Videos
|
National

Naxal Free India CRPF Battalion / ନକ୍ସଲ ମୁକ୍ତ ଭାରତ ପରେ ବଡ଼ ପଦକ୍ଷେପ, ଛତିଶଗଡ଼ରୁ CRPF ବାଟାଲିୟନ୍ ପ୍ରତ୍ୟାହାର

Subhramjit Ray
Browse all articles by Subhramjit Ray
·16 mins ago·3 min read
ନକ୍ସଲ ମୁକ୍ତ ଭାରତ ପରେ ବଡ଼ ପଦକ୍ଷେପ, ଛତିଶଗଡ଼ରୁ CRPF ବାଟାଲିୟନ୍ ପ୍ରତ୍ୟାହାର
CRPF Battalion Shifted to Manipur (Photo Source: Social Media/AI)

Key Points

ନକ୍ସଲବାଦ ସମାପ୍ତି ଘୋଷଣା ପରେ ଛତିଶଗଡ଼ରୁ ପ୍ରଥମ ଥର ପାଇଁ ଏକ CRPF ବାଟାଲିୟନ୍ ପ୍ରତ୍ୟାହାର କରାଯାଉଛି। ଛତିଶଗଡ଼ର ସୁକମା ଜିଲ୍ଲାରେ ନିୟୋଜିତ ପ୍ରାୟ ୧୦୦୦ ଯବାନଙ୍କୁ ମଣିପୁର ସ୍ଥାନାନ୍ତର କରାଯିବ। ମଣିପୁରରେ ଜାତିଗତ ହିଂସା ନିୟନ୍ତ୍ରଣ ଓ ଆଭ୍ୟନ୍ତରୀଣ ସୁରକ୍ଷା ମଜବୁତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ମାଓ ଦମନ ଅଭିଯାନ ପାଇଁ ଛତିଶଗଡ଼ରେ ନିୟୋଜିତ ହୋଇଥିବା ଏକ ବାଟାଲିୟନ୍ କୁ ମଣିପୁର ସ୍ଥାନାନ୍ତର କରିଛି କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍)। ଭାରତ ସରକାର ମାର୍ଚ୍ଚ ମାସରେ ଦେଶରେ ନକ୍ସଲବାଦ ସମାପ୍ତ ଘୋଷଣା କରିବା ପରେ ଏହା ହେଉଛି ପ୍ରଥମ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (CAPF) ୟୁନିଟ୍ ପ୍ରତ୍ୟାହାର ମାମଲା। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ, ଅମରନାଥ ଯାତ୍ରା ଏବଂ ଦିଲ୍ଲୀରେ ପ୍ରତିବାଦ ସମେତ ବିଭିନ୍ନ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ ପାଇଁ ସିଆରପିଏଫ କମ୍ପାନୀ (ବାଟାଲିୟନ୍ ର ଏକ ଅଂଶ) କୁ ଅସ୍ଥାୟୀ ଭାବରେ ପ୍ରତ୍ୟାହାର କରାଯାଇଛି। ଏନେଇ ଅଧିକାରୀ କହିଛନ୍ତି ଯେ ବାଟାଲିୟନ୍ (ପ୍ରାୟ ୧୦୦୦ ସୈନିକ) ଛତିଶଗଡ଼ର ଦକ୍ଷିଣ ବସ୍ତର ଅଞ୍ଚଳର ସୁକମା ଜିଲ୍ଲାରେ ନିୟୋଜିତ ହୋଇଥିଲା। ଯାହା ପୂର୍ବରୁ ଏକ ମାଓ ଗଡ଼ ଭାବରେ ପରିଚିତ ଥିଲା।

ବିଗତ କିଛି ବର୍ଷ ଧରି ସିଆରପିଏଫ୍ ଯବାନ (CRPF Jawan) ଦକ୍ଷିଣ ବସ୍ତର ଅଞ୍ଚଳରେ ବାମପନ୍ଥୀ ଉଗ୍ରବାଦ (LWE) ବିରୋଧି ଅଭିଯାନରେ ସାମିଲ ହୋଇଥିଲେ। ଗତ ୨୦୨୬ ମାର୍ଚ୍ଚ ମାସରୁ, ସେମାନେ ଲ୍ୟାଣ୍ଡମାଇନ୍ ହଟାଇବା ଏବଂ ବିସ୍ଫୋରକ ଉପକରଣ (IED) ନିଷ୍କ୍ରିୟ କରିବାରେ ନିୟୋଜିତ ଅଛନ୍ତି। CRPF ମୁଖ୍ୟାଳୟ, ଛତିଶଗଡ଼ରୁ ଏକ ଜେନେରାଲ ଡ୍ୟୁଟି ବାଟାଲିୟନ୍ (CRPF General Duty Battalion) କୁ ପ୍ରତ୍ୟାହାର କରି ମଣିପୁରରେ ଏହାକୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛି। ଯେଉଁଠି ବିଗତ ୩ ବର୍ଷ ଧରି ଜାତିଗତ ହିଂସା ଜାରି ରହିଛି।

ଦିଲ୍ଲୀରେ ନିୟୋଜିତ ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି, " ଗତ ମାର୍ଚ୍ଚ ମାସରେ ଦେଶରୁ ସଶସ୍ତ୍ର ମାଓବାଦ ସମାପ୍ତି ଘୋଷଣା କରାଯିବା ପରେ ଏହା ନକ୍ସଲ ବିରୋଧି ଅପରେସନ ଜୋନ୍ ରୁ ଏକ ଅର୍ଦ୍ଧସାମରିକ ବାହିନୀର ପ୍ରଥମ ସମ୍ପୂର୍ଣ୍ଣ ପ୍ରତ୍ୟାହାର।" CRPF ଏହାର ୟୁନିଟ୍ ପ୍ରତ୍ୟାହାର କରୁଛି। କାରଣ ମଣିପୁରରେ ଚାଲିଥିବା ଜାତିଗତ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ଏହାର ଉପସ୍ଥିତିକୁ "ମଜବୁତ" କରିବାକୁ ଚାହୁଁଛି। କିଛି ମାସ ପୂର୍ବରୁ, CRPF ବାହିନୀର ସ୍ୱତନ୍ତ୍ର ଜଙ୍ଗଲ ଯୁଦ୍ଧ ୟୁନିଟ୍, କମାଣ୍ଡୋ ବାଟାଲିଅନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍ (COBRA) ର ୨ ବାଟାଲିଅନ୍ ମଣିପୁର ଠାରେ ନିୟୋଜିତ କରାଯାଇଥିଲା।

ପୂର୍ବରୁ CRPF ଅଧିନସ୍ଥ ରାପିଡ୍ ଆକ୍ସନ୍ ଫୋର୍ସ (RAF) ବ୍ୟତୀତ ଅନ୍ୟ ନିୟମିତ ୟୁନିଟ୍ ମଧ୍ୟ ମଣିପୁର ଠାରେ ନିୟୋଜିତ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ମଣିପୁରରେ ବାଟାଲିଅନ୍ ପାଇଁ ଉପଯୁକ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। CRPF ଦେଶର ପ୍ରମୁଖ ନକ୍ସଲ ବିରୋଧି ଅଭିଯାନରେ ସାମିଲ ରହିଛି। ଏଥିପାଇଁ ୧ ଳକ୍ଷ ସିଆରପିଅଫ ଯବାନଙ୍କୁ ନିୟୋଜିତ କରାଯାଇଛି। ଯେଉଁଥିରେ ୨୫ ରୁ ଅଧିକ ନିୟମିତ ଏବଂ କୋବ୍ରା ବାଟାଲିୟନ୍ ଅନ୍ତର୍ଭୂକ୍ତ ଅଛନ୍ତି। ଏହି ବାଟାଲିୟନ୍ ଛତିଶଗଡ଼ରେ ନିୟୋଜିତ ଅଛନ୍ତି। ଏକଦା ଏହି ଅଞ୍ଚଳ ମାଓବାଦ ଜନିତ ହିଂସା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ସିଆରପିଏଫ୍ କୁ ମିଳିଲା ଐତିହାସିକ ସଫଳତା; ୪୭ ବର୍ଷ ଇତିହାସରେ ପ୍ରଥମ

ଦିଲ୍ଲୀ ସ୍ଥିତ CRPF ମୁଖ୍ୟାଳୟ ନିର୍ଦ୍ଦେଶ ଦେଇଛି ଯେ ପ୍ରତ୍ୟାହାର ବାଟାଲିୟନ୍ କର୍ମଚାରୀ ଏବଂ ଦାୟିତ୍ୱ ସେହି ଅଞ୍ଚଳରେ ନିୟୋଜିତ ଫୋର୍ସ ଏବଂ ଛତିଶଗଡ଼ ପୋଲିସ ୟୁନିଟ୍ ଦ୍ୱାରା ନିଆଯିବ। ଛତିଶଗଡ଼ର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ପ୍ରତ୍ୟାହାର ନକ୍ସଲ ବିରୋଧୀ ଅଭିଯାନ ଗଠନରେ ଏକ "ଶୂନ୍ୟସ୍ଥାନ" ସୃଷ୍ଟି କରିବ। ବାଟାଲିୟନ ସୁକମା ଜିଲ୍ଲାରେ ବଡ଼ ଧରଣର ଲ୍ୟାଣ୍ଡମାଇନ୍ ହଟାଇବା ଏବଂ IED ନିଷ୍କ୍ରିୟ ଅଭିଯାନରେ ଅଂଶଗ୍ରହଣ କରିଥିଲା। ​​ଯାହା ଦ୍ୱାରା ଜନସାଧାରଣଙ୍କ ପାଇଁ ରାସ୍ତା ସୁରକ୍ଷିତ ହୋଇପାରିବ। ଦିଲ୍ଲୀରେ ନିୟୋଜିତ ଉପରୋକ୍ତ ବରିଷ୍ଠ ସୁରକ୍ଷା ଅଧିକାରୀ କହିଛନ୍ତି ଯେ "ଛତିଶଗଡ ଏବଂ ଓଡିଶାରେ ନକ୍ସଲ ବିରୋଧି ଅଭିଯାନ ଅଞ୍ଚଳରୁ ଅତି କମରେ ଆଉ ତିନୋଟି ଅର୍ଦ୍ଧସାମରିକ ବାଟାଲିୟନ୍ ପ୍ରତ୍ୟାହାର କରିବାର ପ୍ରସ୍ତାବ ରହିଛି। ଯାହାକୁ ମଣିପୁରରେ ନିୟୋଜିତ କରାଯିବ। ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ ସୁରକ୍ଷା ମଜବୁତ କରାଯିବ।

ଅଧିକାରୀ ଜଣକ କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରୁ କେନ୍ଦ୍ରୀୟ ବାହିନୀ ପ୍ରତ୍ୟାହାର ପ୍ରକ୍ରିୟା ସୂଚାଇ ଦେଉଛି ଯେ ସେଠାକାର ପରିସ୍ଥିତିରେ ଉନ୍ନତି ହେଉଛି। ସେଠାକାର ଦାୟିତ୍ୱ ସ୍ଥାନୀୟ ପୋଲିସ ବାହିନୀକୁ ହସ୍ତାନ୍ତର କରାଯାଇପାରେ। ଯିଏ ମୁଖ୍ୟତଃ ଆଇନ ଶୃଙ୍ଖଳା ଏବଂ ସୁରକ୍ଷା ଦାୟିତ୍ୱରେ ରହିଛି।