Videos
|
National

Mumbai Pune Expressway closed / ପ୍ରବଳ ବର୍ଷା ପରେ ଭୂସ୍ଖଳନ; ବନ୍ଦ ହୋଇଗଲା ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ, ୧୬ ଟ୍ରେନ୍ ବାତିଲ

Subhramjit Ray
Browse all articles by Subhramjit Ray
·2 months ago·2 min read
ପ୍ରବଳ ବର୍ଷା ପରେ ଭୂସ୍ଖଳନ; ବନ୍ଦ ହୋଇଗଲା ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ, ୧୬ ଟ୍ରେନ୍ ବାତିଲ
Mumbai-Pune Expressway closed

Key Points

"ମିସିଂ ଲିଙ୍କ୍" ଭାବରେ ଜଣାଶୁଣା ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ମାତ୍ର ୨ ମାସ ପୂର୍ବରୁ ଖୋଲିଥିଲା। ହେଲେ ପ୍ରବଳ ବର୍ଷା ମଧ୍ୟରେ ହୋଇଥିବା ଭୂସ୍ଖଳନ ଯୋଗୁଁ ଏବେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି।
Mumbai-Pune Expressway Landslide: ବିଗତ କିଛି ଦିନ ଧରି ଜାରି ରହିଥିବା ନିରନ୍ତର ପ୍ରବଳ ବର୍ଷା ଯୋଗୁଁ ରାଜଧାନୀ ମୁମ୍ବାଇ ସମେତ କୋଙ୍କଣ ଉପକୂଳରେ ଜନଜୀବନ ହୋଇପଡ଼ିଛି ଅସ୍ତବ୍ୟସ୍ତ। ବର୍ଷା କାରଣରୁ ସାଧାରଣ ଜୀବନଯାତ୍ରା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏପରିକି ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗଛ ପଡ଼ିବା, ବିଦ୍ୟୁତ୍ ଝଟକା ଏବଂ ମ୍ୟାନହୋଲ ମଧ୍ୟରେ ଗଳିପଡ଼ିବା କାରଣରୁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏହିକ୍ରମରେ ସୋମବାର (ଜୁଲାଇ ୬) ସକାଳେ ହୋଇଥିବା ବର୍ଷା କାରଣରୁ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ମଧ୍ୟ ବିପର୍ଯ୍ୟସ୍ଥ ହୋଇପଡ଼ିଛି। ପ୍ରବଳ ବର୍ଷା ମଧ୍ୟରେ ଏହି ବ୍ୟସ୍ତବହୁଳ ରାସ୍ତାର ଖଣ୍ଡାଲା ପ୍ରସ୍ଥାନ ନିକଟରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି। ରାସ୍ତାରେ ଭଗ୍ନାବଶେଷ ଜମା ହେବା କାରହଣରୁ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ, ବର୍ତ୍ତମାନ ପାଇଁ ବନ୍ଦ କରାଯାଇଛି।

୨ ମାସ ପୂର୍ବରୁ ଚାଲୁ ହୋଇଥିଲା ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ
ମିସିଂ ଲିଙ୍କ୍ ଭାବରେ ଜଣାଶୁଣା ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ୨ ମାସ ପୂର୍ବରୁ ଖୋଲା ଯାଇଥିଲା। ୬୬୯୫ କୋଟି (ପ୍ରାୟ ୧.୬ ବିଲିୟନ ଆମେରିକୀୟ ଡଲାର) ଟଙ୍କା ବ୍ୟୟରେ ନିର୍ମିତ ଏହି ମେଗା ପ୍ରକଳ୍ପକୁ ଇଞ୍ଜିନିୟରିଂ ଉତ୍କୃଷ୍ଟତାର ଏକ ଶ୍ରେଷ୍ଠ ନମୁନା ଭାବରେ ପ୍ରଦର୍ଶିତ କରାଯାଇଥିଲା। ହେଲେ ପ୍ରବଳ ବର୍ଷା କାରଣରୁ ହୋଇଥିବା ଭୂସ୍ଖଳନ ପରେ ଏହାର ନିର୍ମାଣକୁ ନେଇ ପ୍ରଶ୍ନ ଇଠିବାରେ ଲାଗିଛି।

ପୁଣେ-ମୁମ୍ବାଇ ମାର୍ଗରେ ୮.୯ କିଲୋମିଟର ସୁଡ଼ଙ୍ଗର ପ୍ରସ୍ଥାନ ନିକଟରେ ପାହାଡ଼ର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଯାହା ଫଳରେ ଯାତାୟାତ ଠପ୍ ହୋଇଯାଇଛି। ଭୂସ୍ଖଳନ ଯୋଗୁଁ ଖଣ୍ଡାଲା ପ୍ରସ୍ଥାନ ନିକଟରେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେ ବନ୍ଦ ହୋଇଯାଇଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସୱେର "ମିସିଂ ଲିଙ୍କ", ପୁଣେ-ମୁମ୍ବାଇ ଲେନ୍ ରେ ଖଣ୍ଡାଲା ପ୍ରସ୍ଥାନ ନିକଟରେ ଏହି ଭୂସ୍ଖଳନ ହୋଇଛି।

ଏହା ସହ ପଢନ୍ତୁ: ଶୁକ୍ରବାର ଉଦଘାଟିତ ହେବ ଦେଶର ସବୁଠାରୁ ଆଧୁନିକ 'ମିସିଂ ଲିଙ୍କ୍', କ'ଣ ରହିଛି ଏହାର ବିଶେଷତ୍ୱ?

ପ୍ରବଳ ବର୍ଷା ଯୋଗୁଁ ୩ ପ୍ରମୁଖ ସ୍ଥାନରେ ହୋଇଛି ଭୂସ୍ଖଳନ...
୧. ରେଳ ଧାରଣାରେ ହୋଇଛି ଭୂସ୍ଖଳନ

କର୍ଜତ-ଲୋନାୱାଲା ଏବଂ ଖଣ୍ଡାଲା-ମଙ୍କି ହିଲ୍ ମଧ୍ୟରେ ଭୂସ୍ଖଳନ ହୋଇଛି। ଏହା ଯୋଗୁଁ ୧୬ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି ଏବଂ ୯ ଦୂରଗାମୀ ଟ୍ରେନ ମାର୍ଗକୁ ପରିବର୍ତ୍ତନ କରାଯାଇଛି। ଏହା ବ୍ୟତୀତ ମୁମ୍ବାଇ-ପୁଣେ ରେଳମାର୍ଗର ଟନେଲ ନମ୍ବର ୪୦ ନିକଟରେ ଭୂସ୍ଖଳନ ଯୋଗୁଁ ଅନେକ ଟ୍ରେନ ବାତିଲ ହୋଇଥିବା ବେଳେ ଅନେକର ଦିଗ ପରିବର୍ତ୍ତନ କରାଯାଇଛି। ଯେତେବେଳେ ରେଳବାଇ ପ୍ରଶାସନ ଭଗ୍ନାବଶେଷ ସଫା କରିବା ଏବଂ ରେଳ ଧାରଣାକୁ ପୁନରୁଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨. ମିସିଂ ଲିଙ୍କ ଭୂସ୍ଖଳନ
ମୁମ୍ବାଇ-ପୁଣେ ଏକ୍ସପ୍ରେସୱେର "ମିସିଂ ଲିଙ୍କ" ରେ ଖଣ୍ଡାଲା ପ୍ରସ୍ଥାନ ନିକଟରେ ଏକ ବଡ଼ ଭୂସ୍ଖଳନ ଘଟିଛି। ସୁଡ଼ଙ୍ଗ ନିକଟରେ ଭଗ୍ନାବଶେଷ ପଡ଼ିରହିଛି। ଏହି ଘଟଣା ୮.୯ କିଲୋମିଟର ଲମ୍ବା ସୁଡ଼ଙ୍ଗର ପ୍ରସ୍ଥାନ ନିକଟରେ ଘଟିଛି। ଯେଉଁଠାରେ ପାହାଡର ଏକ ବଡ଼ ଅଂଶ ଧସିଯାଇଛି। ଭଗ୍ନାବଶେଷ କାରଣ ପୁଣେ-ମୁମ୍ବାଇ ଲେନ ସମ୍ପୂର୍ଣ୍ଣ ଭାବରେ ଅବରୋଧିତ ହୋଇଛି।

୩. ଉମ୍ବାର୍ଡେ ୱାଡ଼ି ଠାରେ ଦୁଇଟି ସ୍ଥାନରେ ହୋଇଛି ଭୂସ୍ଖଳନ; ପ୍ରଶାସନ ପକ୍ଷରୁ ସତର୍କତା ଜାରି
ବରନ୍ଧା ଘାଟରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ଯାହା ଫଳରେ ଭୋର-ମହାଡ଼ ମାର୍ଗରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବିଗତ ୩-୪ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ, ମଧ୍ୟରାତ୍ରୀରେ ଭୋର-ମହାଡ଼ ମାର୍ଗରେ ବରନ୍ଧା ଘାଟରେ ଭୂସ୍ଖଳନ ହେବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହୋଇଛି। ବଡ଼ ବଡ଼ ପଥର ଏବଂ ଗଛ ସହିତ ଭଗ୍ନାବଶେଷ ରାସ୍ତା ଉପରେ ପଡ଼ିଯିବାରୁ ଯାତାୟାତ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇପଡ଼ିଛି। ଏପର୍ଯ୍ୟନ୍ତ କୌଣସି ମୃତାହତ ସମ୍ପର୍କରେ ଖବର ମିଳିନାହିଁ। ଭଗ୍ନାବଶେଷ ଅପସାରଣ କାର୍ଯ୍ୟ ଚାଲିଛି।