New Egg Rule / ଏପ୍ରିଲ୍ ୧ରୁ ଅଣ୍ଡା ପାଇଁ ନୂଆ ନିୟମ; ତାଜା କହି ଆଉ ବିକି ପାରିବେନି ଦୋକାନୀ
·4 months ago·2 min read

Key Points
ଏଣିକି ଅଣ୍ଡାରେ ରହିବ ଉତ୍ପାଦନ ଓ ବୈଧତା ଶେଷର ତାରିଖ । ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ଏପ୍ରିଲ୍ ୧ ତାରିଖରୁ ପ୍ରତିଟି ଅଣ୍ଡାରେ ଉତ୍ପାଦନ ତାରିଖ ସହ ଏକ୍ସପାରୀ ମୋହର ଲଗାଇବାକୁ ବାଧ୍ୟତାମୂଳକ କରାଯଇଛି ।
ଲକ୍ଷ୍ନୌ: ଖାଉଟିଙ୍କ ପାଇଁ ବଡ଼ ନିଷ୍ପତ୍ତି । ଏଣିକି ଅଣ୍ଡାରେ ରହିବ ଉତ୍ପାଦନ ଓ ବୈଧତା ଶେଷର ତାରିଖ । ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ଏପ୍ରିଲ୍ ୧ ତାରିଖରୁ ପ୍ରତିଟି ଅଣ୍ଡାରେ ଉତ୍ପାଦନ ତାରିଖ ସହ ଏକ୍ସପାରୀ ମୋହର ଲଗାଇବାକୁ ବାଧ୍ୟତାମୂଳକ କରାଯଇଛି ।
ଏହାର ଅର୍ଥ ଏଣିକି ଦୋକାନୀ ଆଉ ତାଜା ଅଣ୍ଡ କରି ପୁରୁଣା ଖରାପ ଅଣ୍ଡାକୁ ବିକ୍ରି କରି ପାରିବେ ନାହିଁ । ଗ୍ରାହକ ନିଜେ ଅଣ୍ଡାର ତାରିଖ ଦେଖି, ଅଣ୍ଡା କେତେ ଦିନିର ଓ କେବେ ଯାଏଁ ସୁରକ୍ଷିତ ଦେଖିବା ସହ କଣିପାରିବେ ।
ଏଥିସହ ପଢ଼ନ୍ତୁ: ଯୁଦ୍ଧ ଭିତରେ ଆହୁରି ଖସିଲା ସୁନା, ରୁପା ଦର... ଜାଣନ୍ତୁ ଆପଣଙ୍କ ସହରରେ ଦର କେତେ ?
ଏହି ନିୟମକୁ ଉତ୍ତରପ୍ରଦେଶ ସରକାର ଏପ୍ରିଲ୍ ପହିଲାରୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଉତ୍ତରପ୍ରଦେଶ ପଶୁପାଳନ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ମୁଖ୍ୟ ପଶୁ ଚିକିତ୍ସାଧିକାରୀ କହିଛନ୍ତି, "ଅଣ୍ଡା ସିଧାସଳଖ ମଣିଷର ସ୍ଵାସ୍ଥ୍ୟ ସହ ଜଡ଼ିତ । ପୂର୍ବରୁ ଅନେକ ସ୍ଥାନରେ ପୁରୁଣା ଅଣ୍ଡା ବିକ୍ରି ହେଉଥିବା ବେଳେ ଗ୍ରାହକଙ୍କୁ ଏହାର ସୂଚନା ମିଳୁ ନଥିଲା । ଏବେ ଏହି ନିୟମ ଲାଗୁ ଦ୍ଵାରା ସ୍ଵଚ୍ଛତା ଆସିବ ଏବଂ ଲୋକଙ୍କୁ ସୁରକ୍ଷିତ ଅଣ୍ଡା ମିଳିବ ।"
କେତେ ଦିନ ପର୍ଯ୍ୟନ୍ତ ଅଣ୍ଡା ସୁରକ୍ଷିତ ?
ସାମାନ୍ୟ ତାପମାତ୍ରା (ପ୍ରାୟ ୩୦ ଡିଗ୍ରୀ ସେଲସିୟସ୍)ରେ ଅଣ୍ଡା ମାତ୍ର ୨ ସପ୍ତାହ ପର୍ଯ୍ୟନ୍ତ ଠିକ୍ ରୁହେ । ଯଦି ଥଣ୍ଡା ସ୍ଥାନରେ (୨ରୁ ୮ ଡିଗ୍ରୀ ସେଲସିୟସ୍) ରଖାଯାଏ ତାହେଲେ ୫ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ । କିନ୍ତୁ ଦୋକାନୀ ଓ ବ୍ୟବସାୟୀ କୋଲ୍ଡ ଷ୍ଟୋରେଜର ସଠିକ୍ ବ୍ୟବହାର କରୁନଥିଲେ । ଏବେ ଅଣ୍ଡାରେ ମୋହର ପାଇଁ ଲୋକେ ତାରିଖ ଚେକ୍ କରିପାରିବେ ।
ଏଥିସହ ପଢ଼ନ୍ତୁ: ଏହି ଯୋଜନାରେ ରେଲୱେ ଦେବ ମାଗଣା ଟିକେଟ୍ ସହ ଚା' ଓ ଜଳଖିଆ, ଜାଣନ୍ତୁ କେମିତି ଉଠାଇବେ ଲାଭ...
ନିୟମ ଭାଙ୍ଗିଲେ କ'ଣ ହେବ ?
ଯଦି କୌଣସି ବ୍ୟବସାୟୀ ଓ ଦୋକାନୀ ଏହି ନିୟମ ନ ମାନିବେ, ତାହେଲେ ଦୋକାନରେ ଥିବା ଅଣ୍ଡା ଜବତ କରାଯିବ । ନହେଲେ ନଷ୍ଟ କରି ଦିଆଯିବ କିମ୍ବା ସେଥିରେ ଲେଖି ଦିଆଯିବ ଏହି ଅଣ୍ଡା ମଣିଷ ପାଇଁ ସୁରକ୍ଷିତ ନୁହେଁ । ବିଭାଗ ଯାଞ୍ଚ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ଉପଭୋକ୍ତାଙ୍କୁ ଲାଭ
ପୂର୍ବରୁ ଗ୍ରାହକ ଅନୁମାନ କରୁଥିଲେ ଅଣ୍ଡା କେତେ ପୁରୁଣା । ଅନେକ ସମୟରେ ଅଣ୍ଡା କିଣି ନେଇ ରୋଷେଇ ବେଳେ ଜଣାପଡ଼ୁଥିଲା ତାହା ନଷ୍ଟ ହୋଇ ଯାଇଛି । ଏବେ ଅଣ୍ଡାରେ ଉତ୍ପାଦନ ଓ ଏକ୍ସପାରୀ ତାରିଖ ଲେଖା ହେବା ଫଳରେ ଲୋକେ ନିଜେ ବାଛିବା ସହ ସୁରକ୍ଷିତ, ସ୍ଵାସ୍ଥ୍ୟକର ଖାଦ୍ୟ ଖାଇ ପାରିବେ । ବିଭାଗ ଅନୁସାରେ, ଏହା କେବଳ ଏକ ଆଦେଶ ନୁହେଁ ବରଂ ଉପଭୋକ୍ତାଙ୍କ ସୁରକ୍ଷିତ ମଜଭୁତ୍ କରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories