Videos
|
National

NEET PG Result Declared / NEET-PG 2026 ରେଜଲ୍ଟ ଘୋଷଣା, ଜାଣନ୍ତୁ କେମିତି ଦେଖିବେ ରେଜଲ୍ଟ...

Santosh Kumar Sahoo
Browse all articles by Santosh Kumar Sahoo
·50 mins ago·2 min read
NEET-PG 2026 ରେଜଲ୍ଟ ଘୋଷଣା, ଜାଣନ୍ତୁ କେମିତି ଦେଖିବେ ରେଜଲ୍ଟ...
NEET PG Result Declared

Key Points

NEET-PG 2026 ରେଜଲ୍ଟ ଘୋଷଣା
ଅକ୍ଟୋବର ୧ରୁ ମିଳିବ ସ୍କୋରକାର୍ଡ
ଏମିତି ଚେକ୍ କରନ୍ତୁ ସ୍କୋର ଓ ରାଙ୍କ

ଲକ୍ଷ ଲକ୍ଷ ଡାକ୍ତରୀ ଆଶାୟୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ (NBEMS) NEET PG ଫଳାଫଳ ଘୋଷଣା କରିଛି । ଏହି ବର୍ଷ ମୋଟ ୨ ଲକ୍ଷ ୬୫ ହଜାର ୯୬୦ ଜଣ ପ୍ରାର୍ଥୀ NEET PG ପରୀକ୍ଷା ଦେଇଥିଲେ । ପରୀକ୍ଷାର୍ଥୀମାନେ ସରକାରୀ ୱେବସାଇଟ୍ natboard.edu.in/nbe.edu.in ରେ ସେମାନଙ୍କ ରେଜଲ୍ଟ ଯାଞ୍ଚ କରିପାରିବେ ।

MD, MS, DNB ଏବଂ ଅନ୍ୟାନ୍ୟ ପିଜି ମେଡିକାଲ୍ ଡିପ୍ଲୋମା କୋର୍ସର ୨୦୨୬-୨୭ ଶିକ୍ଷାବର୍ଷରେ ନାମଲେଖା ପାଇଁ ଅଗଷ୍ଟ ୩୦ ତାରିଖରେ ସାରା ଦେଶରେ NEET-PG ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ଜୟପୁରର ସୀତାପୁରାସ୍ଥିତ ION Digital Zone Centreରେ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ପ୍ରଭାବିତ ହୋଇଥିବା ୨,୪୧୬ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ସେପ୍ଟେମ୍ବର ୫ ତାରିଖରେ ପୁଣିଥରେ ପରୀକ୍ଷା ଆୟୋଜନ କରାଯାଇଥିଲା ।



NBEMS ପକ୍ଷରୁ କୁହାଯାଇଛି ଯେ ପରୀକ୍ଷା ପରେ ଉଭୟ ପ୍ରଶ୍ନପତ୍ରର ପ୍ରତ୍ୟେକ ପ୍ରଶ୍ନକୁ ସମ୍ପୃକ୍ତ ବିଷୟର ଅଧ୍ୟାପକ ଓ ବିଶେଷଜ୍ଞଙ୍କ ଦ୍ୱାରା ପୁନଃ ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ଆନ୍ସର କି' କିମ୍ବା ପ୍ରଶ୍ନପତ୍ରରେ କୌଣସି ପ୍ରକାରର ବୈଷୟିକ ତ୍ରୁଟି ମିଳିନଥିବା ବୋର୍ଡ ସ୍ପଷ୍ଟ କରିଛି ।

NEET-PG 2026 କ୍ୱାଲିଫାଇଂ କଟ୍‌ଅଫ୍

ରେଜଲ୍ଟ ସହିତ NBEMS ପକ୍ଷରୁ ସର୍ବନିମ୍ନ କ୍ୱାଲିଫାଇଂ କଟ୍‌ଅଫ୍ ମଧ୍ୟ ଜାରି କରାଯାଇଛି ।
- ଜେନେରାଲ୍ ଓ EWS: ୭୨୦ରୁ ୨୬୨ ମାର୍କ
- ଜେନେରାଲ୍ PwD: ୭୨୦ରୁ ୨୪୪ ମାର୍କ
- SC, ST ଓ OBC ଏବଂ ଏହି ବର୍ଗର PwBD: ୭୨୦ରୁ ୨୨୬ ମାର୍କ

ଅକ୍ଟୋବର ୧ରୁ ଡାଉନଲୋଡ୍ ହେବ ସ୍କୋରକାର୍ଡ

ପରୀକ୍ଷାର୍ଥୀମାନେ ନିଜର ବ୍ୟକ୍ତିଗତ ସ୍କୋରକାର୍ଡ ଅକ୍ଟୋବର ୧, ୨୦୨୬ରୁ ବୋର୍ଡର ୱେବସାଇଟ୍‌ରୁ ଡାଉନଲୋଡ୍ କରିପାରିବେ । ସ୍କୋରକାର୍ଡ ଜାରି ହେବାର ତାରିଖଠାରୁ କେବଳ ୬ ମାସ ପର୍ଯ୍ୟନ୍ତ ୱେବସାଇଟ୍‌ରେ ଉପଲବ୍ଧ ରହିବ । ଏହା ପରେ ଇମେଲ୍ କିମ୍ବା ଡାକ ମାଧ୍ୟମରେ ସ୍କୋରକାର୍ଡ ପଠାଇବା ପାଇଁ କୌଣସି ଅନୁରୋଧ ଗ୍ରହଣ କରାଯିବ ନାହିଁ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅକ୍ଟୋବର ୧ରୁ ପରୀକ୍ଷାର୍ଥୀମାନେ ନିଜ ଆପ୍ଲିକେସନ୍ ଲଗଇନ୍ ମାଧ୍ୟମରେ ପ୍ରଶ୍ନ ID, ସଠିକ୍ ଉତ୍ତର ID ଏବଂ ନିଜର ରେସପନ୍ସ ମାର୍କ ମଧ୍ୟ ଯାଞ୍ଚ କରିପାରିବେ ।

ରାଜ୍ୟ କୋଟା ପାଇଁ ଅଲଗା ମେରିଟ୍ ଲିଷ୍ଟ

ଅଲ୍ ଇଣ୍ଡିଆ ରାଙ୍କ ବ୍ୟତୀତ ରାଜ୍ୟ କୋଟା ସିଟ୍ ପାଇଁ ଫାଇନାଲ୍ ମେରିଟ୍ ଲିଷ୍ଟ ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପକ୍ଷରୁ ନିଜସ୍ୱ ଯୋଗ୍ୟତା ଓ ସଂରକ୍ଷଣ ନୀତି ଆଧାରରେ ପୃଥକ ଭାବେ ଜାରି କରାଯିବ ।

ରେଜଲ୍ଟକୁ ନେଇ କୌଣସି ପରୀକ୍ଷାର୍ଥୀଙ୍କର ପ୍ରଶ୍ନ କିମ୍ବା ସମସ୍ୟା ଥିଲେ, ସେମାନେ NBEMSର ହେଲ୍ପଲାଇନ୍ ନମ୍ବର 011-45593000 ରେ ଯୋଗାଯୋଗ କରିପାରିବେ । ଏହାଛଡ଼ା NBEMSର କମ୍ୟୁନିକେସନ୍ ୱେବ୍ ପୋର୍ଟାଲ୍ ମାଧ୍ୟମରେ ମଧ୍ୟ ନିଜର ଅଭିଯୋଗ ଦାଖଲ କରିପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: