Videos
|
National

Mumbai Local Train Service Disruption Update / ଲୋକାଲ୍ ଟ୍ରେନ୍ ଅଟକି ପରେ ଟ୍ରାକ୍ ଉପରେ ଚାଲିଲେ ଯାତ୍ରୀ; ବାଧିତ ହୋଇଥିଲା ସେବା

Subhramjit Ray
Browse all articles by Subhramjit Ray
·3 hours ago·2 min read
ଲୋକାଲ୍ ଟ୍ରେନ୍ ଅଟକି ପରେ ଟ୍ରାକ୍ ଉପରେ ଚାଲିଲେ ଯାତ୍ରୀ; ବାଧିତ ହୋଇଥିଲା ସେବା
Mumbai Local Train Service Disruption Update

Key Points

ମୁମ୍ବାଇ ଲୋକାଲ୍ ସେବାରେ ବାଧା ସୃଷ୍ଟି ହେବା ଫଳରେ ଯାତ୍ରୀମାନେ ଟ୍ରାକ୍ ଉପରେ ଚାଲିବାକୁ ବାଧ୍ୟ ହୋଇଥିଲେ।
ମାୟାନଗରୀ ମୁମ୍ବାଇ ସ୍ଥିତ କେନ୍ଦ୍ରୀୟ ରେଳବାଇର ଘାଟକୋପର-ଭିକ୍ରୋଲି ସେକ୍ସନ ଠାରେ ସୋମବାର (ଅକ୍ଚୋବର ୨୬) ଦୁଇଟି ମୃତଦେହ ମିଳିବା ପରେ ଆତଙ୍କ ସୃଷ୍ଟି କରିଥିଲା। ଭାଣ୍ଡୁପ୍ ଅଞ୍ଚଳରେ ମଧ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଥିଲା। ରେଳବାଇ ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ରାଜାୱାଡି ହସ୍ପିଟାଲ ପଠାଇଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ମୃତ୍ୟୁ ପଛରେ ରହିଥିବା କାରଣ ସମ୍ପର୍କରେ ଜାଣିବାକୁ ଚାହୁଁଛି।

ଏହି ଘଟଣା ପରେ ରେଳସେବା ବାଧାପ୍ରାପ୍ତ ହୋଇଥିଲା। ଯାହା ଫଳରେ ମାୟାନଗରୀ ମୁମ୍ବାଇପ ଜୀବନ ରେଖା କୁହାଯାଉଥିବା ଲୋକାଲ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଥିଲା। ଟ୍ରେନ୍ ଚଳାଚଳରେ ବିଳମ୍ବ ଯୋଗୁଁ ବହୁ ସଂଖ୍ୟକ ଯାତ୍ରୀ ଅସୁବିଧାର ସାମ୍ନା କରିଥିଲେ। ରେଳ ସେବା ବାଧାପ୍ରାପ୍ତ ହେବା ଯୋଗୁଁ, ଅନେକ ଯାତ୍ରୀ ରାସ୍ତା ଉପରକୁ ମାଡ଼ି ଆସିଥିଲେ। ଯାହା ଫଳରେ ପୂର୍ବ ଏକ୍ସପ୍ରେସ୍ ହାଇୱେ ଠାରେ ବ୍ୟାପକ ଟ୍ରାଫିକ୍ ଜାମ୍ ହୋଇଥିଲା। ବିଭିନ୍ନ ସ୍ଥାନରେ ଯାନବାହାନର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଟ୍ରାଫିକ୍ ଚଳାଚଳ ବହୁତ ଧିର ହୋଇଥିଲା। ପୋଲିସ ଏବଂ ରେଳବାଇ ଅଧିକାରୀ ଏହି ଘଟଣାର ତଦନ୍ତ କରୁଛନ୍ତି। ଯାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଯୋଗାଇବା ଏବଂ ସ୍ୱାଭାବିକ ଟ୍ରେନ୍ ପରିଚାଳନାକୁ ପୁନଃସ୍ଥାପିତ କରିବା ପାଇଁ ପ୍ରୟାସ ଚାଲିଛି।

ଏହା ସହ ପଢନ୍ତୁ: ଅଟକି ଗଲା ମାୟାନଗରୀର ଜୀବନ ରେଖା; ହନ୍ତସନ୍ତ ହୋଇଗଲେ ଲୋକେ

ଗତକାଲି (ଅକ୍ଟୋବର ୨୬) ମାୟାନଗରୀ ମୁମ୍ବାଇର ଜୀବନ ରେଖା କୁହାଯାଉଥିବା ଲୋକାଲ୍ ଟ୍ରେନ୍ ସେବା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଥିଲା। ସପ୍ତାହର ପ୍ରାରମ୍ଭରେ କାମ ଏବଂ ବ୍ୟବସାୟ ପାଇଁ ଘରୁ ବାହାରିଥିବା ହଜାର ହଜାର ଯାତ୍ରୀ ଦୀର୍ଘ ସମୟ ଅଟକି ରହିଥିଲେ। କେନ୍ଦ୍ରୀୟ ରେଳବାଇ ଦ୍ୱାରା ପରିଚାଳିତ ଅନେକ ଲୋକାଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍ ଘଣ୍ଟା ଘଣ୍ଟା ଧରି ଟ୍ରାକ୍ ଉପରେ ଫସି ରହିଥିଲେ। ଯାହା ସମଗ୍ର ନେଟୱାର୍କକୁ ପ୍ରଭାବିତ କରିଥିଲା। ସୋମବାର ସକାଳ ପ୍ରାୟ ଦଶଟା ସମୟରେ କାଞ୍ଜୁରମାର୍ଗ ଷ୍ଟେସନ୍ ନିକଟରେ ସିଗନାଲ କ୍ୟାବିନ୍‌ ରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଯୋଗୁଁ ଥାନେ ଏବଂ ଭିକ୍ରୋଲି ମଧ୍ୟରେ ସିଗନାଲ ନେଟୱାର୍କ ବିଚ୍ଛିନ୍ନ ହୋଇଥିଲା। ଯାହାର ଫଳସ୍ୱରୂପ ଟ୍ରେନ୍ ଚଳାଚଳକୁ ନିୟନ୍ତ୍ରଣ କରୁଥିବା ସିଷ୍ଟମ୍ କାମ କରିବା ବନ୍ଦ କରିଦେଇଥିଲା। ଏପରିକି ଅନେକ ରୁଟ୍‌ ରେ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟ୍ରାକ୍ ଉପରେ ଯିବାକୁ ବାଧ୍ୟ ହୋଇଥିଲେ ଯାତ୍ରୀ
ଦୀର୍ଘ ସମୟ ଧରି ଟ୍ରେନ୍ ଚଳାଚଳ ବନ୍ଦ ରହିବା ଯାତ୍ରୀ ସେମାନଙ୍କ ଧୈର୍ଯ୍ୟ ହରାଇଥିଲା। ଅନେକ ଲୋକ ଘଣ୍ଟା ଘଣ୍ଟା ଧରି କୋଚ୍ ମଧ୍ୟରେ ଫସି ରହିଥିଲେ। ସ୍ପଷ୍ଟ ସୂଚନା ମିଳିବାରେ ଅସୁବିଦା ହେବାରୁ କିଛି ଯାତ୍ରୀ ନିଜ ଜୀବନକୁ ବାଜି ଲଗାଇ ନିକଟସ୍ଥ ଷ୍ଟେସନ ଚାଲିଯିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ଗୁରୁତର ସୁରକ୍ଷା ଜନିତ ଚିନ୍ତା ସୃଷ୍ଟି କରିଥିଲା।