Nagpur Earthquake Today / ଭୂକମ୍ପ ଝଟକାରେ ଦୋହଲି ଉଠିଲା ନାଗପୁର; କ୍ଷୟକ୍ଷତିର ନାହିଁ ସୂଚନା
·1 hour ago·2 min read

Key Points
ରବିବାର ଦିନ ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ ୨୦୨୬ ନଭେମ୍ବର ୮ ତାରିଖ ଅପରାହ୍ନ ୨:୧୭ ସମୟରେ ଏକ ଭୂମିକମ୍ପ ରେକର୍ଡ କରାଯାଇଥିଲା।
ରବିବାର (ନଭେମ୍ବର) ଅପରାହ୍ନରେ ମହାରାଷ୍ଟ୍ରର ନାଗପୁର ଏବଂ ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଛି ଏକ ଭୂମିକମ୍ପ। ଯଦିଓ ରିକ୍ଟର ସ୍କେଲ୍ ଆଧାରରେ ଏହା ଏକ ମୃଦୁ ଭୂକମ୍ପ ଥିଲା ବୋଲି ଜଣାପଡ଼ିଛି। ହେଲେ ଏହା ଦ୍ୱାରା କୌଣସି କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ମିଳିନାହିଁ। ପ୍ରଶାସନିକ ସ୍ତରରେ ଏହାର ତଦାରଖ ଚାଲିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦ୍ୱାରା ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ ୨୦୨୬ ନଭେମ୍ବର ୮ ତାରିଖ ରବିବାର ଦିନ ଠିକ୍ ୨ ଘଣ୍ଟା ୧୭ ମିନିଟ୍ ୧୪ ସେକେଣ୍ଡ ସମୟରେ ଏହି ଭୂମିକମ୍ପ ଝଟକା ରେକର୍ଡ କରାଯାଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲ୍ ରେ ୨.୬ ମାପ କରାଯାଇଥିଲା। ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୫ କିଲୋମିଟର ଗଭୀରତାରେ ରହିଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ତଥ୍ୟକୁ ପ୍ରମାଣିତ କରିଛି।
କ୍ଷୟକ୍ଷତି ସମ୍ପର୍କରେ ମିଳିନାହିଁ କୌଣସି ସୂଚନା
କମ୍ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ପ୍ରାୟତଃ ବହୁତ ମୃଦୁ କମ୍ପନ ସୃଷ୍ଟି କରିଥାଏ। ଯାହାକୁ ସାଧାରଣ କାର୍ଯ୍ୟକଳାପ ମଧ୍ୟରେ ଅନୁଭବ କରିବା କେତେବେଳେ କଷ୍ଟକର ହୋଇଥାଏ। ବର୍ତ୍ତମାନ ନାଗପୁର ସହର କିମ୍ବା ଜିଲ୍ଲାର ଯେଉଁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଭୂମିକମ୍ପ ସର୍ବାଧିକ ଅନୁଭୂତ ହୋଇଥିଲା ସେ ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ କ୍ଷୟକ୍ଷତି ସମ୍ପର୍କରେ କୌଣସି ରିପୋର୍ଟ ମିଳିନାହିଁ। ବିପର୍ଯ୍ୟୟ ପରିଚାଳନା ବିଭାଗ ପରିସ୍ଥିତି ଉପରେ ସତର୍କ ନଜର ରଖିଛି।
ଏହା ସହ ପଢନ୍ତୁ: ୧୬ ଦିନରେ ୨୯ ଥର ଅନୁଭୂତ ହେଲା ଭୂକମ୍ପ! ଆଗକୁ ଆସୁଛି କି ବଡ଼ ବିପଦ? କ'ଣ କହିଲେ ବିଶେଷଜ୍ଞ?
ପୂର୍ବରୁ ପ୍ରାୟ ୨ ମାସ ପୂର୍ବେ ମହାରାଷ୍ଟ୍ରରେ ଅନୁଭୂତ ହେବାରେ ଲାଗିଥିଲା ସିରିଜ୍ ମୃଦୁ ଭୂମିକମ୍ପ। କମ୍ ତୀବ୍ରତା ବିଶିଷ୍ଟ ଏହି ଛୋଟ ଛୋଟ ଭୂମିକମ୍ପ ରାଜ୍ୟର ନାସିକ ଏବଂ ପାଲଘର ଜିଲ୍ଲାରେ ଅନୁଭୂତ ହୋଇଥିଲା। ବିଶେଷଜ୍ଞ ଏହାକୁ "Earthquake Swarm" ନାମରେ ନାମିତ କରିଛନ୍ତି। ସେତେବେଳେ ୧୬ ଦିନରେ ୨୯ ଥର ଭୂକମ୍ପ ଅନୁଭୂତ ହୋଇଥିବାର କୁହାଯାଉଛି।
କେତେ ଥର ଅନୁଭୂତ ହୋଇଥିଲା ଭୂମିକମ୍ପ?
ଚଳିତ ବର୍ଷ ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୧୪ ମଧ୍ୟରେ ମହାରାଷ୍ଟ୍ରରେ ୨୯ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହା ମଧ୍ୟରୁ ନାସିକରେ ୨୪ ଥର, ପାଲଘରରେ ୪ ଥର ଏବଂ ନାଗପୁରରେ ଥରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ୨ ରୁ ୪.୩ ପର୍ଯ୍ୟନ୍ତ ରହିଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୫ ରୁ ୮ କିଲୋମିଟର ଗଭୀରତାରେ ରହିଥିଲା। ବିଗତ କିଛି ଦିନ ଧରି ନାସିକ ଏବଂ ଏହାର ଆଖପାଖ ଅଞ୍ଚଳରେ ସମାନ ଧରଣର ଭୂମିକମ୍ପ ଅନୁଭୂତ ହେଉଛି। ବାରମ୍ବାର ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଗତ ୬ ତାରିଖରେ ନାସିକରେ ୬ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ସେହିପରି ଗତ ୮ ତାରିଖରେ ୪ ଏବଂ ୧୦ ତାରିଖରେ ୪ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories