Videos
|
National

Mumbai Hostage Case / ମୁମ୍ବାଇରେ ୧୫-୨୦ ପିଲାଙ୍କୁ ବନ୍ଧକ ରଖିଥିବା ବ୍ୟକ୍ତି ଗିରଫ, ଅଡିସନ୍‌ ନାଁରେ କରିଥିଲା କିଡ୍‌ନାପ୍‌

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
ମୁମ୍ବାଇରେ ୧୫-୨୦ ପିଲାଙ୍କୁ ବନ୍ଧକ ରଖିଥିବା 	ବ୍ୟକ୍ତି ଗିରଫ, ଅଡିସନ୍‌ ନାଁରେ କରିଥିଲା କିଡ୍‌ନାପ୍‌

Key Points

ମୁମ୍ବାଇରେ ଦିନ ଦ୍ବିପ୍ରହରରେ ପିଲାଙ୍କୁ ବନ୍ଧକ । ଅଡିସନ୍‌ ନାଁରେ କିଡନାପ୍‌ । ଅଭିଯୁକ୍ତକୁ ଗିରଫ କଲା ମୁମ୍ବାଇ ପୋଲିସ୍ ।
ଗୁରୁବାର ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ରଖାଯାଇଥିଲା । ଏହି ଘଟଣା ମୁମ୍ବାଇର ଆରଏ ଷ୍ଟୁଡିଓରେ ଘଟିଥିଲା । ଏହି ଷ୍ଟୁଡିଓର ପ୍ରଥମ ମହଲାରେ ଆକ୍ଟିଂ କ୍ଲାସ୍‌ ଅନୁଷ୍ଠିତ ହୁଏ । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦିନ ଜଣେ ମାନସିକ ରୋଗୀ ପ୍ରାୟ ୧୫-୨୦ ଜଣ ପିଲାଙ୍କୁ ବନ୍ଧକ ରଖିଥିଲେ। ସେମାନଙ୍କୁ ଆରଏ ଷ୍ଟୁଡିଓର ପ୍ରଥମ ମହଲାରେ ରଖାଯାଇଥିଲା, ଯେଉଁଠାରେ ସେମାନେ ଅଡିସନ୍ ପାଇଁ ଆସିଥିଲେ । ତେବେ ମୁମ୍ବାଇ ପୋଲିସ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିବା ସହ ସମସ୍ତ ବନ୍ଧକ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଅଧିକ ପଢ଼ନ୍ତୁ: ହଜିଗଲା ମାନବିକତା: ଝିଅ ମଲା ପରେ ଦୁର୍ନୀତିର ଶିକାର ଅବସରପ୍ରାପ୍ତ ଅଧିକାରୀ, ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ


ରିପୋର୍ଟ ଅନୁଯାୟୀ, ରୋହିତ ଗତ ଚାରିରୁ ପାଞ୍ଚ ଦିନ ଧରି ସେଠାରେ ଅଡିସନ୍‌ କରୁଥିଲେ । ଆଜି ପ଼ାୟ ୧୦୦ ଜଣ ପିଲା ଅଡିସନ୍‌ ଦେବାକୁ ଆସିଥିଲେ । ତେବେ ରୋହିତ ପ୍ରଥମେ ୮୦ ପିଲାଙ୍କୁ ବାହାରକୁ ଛାଡ଼ିଥିଲେ କିନ୍ତୁ ବାକି ପିଲାମାନଙ୍କୁ ଭିତରେ ବନ୍ଧକ ରଖିଥିଲା । ତେବେ ଏହି ଘଟଣା ପରେ ବାହାରେ ଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ ଏବଂ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ ।

ସୂଚନା ପାଇବା ପରେ ଏକ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଷ୍ଟୁଡିଓକୁ ଘେରି ରହିଥିଲେ । ଆଖପାଖ ଅଞ୍ଚଳକୁ ହାଇ ଆଲର୍ଟ ଜାରି କରାଯାଇଥିଲା । ପିଲାମାନଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ ସେନେଇ ପୋଲିସ୍ ନିରନ୍ତର ଭାବେ ରଣନୀତି ପ୍ରସ୍ତୁତ କରିଥିଲେ । ଏହାପରେ ପୋଲିସ୍‌ ରୋହିତକୁ ଧରିବା ସହ ସମସ୍ତ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ତେବେ ଏହାରି ମଧ୍ୟରେ ରୋହିତ ଏକ ଭିଡିଓ ଜାରି କରିଥିଲେ । ଏହି ଭିଡିଓରେ ସେ କହିଛନ୍ତି, ସେ ଆତ୍ମହତ୍ୟା କରିବା ପରିବର୍ତ୍ତେ ଏହି ପଦକ୍ଷେପ ନେଇଥିବା କହିଥିଲେ। ତାଙ୍କର କିଛି ନୈତିକ ଏବଂ ସରଳ ଦାବି ଥିଲା ଏବଂ ସେ କିଛି ଲୋକଙ୍କ ସହ କଥା ହେବାକୁ ଚାହୁଁଥିଲେ। ଟଙ୍କା ଦାବି କରୁନାହନ୍ତି ବୋଲି ସେହି ଭିଡିଓରେ ସେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏହି ଘଟଣା ସହରରେ ଆତଙ୍କ ଏବଂ ଚିନ୍ତାର ବାତାବରଣ ସୃଷ୍ଟି କରିଥିଲା । ଡିସିପି ଦତ୍ତ ନାଲାୱାଡେ କହିଛନ୍ତି ଯେ ୧୭ ଜଣ ପିଲାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଅଭିଯୁକ୍ତକୁ ଘଟଣାସ୍ଥଳରୁ ଗିରଫ କରି ହସ୍ପିଟାଲକୁ ନିଆଯାଇଛି। ପୋଲିସ ଘଟଣାସ୍ଥଳରୁ ଏକ ଏୟାର ଗନ୍ ଏବଂ କିଛି ରାସାୟନିକ ପଦାକୁ ଆଣିଛି। ପୋଲିସ ବଳପୂର୍ବକ ବାଥରୁମ୍ ଦେଇ ପ୍ରବେଶ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପିଲାମାନେ ଏକ ୱେବ୍ ସିରିଜ୍ ପାଇଁ ଅଡିସନ୍ ଦେବାକୁ ଆସିଥିଲେ, ଆଉ ଏହା ପରେ ଅଭିଯୁକ୍ତ ପିଲାଙ୍କୁ ବନ୍ଧକ କରି ରଖିଥିଲା।

Related Topics

Explore more stories