Somnath Temple / ସୋମନାଥ ମନ୍ଦିର ଚାହୁଁ ନଥିଲେ ଜବାହାରଲାଲ ନେହେରୁ; ବିରୋଧରେ ଲେଖିଥିଲେ ୧୭ ଚିଠି
·6 months ago·2 min read

Key Points
ସାମନାକୁ ଆସିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ସୋମନାଥ ମନ୍ଦିର ନିର୍ମାଣକୁ ବିରୋଧ କରିଥିବାର ପ୍ରମାଣ । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ସୋମନାଥ ମନ୍ଦିର ନିର୍ମାଣକୁ ବିରୋଧ କରି ଲେଖିଥିଲେ ୧୭ ଚିଠି ।
ନୂଆଦିଲ୍ଲୀ: ଇତିହାସର ଅଳିନ୍ଦରୁ ଖୋଲୁଛି ସତ୍ୟ । ସୋମନାଥ ମନ୍ଦିର ବିଦେଶୀ ଆକ୍ରମଣକୁ ହଜାରେ ବର୍ଷ ପୁରିଥିବାବେଳେ ମନ୍ଦିରରେ ଜାରି ରହିଛି ଉତ୍ସବ । ଏପରି ସମୟରେ ସାମନାକୁ ଆସିଛି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ସୋମନାଥ ମନ୍ଦିର ନିର୍ମାଣକୁ ବିରୋଧ କରିଥିବାର ପ୍ରମାଣ ।
ସୋମନାଥ ମନ୍ଦିରକୁ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ବିରୋଧର ସତ୍ୟ ଉଜାଗର କରିଛନ୍ତି ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ସୋମନାଥ ମନ୍ଦିର ନିର୍ମାଣକୁ ବିରୋଧ କରି ଲେଖିଥିଲେ ୧୭ ଚିଠି ।
ଏଥିସହ ପଢ଼ନ୍ତୁ: ଗୁରୁତର ରୋଗୀଙ୍କ ମୁଣ୍ଡରେ ଖସି ପଡ଼ିଲା ସିଲିଂ; କେତେ ସୁରକ୍ଷିତ ବଡ଼ ମେଡିକାଲ୍ ?
ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଏକ୍ସ ପୋଷ୍ଚରେ ଲେଖିଛନ୍ତି, "ଅତୀତରେ ସୋମନାଥ ମନ୍ଦିରକୁ ଲୁଟ କରିଥିଲେ ଗଜନୀ ଏବଂ ଖିଲଜି । କିନ୍ତୁ ସ୍ଵାଧୀନ ଭାରତରେ ପ୍ରଭୁ ସୋମନାଥଙ୍କ ପ୍ରତି ଅଧିକ ଘୃଣା ଭାବ ପ୍ରଦର୍ଶନ କରିଥିଲେ ନେହେରୁ ।"
ଏହାର ଉଦାହରଣ ଦେଇ ସେ କହିଛନ୍ତି, "ପଣ୍ଡିତ ନେହେରୁ ସେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଲିୟାକତ ଅଲି ଖାନକୁ ଏକ ଚିଠି ଲେଖିଥିଲେ । ସେଥିରେ ନେହେରୁ ଲେଖିଥିଲେ ସୋମନାଥଙ୍କ କବାଟକୁ ନେଇ ଥିବା କାହାଣୀ ସମ୍ପୂର୍ଣ୍ଣ ମିଛ ।" କହିବାକୁ ଗଲେ ନେହେରୁ ମନ୍ଦିର ନିର୍ମାଣ ନେଇ ଅନିଚ୍ଛା ପ୍ରକାଶ କରିଥିଲେ । ଏହା ମୋଗଲଙ୍କ ପ୍ରତି ତୁଷ୍ଟିକରଣ ନୁହେଁ ତ ଆଉ କ'ଣ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ।
ଏପରିକି ରାଷ୍ଟ୍ରପତି ଏବଂ ଅନ୍ୟ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଚିଠି ଲେଖି ନେହେରୁ ସୋମନାଥ ମନ୍ଦିରର ପୁନଃନିର୍ମାଣ ଉପରେ ପ୍ରଶ୍ନ ଉଠାଇଥିଲେ । ଏଥିସହ ଭାରତର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ଏହାର ଏହାର ପୁନଃ ନିର୍ମାଣର ଆବଶ୍ୟକତା କିପରି ନାହିଁ ସେକଥା ଦର୍ଶାଇଥିଲେ ।
ଏହାଦ୍ଵାରା ବିଦେଶରେ ଭାରତର ଛବି ଖରାପ ହେବ ବୋଲି ନେହେରୁ ଲେଖିଥିଲେ । ଯେପରି ସୋମନାଥ ଟ୍ରଷ୍ଟକୁ କୌଣସି ସାହାଯ୍ୟ ନ ପହଞ୍ଚେ ସେନେଇ ନେହେରୁ ଭାରତୀୟ ଦୂତାବାସକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।
ଏଥିସହ ପଢ଼ନ୍ତୁ: ୬ ବର୍ଷର ଝିଅକୁ ଅପହରଣ; ଡ୍ରେନ୍ରୁ ମିଳିଲା ଜରିରେ ବନ୍ଧା ଯାଇଥିବା ମୃତଦେହ
୧୯୫୧, ଏପ୍ରିଲ ୨୧ ତାରିଖ- ପାକିସ୍ତାନ ପ୍ରଧାନମନ୍ତ୍ରୀ ଲିୟାକତ ଅଲି ଖାନ
୧୯୫୧, ଏପ୍ରିଲ ୨୮ ତାରିଖ- ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଆର ଆର ଦିବାକର
୧୯୫୧, ଅଗଷ୍ଟ ୧- ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି
୧୯୫୦, ଜୁଲାଇ ୨୦- ଭାରତର ଖାଦ୍ୟ ଓ କୃଷି ମନ୍ତ୍ରୀଙ୍କୁ ଚିଠି
୧୯୫୧, ଜୁନ ୧୩- ଭାରତର ଉପ ରାଷ୍ଟ୍ରପତିଙ୍କୁ ଚିଠି
୧୯୫୧, ଏପ୍ରିଲ ୧୭- ଚୀନସ୍ଥିତ ଭାରତର ରାଷ୍ଟ୍ରଦୂତଙ୍କୁ ଚିଠି
୧୯୫୧, ଏପ୍ରିଲ ୨୧- ସୌରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ଏହିପରି ୧୭ଟି ଚିଠି ଲେଖି ସୋମନାଥ ମନ୍ଦିର, ମହାପ୍ରଭୁଙ୍କ ପ୍ରତି ଥିବା ଘୃଣା ଭାବକୁ ପ୍ରକାଶ କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories