Hut to Medical College / କୁଡ଼ିଆ ଘରୁ ଡାକ୍ତରୀ ପାଠ ପଢ଼ିବେ ପାଞ୍ଚ ଜଣ ଭାଇଭଉଣୀ; NEETରେ ମିଳିଲା ସଫଳତା
·1 hour ago·2 min read

Key Points
ଅଭାବ ଯେଉଁଠି ନିତିଦିନିଆ ସାଥୀ, ପେଟର ଭୋକ ଯେଉଁଠି ସ୍ୱପ୍ନ ଦେଖିବାକୁ ବାରଣ କରେ... ସେହିଭଳି ଏକ ସ୍ଥିତିରୁ ଆରମ୍ଭ ହୋଇଥିଲା ଏହି ଆଶ୍ଚର୍ଯ୍ୟଜନକ ଯାତ୍ରା ।
ଜି.ଉଦୟଗିରି (କନ୍ଧମାଳ): ଇଚ୍ଛାଶକ୍ତି ଆଗରେ ହାର ମାନିଛି ଗରିବୀ, ଆଉ ଅଭାବର କଳା ବାଦଲକୁ ଚିରି ଉଦୟ ହୋଇଛି ସଫଳତାର ନୂଆ ସୂର୍ଯ୍ୟ । କାଠ-ମାଟିର ନୁଆଁଣିଆ ଘର, ଆଜବେଷ୍ଟସ୍ ଛପର ଆଉ ଓଳିଏ ଖାଇ ଓଳିଏ ଉପାସର ସଂଘର୍ଷ ।
ଏସବୁ କଷ୍ଟକୁ ପଛରେ ପକାଇ ଗୋଟିଏ ପରିବାରରୁ ୫ ଜଣ ଜିତିଛନ୍ତି NEET ଯୁଦ୍ଧ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ସିକବାଡ଼ି ଗ୍ରାମର ଏହି କାହାଣୀ ଏବେ ସାରା ଓଡ଼ିଶା ପାଇଁ ଗର୍ବ ଆଉ ଗୌରବର ବିଷୟ ।
ଏଥିସହ ପଢ଼ନ୍ତୁ: ୨୦ ଜଣ ଗୋଡେଇ ଗୋଡେଇ ପିଟିଲେ, ଆସିଲା EXCLUSIVE CCTV ଫୁଟେଜ
ଅଭାବ ଯେଉଁଠି ନିତିଦିନିଆ ସାଥୀ, ପେଟର ଭୋକ ଯେଉଁଠି ସ୍ୱପ୍ନ ଦେଖିବାକୁ ବାରଣ କରେ... ସେହିଭଳି ଏକ ସ୍ଥିତିରୁ ଆରମ୍ଭ ହୋଇଥିଲା ଏହି ଆଶ୍ଚର୍ଯ୍ୟଜନକ ଯାତ୍ରା । ଦାରିଙ୍ଗବାଡ଼ି ବ୍ଲକ୍ ତାଜୁଙ୍ଗିଆ ପଞ୍ଚାୟତର ସିକବାଡ଼ି ଗ୍ରାମ । ବୁର୍ଶୀ ପ୍ରଧାନଙ୍କ ମାଟି କୁଡ଼ିଆରୁ ଏବେ ସୃଷ୍ଟି ହୋଇଛି ଇତିହାସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଜି ଗୋଟିଏ କୁଡ଼ିଆ ଘରୁ ପାଞ୍ଚ ପାଞ୍ଚ ଜଣ ଭାଇଭଉଣୀ ଡାକ୍ତରୀ ପାଠ ପଢ଼ିବା ପାଇଁ NEET ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ସଂଘର୍ଷର ପ୍ରଥମ ସୋପାନ ଚଢ଼ିଥିଲେ ବଡ଼ ପୁଅ ବିଭୀଷଣ ପ୍ରଧାନ। NEET ସଫଳତା ପରେ ସେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ MBBS ପଢ଼ି ଏବେ ଇଣ୍ଟର୍ନସିପ୍ କରୁଛନ୍ତି ।
ବଡ଼ ଭାଇଙ୍କ ବାଟକୁ ପାଥେୟ କରି ସାନ ଭଉଣୀ ମୋନାଲିସା ମଧ୍ୟ ସେହି କୋରାପୁଟ ମେଡିକାଲରେ MBBS ଦ୍ୱିତୀୟ ବର୍ଷର ଛାତ୍ରୀ । ସଫଳତାର ଏହି ଧାରା ଏତିକିରେ ଅଟକି ନଥିଲା। ଚଳିତ ବର୍ଷ ପରିବାରର ଆଉ ୩ ଜଣ- ସୁନେମି, ଏସରୀୟ ଓ ଝିଆରୀ ମିନାକ୍ଷୀ NEET ଉତ୍ତୀର୍ଣ୍ଣ ହୋଇ ବଲାଙ୍ଗିର ଭୀମ ଭୋଇ ଏବଂ କଳାହାଣ୍ଡି ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି।
ମିନାକ୍ଷୀ ଏବେ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଛାତ୍ରୀ । ତେବେ ଏହି ଆକାଶଛୁଆଁ ସ୍ୱପ୍ନ ପଛରେ ରହିଛି ଜମି, ଗାଈ ଆଉ ଛେଳି ବିକ୍ରିର ଦୁଃଖଦ ସତ । ମକା ଓ ହଳଦୀ ଚାଷରୁ ମିଳୁଥିବା ସୀମିତ ଆୟରେ ପାଠପଢ଼ା ସମ୍ଭବ ନ ହେବାରୁ, ବାପା ବୁର୍ଶୀ ପ୍ରଧାନ ନିଜ ସମ୍ବଳ ବିକି ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଅସଲି ବ୍ରାଣ୍ଡ ନାଁରେ ବିକ୍ରି ହେଉଥିଲା ନକଲି ଗୋଖାଦ୍ୟ; ପଶୁଙ୍କୁ ବି ଛାଡ଼ିଲେନି
ପାଠ ପଢ଼ିବା ସହ ଘରର ଅଭାବ ବୁଝି ଏହି ପିଲାମାନେ ଗୋରୁଗାଈ ଚରାଇବାକୁ ମଧ୍ୟ ପଛାନ୍ତି ନାହିଁ । ଗରିବ ଲୋକଙ୍କ ସେବା କରିବା ଏମାନଙ୍କର ଏକମାତ୍ର ଲକ୍ ଷ୍ୟ। ହେଲେ ଆଗକୁ ଡାକ୍ତରୀ ପାଠର ଖର୍ଚ୍ଚ କିପରି ତୁଲାଇବେ, ସେ ନେଇ ପରିବାର ଏବେ ଚିନ୍ତାରେ ।
ଦୃଢ଼ ଇଚ୍ଛାଶକ୍ତି ଆଗରେ ବାଧକ ସାଜିପାରିନି ଗରିବୀ । ସିକବାଡ଼ି ଗ୍ରାମର ଏହି ୫ ଭାଇଭଉଣୀ ପ୍ରମାଣିତ କରିଛନ୍ତି ଯେ ସ୍ୱପ୍ନ ଯଦି ଶକ୍ତ ହୋଇଥାଏ, ତେବେ କୁଡ଼ିଆ ଘରୁ ବି ଡାକ୍ତର ତିଆରି ହୋଇପାରନ୍ତି । ପିଠିରେ ସଂଘର୍ଷର ବୋଝ ଆଉ ଆଖିରେ ସେବାର ସ୍ୱପ୍ନ। ସିକବାଡ଼ି ଗ୍ରାମର ଏହି ୫ ଭାଇଭଉଣୀ ଆଜି ସମଗ୍ର ରାଜ୍ୟ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ ।

Related Topics
Explore more stories