Patient Safety / ଗୁରୁତର ରୋଗୀଙ୍କ ମୁଣ୍ଡରେ ଖସି ପଡ଼ିଲା ସିଲିଂ; କେତେ ସୁରକ୍ଷିତ ବଡ଼ ମେଡିକାଲ୍ ?
·6 months ago·2 min read

Key Points
କଟକ ଏସସିବି ବଡ଼ ମେଡିକାଲରେ ଅଘଟଣ
ପୁରୁଣା ମେଡିସିନ୍ ୱାର୍ଡରେ ରୋଗୀଙ୍କ ମୁଣ୍ଡରେ ଖସିଲା ସିଲିଂ
ଚିକିତ୍ସିତ ଅବସ୍ଥାରେ ସିଲିଂ ଖସିବାରୁ ରୋଗୀ ଗୁରୁତର
କେମିତି, କେଉଁ ପରିସ୍ଥିତିରେ ସିଲିଂ ଖସିଲା ଚାଲିଛି ତଦନ୍ତ
ରୋଗୀଙ୍କ ପାଇଁ ସୁରକ୍ଷିତ ତ SCB ?

କଟକ: ରାଜ୍ୟର ସବୁଠୁ ପୁରୁଣା ବଡ଼ ମେଡିକାଲ କଟକ ଏସ୍ସିବି । ଚିକିତ୍ସା ପାଇଁ ରହିଛି ଅନେକ ସୁନାମ । ଯେଉଁଥିପାଇଁ କଟକକୁ ସାରା ରାଜ୍ୟ ସହ ପଡ଼ୋଶୀ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡରୁ ବି ରୋଗୀ ସୁସ୍ଥ ହେବା ପାଇଁ ଦୌଡ଼ି ଆସନ୍ତି ।
ଚିକିତ୍ସା ପାଇଁ ଅନେକ ସୁନାମ ପାଇଥିବା ବଡ଼ ମେଡିକାଲ୍ ଏବେ ଅବ୍ୟବସ୍ଥା ପାଇଁ ଦୁର୍ନାମ ମୁଣ୍ଡାଉଛି । କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ବଡ଼ ମେଡିକାଲ୍ରେ ଅଘଟଣ ଘଟିଛି । ପୁରୁଣା ମେଡିସିନ୍ ୱାର୍ଡରେ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ଖସି ପଡ଼ିଛି ସିଲିଂ । ତାହା ପୁଣି ରୋଗୀଙ୍କ ମୁଣ୍ଡ ଉପରେ ।
ଏଥିସହ ପଢ଼ନ୍ତୁ: ୩ ଦିନ ଶୀତ ଲହରୀ, ୫ ଦିନ ଘନ କୁହୁ଼ଡ଼ି; ଚେତାଇଲା ପାଣିପାଗ ବିଭାଗ
ଯାହାକୁ ନେଇ କଟକ ବଡ଼ ମେଡିକାଲ୍ ରୋଗୀଙ୍କ ପାଇଁ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଲାଣି । ସୂଚନା ଅନୁସାରେ, ଏସ୍ସିବିର ପୁରୁଣା ମେଡିସିନ୍ ୱାର୍ଡରେ ରୋଗୀଙ୍କ ଚିକିତ୍ସା ଚାଲିଥିଲା । ରୋଗୀଙ୍କ ଠାରେ ଭେଣ୍ଟିଲେଟର ମଧ୍ୟ ଲାଗିଥିଲା ।
ଅର୍ଥାତ୍ ରୋଗୀ ଜଣଙ୍କ ସ୍ଵାସ୍ଥ୍ୟାବସ୍ଥା ପୂର୍ବରୁ ହିଁ ଗୁରୁତର ଥିଲା । ଏବେ ତାଙ୍କ ମୁଣ୍ଡ ଉପରେ ସିଲିଂ ଖସି ପଡ଼ିବା ପରେ ସେ ଆହୁରି ଗୁରୁତର ହୋଇ ପଡ଼ିଛନ୍ତି । ରୋଗୀ ଜଣଙ୍କ ଚିକିତ୍ସା ଆରମ୍ଭ ହୋଇଛି ।
ଏଥିସହ ପଢ଼ନ୍ତୁ: ସମାଜ ସେବାରେ ସମର୍ପିତ ଅଟୋ ଚାଳକ; କର୍କଟ ରୋଗୀଙ୍କ ମୁହଁରେ ଫୁଟାଉଛନ୍ତି ହସ
ତେବେ କଟକ ଏସ୍ସିବିରେ ଏହା ପ୍ରଥମ ଘଟଣା ନୁହେଁ । ବିଭିନ୍ନ ସମୟରେ ସିଲିଂର ରକ୍ଷଣାବେକ୍ଷଣ ଅଭାବ ଏବଂ ପରିବର୍ତ୍ତନ ନ ହେବା ଯୋଗୁଁ ଏଭଳି ଅଘଟଣ ଘଟୁଛି । ଏଠି ରୋଗୀ ସୁସ୍ଥ ହେବା ପାଇଁ ବଡ଼ ମେଡିକାଲ୍ ଆସିଥିବା ବେଳେ ସିଲିଂ ଖସି ତାଙ୍କ ମୁଣ୍ଡରେ ପଡ଼ିବାରୁ ସେ ଅଧିକ ଅସୁସ୍ଥ ହୋଇ ପଡ଼ିଛନ୍ତି ।
ପୁରୁଣା ମେଡିସିନ୍ ୱାର୍ଡରେ ସିଲିଂ ଖସିବାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ବୃଦ୍ଧ ରୋଗୀଙ୍କ ମୁଣ୍ଡରେ କେଉଁ ସ୍ଥିତିରେ ସିଲିଂ ଖସି ପଡ଼ିଲା ତାର ତଦନ୍ତ ଆରମ୍ଭ କରିଛନ୍ତି ଏସ୍ସିବି ମେଡିକାଲ୍ କର୍ତ୍ତୃପକ୍ଷ ।
ଏହା ପୂର୍ବରୁ ୨୦୨୫ ଜାନୁଆରୀ ୧୮ରେ କଟକ ଏସ୍ସିବି ଟ୍ରମା କାଜୁଆଲିଟିରେ ସିଲିଂ ଖସିଥିଲା । ସହାୟିକା ଓ ରୋଗୀଙ୍କ ସମ୍ପର୍କୀୟ ବସିଥିବା ବେଳେ ହଠାତ୍ ଛାତର ସିଲିଂ ଖସି ପଡ଼ିଥିଲା । ସୌଭାଗ୍ୟବଶତଃ ସେତେବେଳେ କେହି ଆହତ ହୋଇ ନଥିଲେ । ଆଉ ଏବେ ଚିକିତ୍ସାଧିନ ରୋଗୀଙ୍କ ମୁଣ୍ଡ ଉପରେ ସିଲିଂ ଖସି ପଡ଼ିଛି ।

#କଟକ_ଏସସିବି_ମେଡ଼ିକାଲରେ_ଅଘଟଣ
— Argus News (@ArgusNews_in) January 7, 2026
SCBରେ ସିଲିଂ ଖସି ରୋଗୀ ଗୁରୁତର#Cuttack #SCB #CeilingCollapses #Odisha #ArgusNews #ArgusStaticPost #ArgusUpdate pic.twitter.com/01YOu77enR
ପୁରୁଣା ମେଡିସିନ୍ ୱାର୍ଡରେ ସିଲିଂ ଖସିବାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ବୃଦ୍ଧ ରୋଗୀଙ୍କ ମୁଣ୍ଡରେ କେଉଁ ସ୍ଥିତିରେ ସିଲିଂ ଖସି ପଡ଼ିଲା ତାର ତଦନ୍ତ ଆରମ୍ଭ କରିଛନ୍ତି ଏସ୍ସିବି ମେଡିକାଲ୍ କର୍ତ୍ତୃପକ୍ଷ ।
ଏହା ପୂର୍ବରୁ ୨୦୨୫ ଜାନୁଆରୀ ୧୮ରେ କଟକ ଏସ୍ସିବି ଟ୍ରମା କାଜୁଆଲିଟିରେ ସିଲିଂ ଖସିଥିଲା । ସହାୟିକା ଓ ରୋଗୀଙ୍କ ସମ୍ପର୍କୀୟ ବସିଥିବା ବେଳେ ହଠାତ୍ ଛାତର ସିଲିଂ ଖସି ପଡ଼ିଥିଲା । ସୌଭାଗ୍ୟବଶତଃ ସେତେବେଳେ କେହି ଆହତ ହୋଇ ନଥିଲେ । ଆଉ ଏବେ ଚିକିତ୍ସାଧିନ ରୋଗୀଙ୍କ ମୁଣ୍ଡ ଉପରେ ସିଲିଂ ଖସି ପଡ଼ିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories