Indias Most Modern Missing Link / ଶୁକ୍ରବାର ଉଦଘାଟିତ ହେବ ଦେଶର ସବୁଠାରୁ ଆଧୁନିକ 'ମିସିଂ ଲିଙ୍କ୍', କ'ଣ ରହିଛି ଏହାର ବିଶେଷତ୍ୱ?
·4 months ago·3 min read

Key Points
ମେ ୧ ତାରିଖ ଶୁକ୍ରବାର ଦେଶର ସବୁଠାରୁ ମହତ୍ୱାକାଂକ୍ଷୀ ପ୍ରକଳ୍ପ ମଧ୍ୟରୁ ଗୋଟିଏ "ମିସିଂ ଲିଙ୍କ୍" ସାଧାରଣ ଲୋକଙ୍କ ପାଇଁ ଖୋଲିବାକୁ ଯାଉଛି। ଯାହା ଦେଶର ଭିତ୍ତିଭୂମିରେ ଏକ ନୂତନ ଅଧ୍ୟାୟ ଯୋଡିବ। ଏହି ପ୍ରକଳ୍ପ ଖଣ୍ଡାଲା ଘାଟର ଏକ ଅଂଶକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବ। ଯେଉଁଠି ପ୍ରାୟତଃ ଟ୍ରାଫିକ୍ ଜାମ୍ ଏବଂ ଦୁର୍ଘଟଣାର ହେଉଥିଲା।
Mumbai Pune Expressway Missing Link: ମୁମ୍ବାଇ-ପୁଣେ ମଧ୍ୟରେ ଯାତ୍ରା କରିବାର ଇତିହାସ ଏବେ ବଦଳିବାକୁ ଯାଉଛି। ଶୁକ୍ରବାର (ମେ ୧) ଉଦଘାଟିତ ହେବାକୁ ଯାଉଛି ଦେଶର ସବୁଠାରୁ ଆଧୁନିକ "ମିସିଂ ଲିଙ୍କ୍"। ଏହି ପ୍ରକଳ୍ପ ଉଦଘାଟିତ ହେବା ପରେ ମହାରାଷ୍ଟ୍ରର ଭିତ୍ତିଭୂମିରେ ଏକ ନୂତନ ଅଧ୍ୟାୟ ଯୋଡିହେବ। ଏହା କେବଳ କୌଣସି ଏକ ସାଧାରଣ ରାସ୍ତା ନୁହେଁ। ବରଂ ବିଶ୍ୱର ସବୁଠାରୁ ପ୍ରଶସ୍ତ ସୁଡ଼ଙ୍ଗ ଏବଂ ଏକ ଉପତ୍ୟକା ଉପରେ ଝୁଲି ରହିଥିବା ଏକ କେବୁଲ-ଷ୍ଟେଡ୍ ସେତୁର ଏକ ସଙ୍ଗମ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ପ୍ରକଳ୍ପ ଖଣ୍ଡାଲା ଘାଟର ସେହି ଭାଗକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିଦେବ, ଯେଉଁଠି ପ୍ରାୟତଃ ଟ୍ରାଫିକ୍ ଜାମ୍ ଏବଂ ଦୁର୍ଘଟଣା ହେବାର ଭୟ ରହୁଥିଲା।
ସମ୍ପୂର୍ଣ୍ଣ ସୁଗମ ଏବଂ ସିଧା ରାସ୍ତା
ଏହି ୧୩.୩ କିଲୋମିଟର ଲମ୍ବା ଲିଙ୍କ୍ ଖୋପୋଲି (ଖଲାପୁର ଟୋଲ୍) ଠାରୁ ଆରମ୍ଭ ହୋଇ ସିଧା ସିଂହଗଡ ପ୍ରତିଷ୍ଠାନ (କୁସଗାଓଁ) ଠାରେ ଶେଷ ହେବ। ବର୍ତ୍ତମାନ ଘାଟ ସେକ୍ସନ ପ୍ରାୟ ୧୯ କିଲୋମିଟର ଲମ୍ବା ରହିଛି। ହେଲେ ଏହି ନୂତନ ମାର୍ଗ ଏହି ଦୂରତାକୁ ୬ କିଲୋମିଟର ହ୍ରାସ କରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯାତ୍ରୀଙ୍କୁ ଆଉ ବିପଦପୂର୍ଣ୍ଣ ଦଶଟି ମୋଡ଼ ଅତିକ୍ରମ କରିବାକୁ ପଡିବ ନାହିଁ। ଯାହା ବର୍ଷା ଋତୁରେ ଭୂସ୍ଖଳନ ଯୋଗୁଁ ପ୍ରାୟତଃ ବନ୍ଦ ହୋଇଯାଉଥିଲା। ଏହି ନୂତନ ରାସ୍ତା ସମ୍ପୂର୍ଣ୍ଣ ସୁଗମ ଏବଂ ସିଧା ହୋଇରହିଛି।
ଏହା ସହ ପଢନ୍ତୁ: ଦେଶର ସବୁଠାରୁ ଲମ୍ବା ବୈଦ୍ୟୁତିକ ରାଜପଥ! ଯାହାର ପରୀକ୍ଷଣ ନାଁ ହେଉଛି 'ଧୁରନ୍ଧର-୪'
୧୦ ଲେନ୍ ସୁଡ଼ଙ୍ଗ ଏବଂ ୧୩୨ ମିଟର-ଉଚ୍ଚ ସେତୁ
ଏହି ପ୍ରକଳ୍ପ ଅନେକ ବିଶ୍ୱସ୍ତରୀୟ ରେକର୍ଡ କରିଛି। ଏଠାରେ ନିର୍ମିତ ସୁଡ଼ଙ୍ଗ ପ୍ରାୟ ୨୩ ମିଟର ଚଉଡ଼ା। ଯାହା ଏହାକୁ ବିଶ୍ୱର ସବୁଠାରୁ ଚଉଡ଼ା (୧୦-ଲେନ୍) ସୁଡ଼ଙ୍ଗ ମାନ୍ୟତା ଦେଇଛି। ଏହି ମାର୍ଗରେ କେବୁଲ-ଷ୍ଟେଡ୍ ସେତୁ ଭୂମି ଠାରୁ ପ୍ରାୟ ୧୩୨ ମିଟର ଉଚ୍ଚ ରହିଛି। ଏହା ଏତେ ଉଚ୍ଚ ଯେ ପୁରୁଣା ଏକ୍ସପ୍ରେସୱେ ଦେଇ ଯାତାୟତ କରୁଥିବା ଗାଡ଼ି ତଳୁ ଛୋଟ ଖେଳଣା ଭଳି ଦେଖାଯାଏ। ଏହି ସେତୁର ମୋଟ ଲମ୍ବ ୮୫୦ ମିଟର ରହିଛି। ପ୍ରବଳ ପବନର ଚାପ ସହ୍ୟ କରିବା ପାଇଁ ଏହାକୁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି।
୨୦ ରୁ ୨୫ ମିନିଟ ହ୍ରାସ ପାଇବ ଯାତ୍ରା ସମୟ
ଏହି ମାର୍ଗ ଦେଇ ଯାତାୟତ ଆରମ୍ଭ ହୋଇଯିବା ପରେ ଯାତ୍ରା ସମୟ ପ୍ରାୟ ୨୦ ରୁ ୨୫ ମିନିଟ ହ୍ରାସ ପାଇବ। କାରଣ ଏହି ରାସ୍ତା ଦେଇ ଯିବା ଆସିବା କରିବାକୁ ରହିଥିବା ଗାଡ଼ିକୁଆଉ ଘାଟି ଚଢ଼ିବାକୁ ପଡ଼ିବ ନାହିଁ। ଏହା ଦ୍ୱାରା ଇନ୍ଧନ ବ୍ୟବହାର ମଧ୍ୟ ୧୫-୨୦% ହ୍ରାସ ପାଇବା ନେଇ ଆଶା କରାଯାଉଛି। ଏହା ଭାରୀ ଟ୍ରକ୍ ଏବଂ ବସ୍ ପାଇଁ ଏକ ବରଦାନ ସଦୃଶ୍ୟ। କାରଣ ଘାଟି ପାର ହେବା ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ ଥିଲା। ବର୍ତ୍ତମାନ ଗାଡ଼ି ଚାଳକ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ସେମାନଙ୍କର ସ୍ଥିର ଗତି ବଜାୟ ରଖିପାରିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଦ୍ରୁତ ଗତିରେ ବିସ୍ତାର ହେଉଛି ସଡ଼କ ପଥ; ୧୨ ବର୍ଷରେ ୬୦ ପ୍ରତିଶତ ବଢିଛି ଜାତୀୟ ରାଜପଥ
ମଜବୁତ ସୁରକ୍ଷା ବ୍ୟବସ୍ଥା
ସୁରକ୍ଷା ପାଇଁ ଏହି ପ୍ରକଳ୍ପରେ ଏକ "ସ୍ୱୟଂଚାଳିତ ଘଟଣା ଚିହ୍ନଟ ପ୍ରଣାଳୀ" (Automatic Incident Detection System) ସ୍ଥାପନ କରାଯାଇଛି। ଯଦି କୌଣସି ଗାଡ଼ି ଖରାପ ହୋଇଯାଏ କିମ୍ବା ସୁଡ଼ଙ୍ଗ ଭିତରେ ଦୁର୍ଘଟଣା ଘଟେ, ତାହେଲେ ନିୟନ୍ତ୍ରଣ କକ୍ଷ ତୁରନ୍ତ ସତର୍କ ସୂଚନା ପାଇବ। ଯାତ୍ରୀଙ୍କୁ କୌଣସି ନୂତନ ଟୋଲ୍ ବୁଥ୍ ଠାରେ ଅଟକିବାର ଆବଶ୍ୟକତା ନାହିଁ। ଯାହା ବର୍ତ୍ତମାନ ମହଜୁଦ ରହିଥିବା ଟୋଲ୍ ଢାଞ୍ଚା ମଧ୍ୟରେ କାର୍ଯ୍ୟ କରିବ। ଏହି ପ୍ରକଳ୍ପର ମୋଟ ବଜେଟ୍ ପ୍ରାୟ ୬୬୯୫ କୋଟି ଟଙ୍କା ରହିଛି। ଯାହା ଏହାର ଭବ୍ୟତା ଏବଂ ଏଥିରେ ବ୍ୟବହୃତ ଆଧୁନିକ ଜ୍ଞାନକୌଶଳକୁ ପ୍ରତିଫଳିତ କରିଥାଏ।

Related Topics
Explore more stories