Nepal Fertilizer Crisis 2026 / ବର୍ଷା ଦେଲା ଧୋକ୍କା, ଧାନ ଚାଷ ପାଇଁ ନାହିଁ ସାର; ଭାରତ ଉପରେ ପଡ଼ିଲା ନେପାଳୀ ଚାଷୀଙ୍କ ନଜର
·1 hour ago·2 min read

Key Points
ନେପାଳରେ ମରୁଡି଼ ପରିସ୍ଥିତି ଗୁରୁତର ହୋଇଛି। ସାରର ମଧ୍ୟ ଅଭାବ ରହିଛି, ଯାହା ଫଳରେ ସରକାରୀ ସବସିଡି ଯୁକ୍ତ ସାରର ଅଭାବ ହେତୁ ଅନେକ ନେପାଳୀ ଚାଷୀ ସୀମାନ୍ତ ବଜାରରୁ ଚୋରା ସାର କିଣିବାକୁ ବାଧ୍ୟ ହେଉଛନ୍ତି।
Nepal experiences deficient monsoon rains 2026: ଏବେ ଧାନ ଚାଷ ପାଇଁ ତଳି ରୋପଣ କରିବାର ସମୟ ଆସିଯାଇଛି। ହେଲେ ଧାନ ଚାଷ କରୁଥିବା ନେପାଳୀ ଚାଷୀଙ୍କ ପାଇଁ ଚିନ୍ତା ବଢିଯାଇଛି। କାରଣ ବର୍ଷା ଅଭାବ ଯୋଗୁଁ ଚିନ୍ତିତ ହୋଇ ଉଠିଥିବା ଦେଶର ଅନେକ ଅଞ୍ଚଳର ଚାଷୀଙ୍କୁ ମରୁଡ଼ି ଭୟ ଘାରିଛି। ପ୍ରଥମେ ବର୍ଷାର ଅଭାବ ଆଉ ଏବେ ସମୟ ମଧ୍ୟରେ ସାର ମିଳୁ ନଥିବାରୁ ସେମାନଙ୍କ ସମସ୍ୟା ବଢିବାରେ ଲାଗିଛି। ଯାହାର ଫଳସ୍ୱରୂପ, ଅନେକ ଚାଷୀ ଭାରତୀୟ ସୀମା ଦେଇ ଚୋରା ଚାଲାଣ ହେଉଥିବା ମହଙ୍ଗା ଏବଂ ନିମ୍ନମାନର ସାର କିଣିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ନେପାଳ ସରକାରଙ୍କ ସବୁଠାରୁ ବଡ଼ ଆଶା ଏବେ ଭାରତରୁ ହେବାକୁ ରହିଥିବା ସାର ଯୋଗାଣ ଉପରେ ରହିଛି।
କ'ଣ ରହିଛି ନେପାଳର ପରିସ୍ଥିତି
ନେପାଳ ସରକାର ପ୍ରତିବର୍ଷ ଜୁନ୍ ୨୯ ତାରିଖରେ (ନେପାଳୀ କ୍ୟାଲେଣ୍ଡର ଅନୁସାରେ ୧୫ ଆଷାଢ଼) ଜାତୀୟ ଧାନ ଦିବସ ପାଳନ କରିଥାନ୍ତି। ଏହି ଦିନ ପାଳନର ଉଦ୍ଦେଶ୍ୟ ନେପାଳର ମୁଖ୍ୟ ଖାଦ୍ୟ ଫସଲ ଧାନ ଚାଷକୁ ପ୍ରୋତ୍ସାହିତ କରିବା। ହେଲେ ଚଳିତ ବର୍ଷ ଚାଷୀ ଖୁସି ନାହାଁନ୍ତି। ନେପାଳୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦେଶରେ ଆଷାଢ଼ ମାସର ମଧ୍ୟଭାଗ ସୁଦ୍ଧା ଧାନ ତଳି ରୋପଣ ଆଶାନୁରୂପ ଭାବରେ ଅଗ୍ରଗତି ହୋଇନାହିଁ। ଗୋଟିଏ ପଟେ, ମୌସୁମୀ ସମ୍ପୂର୍ଣ୍ଣ ସକ୍ରିୟ ନହେବା ଯୋଗୁଁ ଦେଶର ଅଧିକାଂଶ ଅଞ୍ଚଳରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ, ଧାନ ତଳି ରୋପଣ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟରେ ରାସାୟନିକ ସାରର ଘୋର ଅଭାବ ରହିଛି।
ଏହା ସହ ପଢନ୍ତୁ: ବିପଦରେ ନେପାଳୀ ଚା' ଉଦ୍ୟୋଗ; ପ୍ରତିଦିନ ନଷ୍ଟ ହେଉଛି ଲକ୍ଷ ଲକ୍ଷ କିଲୋ ପତ୍ର
ପୂର୍ବ ଭାଗରୁ ନେପାଳରେ ମୌସୁମୀ ବିଳମ୍ବରେ ପହଞ୍ଚିଥିଲା। ଦେଶର ମଧ୍ୟ ଏବଂ ପଶ୍ଚିମ ଭାଗରେ ପହଞ୍ଚିବା ବେଳକୁ ଏହା ଦୁର୍ବଳ ହୋଇସାରିଥିଲା। ଦେଶର ଶସ୍ୟଭଣ୍ଡାର ଭାବରେ ବିବେଚିତ ନେପାଳର ତରାଇ ଅଞ୍ଚଳରେ, ଅନେକ ଜିଲ୍ଲାରେ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ସେଲସିୟସ୍ ପାର କରିସାରିଛି। ଯାହା ମରୁଡ଼ି ପରିସ୍ଥିତିକୁ ଆହୁରି ତୀବ୍ର କରିଛି। ନଦୀରେ ଜଳ ପ୍ରବାହ ହ୍ରାସ ପାଇବା ସହ କେନାଲ ଶୁଖିଯାଇଛି। ଚାଷ ପାଇଁ ବର୍ଷାଜଳ ଉପରେ ନିର୍ଭର କରୁଥିବା ଛୋଟ ଚାଷୀଙ୍କ ଉପରେ ଏହାର ସର୍ବାଧିକ ପ୍ରଭାବ ପଡ଼ିଛି। ଏହା ବ୍ୟତୀତ ବଜାରରେ ସରକାରୀ ସବସିଡି଼ ସାର ଅଭାବ ଯୋଗୁଁ, ଅନେକ ନେପାଳୀ ଚାଷୀ ଭାରତୀୟ ସୀମା ପାର ବଜାରରୁ ଚୋରା ଚାଲାଣ ହେଉଥିବା ମହଙ୍ଗା ଏବଂ ନିମ୍ନମାନର ସାର କିଣିବାକୁ ବାଧ୍ୟ ହେଉଛନ୍ତି।
ଭାରତ ଉପରେ ରହିଛି ନେପାଳୀ ସରକାରଙ୍କ ନଜର
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନେପାଳର ସାର ଗୋଦାମରୁ ବର୍ତ୍ତମାନ ପ୍ରତିଦିନ ୨୫୦୦ ରୁ ୩୦୦୦ ଟନ୍ ସାର ବଣ୍ଟନ କରାଯାଉଛି। ଧାନ ତଳି ରୋପଣ ସମୟରେ ଏହି ପରିମାଣ ପ୍ରତିଦିନ ୫୦୦୦ ଟନ୍କୁ ବୃଦ୍ଧି ପାଇପାରେ। ସରକାର ଆଷାଢ଼ ଶେଷ ସୁଦ୍ଧା ପ୍ରାୟ ୬,୦୦,୦୦୦ ଟନ ସାର ବଣ୍ଟନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ସମୟରେ, ନେପାଳ ସରକାର ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ସାର ଉପଲବ୍ଧତା ସୁନିଶ୍ଚିତ ହୋଇପାରେ। କାରଣ ଭାରତ ସହିତ ସରକାର-ସରକାର (G2G) ଚୁକ୍ତିନାମା ଅନୁଯାୟୀ ଯୋଗାଣ ହୋଇଥିବା ସାର ଜୁଲାଇ ଶେଷ ସପ୍ତାହ ସୁଦ୍ଧା ନେପାଳରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହା ସହିତ, କୋଲକାତା ବନ୍ଦରରେ ପହଞ୍ଚିଥିବା ୬ ଜାହାଜରେ ପୂର୍ବରୁ ରହିଥିବା ପ୍ରାୟ ୨ ଲକ୍ଷ ୪୫ ହଜାର ଟନ୍ ସାର ମଧ୍ୟ ଧିରେ ଧିରେ ନେପାଳରେ ପହଞ୍ଚିବା ଆରମ୍ଭ କରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Nepal farmers fertilizer crisis IndiaNepal monsoon delay paddy cultivationNepal agriculture drought 2026India chemical fertilizer supply NepalWhy Nepal farmers are depending on India for fertilizerPaddy transplantation crop failure NepalNepal India G2G chemical fertilizer dealShortage of DAP and Urea in NepalImpact of weak monsoon on Nepal farmers