ଜାତୀୟ ହସ୍ତତନ୍ତ ଦିବସ ; ବଢୁଛି ହସ୍ତତନ୍ତ ଚାହିଦା

ଅର୍ଗସ ବ୍ୟୁରୋ : ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ । ହସ୍ତତନ୍ତର ଚାହିଦାକୁ ଦୃଷ୍ଟିରେ ରଖି ଏହାର ପ୍ରଚାର ପ୍ରସାର ପାଇଁ ୨୦୧୫ ମସିହାରୁ ଆଜି ଦିନକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବର୍ତମାନ ସମୟରେ ହସ୍ତତନ୍ତର ବେଶ ଚାହିଦା ରହିଛି । ସେଥି ମଧ୍ୟରୁ ସମ୍ବଲପୁରୀ ବସ୍ତ୍ର ବା ବାନ୍ଧ ଲୁଗାର ଚାହିଦା ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ।
ହସ୍ତତନ୍ତ ଶିଳ୍ପ ପ୍ରତି ଦେଶର ପ୍ରତିବଦ୍ଧତାର ପ୍ରତୀକ ଅଟେ । ଦେଶର ତନ୍ତ ଶିଳ୍ପ ଏବଂ ଏହାର କାରିଗରମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଏ । କେବଳ ସେତିକି ନୁହେଁ ଦେଶରେ ଯୁବପିଢୀମାନଙ୍କୁ ହସ୍ତତନ୍ତ ଦିଗରେ ଆକୃଷ୍ଟ କରାଇବା ଏବଂ ସେମାନଙ୍କୁ ଏହି କ୍ଷେତ୍ରରେ କ୍ୟାରିଅର କରାଇବା ପାଇଁ ପ୍ରେରଣା ଦେଇଥାଏ । ତେବେ ଚଳିତ ବର୍ଷର ଥିମ ଭାରତୀୟ ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ଏକୀକରଣ ।
ଅଧିକ ପଢନ୍ତୁ : ଓଡ଼ିଶାର ହସ୍ତତନ୍ତ ପିନ୍ଧି ଇଣ୍ଡିଆ ଗେଟରେ ଚାଲିଲେ ପ୍ରବାସୀ ଓଡ଼ିଆ ମହିଳା
📱 Get Argus News App
✨ହସ୍ତତନ୍ତର ଚାହିଦା ଦିନକୁ ଦିନ ଖୁବ ବେଶି ବଢିବାରେ ଲାଗିଛି । ବଲିଉଡର ଅନେକ କଳାକାର ମାନେ ମଧ୍ୟ ହସ୍ତତନ୍ତ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଅନେକ ବଲିଉଡ ଆକ୍ଟ୍ରେସ ଯେମିତିକି ବିଦ୍ୟା ବାଲାନ , ସୋନମ କପ୍ପୁର , ରାଣୀ ମୂଖାର୍ଜୀ । ତେଣୁ ଆଜିକାଲି ଫ୍ୟାସନ ଡିଜାଇନରେ ମୁଖ୍ୟ ଭୂମିକା ନେଇଛି ହସ୍ତତନ୍ତ ଡିଜାଇନ ।