାଇ ହୋଇଥିବା ବଡ଼ ପାୱ ସମେତ ଅନ୍ୟ ଖାଦ୍ୟ ସାମଗ୍ରୀ ବିକ୍ରୟ କରିବାକୁ ନେଇ ଚେତାବନୀ ଦେଇଥିଲେ। ଏନେଇ FDA ପକ୍ଷରୁ କୁହାଯାଇଛି ଯେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ପୂର୍ବରୁ ଏପରି ଅଭ୍ୟାସକୁ ନିଷିଦ୍ଧ କରିସାରିଛି। ସମସ୍ତ ଖାଦ୍ୟ ବ୍ୟବସାୟୀ ସୁରକ୍ଷିତ ପ୍ୟାକେଜିଂ ସାମଗ୍ରୀ ବ୍ୟବହାର କରିବା ଆବଶ୍ୟକ ବୋଲି FDA କହିଛି।
ଏହା ସହ ପଢନ୍ତୁ: କେବଳ ହଳଦିଆ ରଙ୍ଗ ଦେଖି କିଣୁଛନ୍ତି କି କଦଳୀ? ତାହେଲେ ହୋଇଯାନ୍ତୁ ସାବଧାନ
ଏହି ଅଭିଯାନ ସମୟରେ, ପଶ୍ଚିମ ମୁଲୁଣ୍ଡ ସ୍ଥିତ ଏକ ଅଣଲାଇସେନ୍ସପ୍ରାପ୍ତ ଡାଏରୀ ଠାରେ ଜଣାଶୁଣା କମ୍ପାନୀର ସମୟସୀମା ସମାପ୍ତ ହୋଇଥିବା ଖାଦ୍ୟ ଉତ୍ପାଦ ମିଳିଥିବା ଅଭିଯୋଗ ହୋଇଥିଲା। ଯାହା ଫଳରେ ଏହାର ପରିଚାଳକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ସମୟରେ, FDA ପଶ୍ଚିମ ଅନ୍ଧେରୀ ଅଞ୍ଚଳରେ ଏକ କଥିତ ଚା' ଅପମିଶ୍ରଣ କରୁଥିବା ରାକେଟ୍କୁ ପର୍ଦ୍ଦାଫାସ କରିଥିଲା। ଏନେଇ ଅଭିଯୋଗ ହୋଇଛି ଯେ ଚା' ପାଉଡରରେ ରଙ୍ଗ ଏବଂ ପାଣି ମିଶାଇ ଏହାକୁ ବିକ୍ରି କରାଯାଉଥିଲା। ଏହି ଅଭିଯାନ ସମୟରେ ପ୍ରାୟ ୯୦୦ କିଲୋଗ୍ରାମ ଚା' ପାଉଡର ଏବଂ କିଲୋଗ୍ରାମ ରଙ୍ଗୀନ ସାମଗ୍ରୀ ଜବତ କରାଯାଇ ଏହାକୁ ସିଲ୍ କରାଯାଇଥିଲା। ଏହାର ମୂଲ୍ୟ ପ୍ରାୟ ୨.୧୯ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଏହି ମାମଲାରେ ଡି.ଏନ୍ ନଗର ଥାନାରେ ଏକ ଏଫଆଇଆର୍ ରୁଜୁ କରାଯାଇ ଏହି ଘଟଣାର ଅଧିକ ତଦନ୍ତ କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Mumbai FDA newspaper food packaging fineFSSAI ban on newspaper food wrapping IndiaMumbai street food safety crackdown 2026Vada Pav vendors fined in Mumbai newspaper inkWhy wrapping food in newspaper is bannedTukaram Mundhe FDA commissioner Mumbai raidToxic health risks of newspaper printing ink leadFood Safety and Standards Packaging Regulations 2018Bhajia and Vada pav paper wrapping fine amountChemical leaching in hot oily street food