Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Accident News / ନବରାତ୍ରରେ ଅଘଟଣ; କେବୁଲ୍ ଛିଡ଼ି ତଳକୁ ଖସିଲା ରୋପୱେ ଟ୍ରଲି

Sushanta Sahoo
Browse all articles by Sushanta Sahoo
·3 months ago·2 min read
ନବରାତ୍ରରେ ଅଘଟଣ; କେବୁଲ୍ ଛିଡ଼ି ତଳକୁ ଖସିଲା ରୋପୱେ ଟ୍ରଲି
Ropeway Falls During Navratri

Key Points

ଛିଡ଼ିଥିବା ରୋପୱେ ତାରରେ ସେହି ସମୟରେ ୨ଟି ଟ୍ରଲି ଯାଉଥିବା ବେଳେ ସେଥିରେ ୧୩ ଜଣ ଲୋକ ରହିଥିଲେ । ଏଥିରେ ୨୮ ବର୍ଷୀୟ ଆୟୁଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି ।
ରାୟପୁର: ଚୈତ୍ର ନବରାତ୍ର ଚାଲିଥିବା ବେଳେ ଅଘଟଣ ଘଟିଛି । ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ଖଲ୍ଲାରୀ ମାତା ମନ୍ଦିରକୁ ସଂଯୋଗ କରୁଥିବା ରୋପୱେର କେବୁଲ୍ ଛିଡ଼ି ଯାଇଛି । ଫଳରେ ଟ୍ରଲିଟି ତଳକୁ ଖସି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୧୭ ଜଣ ଆହତ ହୋଇଛନ୍ତି ।

ରବିବାର ଛୁଟିଦିନ ରହିଥିବା ବେଲେ ପାହାଡ଼ ଉପରେ ମାଆ ଖଲ୍ଲାରୀଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା । ମାଆଙ୍କ ପୀଠ ଭୂମିଠାରୁ ୩ ହଜାର ଫୁଟ ଉଚ୍ଚ ପାହାଡ଼ ଉପରେ ରହିଛି । ଚୈତ୍ୟ ନବରାତ୍ରରେ ମାଆଙ୍କ ଦର୍ଶନ ପାଇଁ ବଡ଼ି ଭୋରରୁ ଭିଡ଼ ଜମୁଛି ।

ଏଥିସହ ପଢ଼ନ୍ତୁ: ଛାତରୁ ଲୁଗା ଆଣୁଥିଲେ ମହିଳା, ମାଙ୍କଡ଼ ତଳକୁ ଠେଲି ଦେବାରୁ ମୃତ୍ୟୁ

ରିପୋର୍ଟ ଅନୁସାରେ, ଭକ୍ତଙ୍କୁ ନେଇ ମନ୍ଦିରକୁ ଯାଉଥିବା ରୋପୱେର ତାର ମଧ୍ୟଭାଗରେ ଛିଡ଼ି ଯାଇଥିଲା । ଫଳରେ ଟ୍ରଲି କ୍ୟାବିନ୍ ସହ ସମସ୍ତ ଯାତ୍ରୀ ଖସି ତଳେ ପଡ଼ିଥିଲେ । ଯାହାକୁ ଦେଖି ସେଠାରେ ଥିବା ସମସ୍ତେ ଭୟଭୀତ ହୋଇ ପଡ଼ିଛନ୍ତି ।

ଏହି ଅଘଟଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛି । ସେଥିମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କ ରାୟପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିବା ପ୍ରଶାସନ କହିଛି । ଅଘଟଣ ପରେ ରୋପୱେକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ହୁତୁହୁତୁ ହୋଇ ଜଳିଗଲା ମାଲକାନଗିରି ଯାଉଥିବା ଘରୋଇ ବସ୍‌; ଅଳ୍ପକେ ବର୍ତ୍ତିଲେ ଚିତ୍ରକୋଣ୍ଡା ବିଧାୟକ ଓ ଯାତ୍ରୀ

ତେବେ କେଉଁ ପରିସ୍ଥିତିରେ ଏବଂ କିଭଳି ରୋପୱେର ତାର ଛିଡ଼ିଲା ତାହା ସ୍ପଷ୍ଟ ହୋଇ ନାହିଁ । କାରଣ ଖୋଜିବା ଲାଗି ପ୍ରଶାସନ ତଦନ୍ତ ଆରମ୍ଭ କରିଛି । ରୋପୱେ ତାର ଛିଡ଼ିବା ପରେ ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ହେଉଥିଲା କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।

ପ୍ରଶାସନ କହିଛି, ରୋପୱେ ତାର ଛିଡ଼ିବା ପଛରେ କାହାର ଅବହେଳା ରହିଛି ନା ଏହା ବୈଷୟିକ ତ୍ରୁଟି ତାର ତଦନ୍ତ ହେବ । ଛିଡ଼ିଥିବା ତାରରେ ସେହି ସମୟରେ ୨ଟି ଟ୍ରଲି ଯାଉଥିବା ବେଳେ ସେଥିରେ ୧୩ ଜଣ ଲୋକ ରହିଥିଲେ । ଏଥିରେ ୨୮ ବର୍ଷୀୟ ଆୟୁଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Navratri Tragedy: Ropeway Cable Snaps Near Khallaari Temple, 1 Dead | Argus News | Argus News