Narendra Modi Record / ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ ହେଲା ଯୋଡ଼ି
·3 months ago·3 min read

Key Points
ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ମୋଦି
ମୋଦିଙ୍କ କାର୍ଯ୍ୟକାଳ -4399 ଦିନ
ନେହେରୁଙ୍କ କାର୍ଯ୍ୟକାଳ- 4398 ଦିନ
ମୋଦିଙ୍କ କାର୍ଯ୍ୟକାଳ -4399 ଦିନ
ନେହେରୁଙ୍କ କାର୍ଯ୍ୟକାଳ- 4398 ଦିନ
ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଏପରି ଏକ ରେକର୍ଡ କରିଛନ୍ତି, ଯାହାକୁ ଛୁଇଁବା ଯେକୌଣସି ନେତାଙ୍କ ପାଇଁ ଏକ ସ୍ୱପ୍ନ ପରି ହେବ। ସ୍ୱାଧୀନ ଭାରତରେ ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିଥିବା ପଣ୍ଡିତ ଜବାହରଲାଲ ନେହେରୁଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ପୂରା କରିଛନ୍ତି ୧୨ ବର୍ଷର ଯାତ୍ରା । ଏହି ଯାତ୍ରା ଆରମ୍ଭ ହୋଇଥିଲା 2014ରୁ ।୨୬ ମେ’ ୨୦୧୪ । ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ବସିଥିଲେ ପ୍ରଧାନମନ୍ତ୍ରୀ ଆସନରେ ଏବଂ କ୍ରମାଗତ ଭାବରେ ନିଜ କାର୍ଯ୍ୟକାଳର ପୂରଣ କରିଛନ୍ତି ୪,୩୯୯ ଦିନ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୪,୩୯୮ ଦିନର ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ମୋଦି। ନରେନ୍ଦ୍ର ମୋଦି ପାଲଟିଛନ୍ତି ଦେଶରେ ସବୁଠାରୁ ଦୀର୍ଘ କାର୍ଯ୍ୟକାଳ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିବା ନେତା ।
ନରେନ୍ଦ୍ର ମୋଦି ସ୍ଥାପନ କରିଛନ୍ତି ବିକଶିତ ଭାରତ ଗଠନର ଭିତ୍ତିପ୍ରସ୍ତର। ୨୧ଶ ଶତାବ୍ଦୀର ଭାରତକୁ ଏକ ଶକ୍ତି ଭାବରେ ଠିଆ କରିଛନ୍ତି ବିଶ୍ୱ ଦରବାରରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜନୈତିକ ସ୍ତରରେ ଶକ୍ତିଶାଳୀ ହୋଇଛି ବିଜେପି , ଯାହାର ପରିଣାମ ସ୍ୱରୂପ ଦେଶର 22ରୁ ଅଧିକ ରାଜ୍ୟରେ ଏହାର ସରକାର ରହିଛି। ବେଙ୍ଗଲରୁ ଆରମ୍ଭ କରି ରାଜସ୍ଥାନ ଏବଂ ଆସାମରୁ ଗୁଜରାଟ ପର୍ଯ୍ୟନ୍ତ ବିଜେପିର ସରକାର ଅଛି। ନେହେରୁଙ୍କ ରେକର୍ଡକୁ ପଛରେ ପକାଇବା ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଲୋକପ୍ରିୟତାର ସବୁଠାରୁ ବଡ଼ ପ୍ରମାଣ। ଦେଶର ସତ୍ତାକୁ କ୍ରମାଗତ ତିନିଥର ଆସିବା ଏବଂ ତିଷ୍ଠି ରହିବା ଦର୍ଶାଉଛି 'ମୋଦି ବ୍ରାଣ୍ଡ'ର ଶକ୍ତିକୁ ।
ଅପରେସନ ସିନ୍ଦୁର ବିଶ୍ବ ଦରବାରରେ ଭାରତକୁ ମହାଶକ୍ତିର ମାନ୍ୟତା ଦେଇଛି । ଦୁନିଆ ଦେଖିଲା ଭାରତର ଶକ୍ତି ସାମର୍ଥ୍ୟ । ଗରିବ କଲ୍ୟାଣ ଠାରୁ ଆରମ୍ଭ କରି ମହିଳା, ଯୁବା ସଶକ୍ତ ହେବା ଏବଂ ଆତ୍ମନିର୍ଭର ଭାରତର ପରିକଳ୍ପନା ଆଜି ନୂଆ ଦିଗ ପାଇଛି । ଉଜ୍ବଳା ଗ୍ୟାସ, ଗରିବଙ୍କୁ ପକ୍କା ଘର , ମୁଦ୍ରା ଯୋଜନାରେ ରୁଣ ଦେଶବାସୀଙ୍କୁ ମୋଦିଙ୍କ ଅନନ୍ୟ ଉପହାର । ପିଏମ ମୋଦିଙ୍କ ମହତ୍ତ୍ୱାକାଂକ୍ଷୀ ପ୍ରୋଜେକ୍ଟ ହେଉଛି 'ବିକଶିତ ଭାରତ ୨୦୪୭'। ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ ମୋଦି ସରକାର ସେମିକଣ୍ଡକ୍ଟର ହବ୍, ଗ୍ରୀନ୍ ହାଇଡ୍ରୋଜେନ ଏବଂ ଡିଜିଟାଲ ଗଭର୍ଣ୍ଣାନ୍ସ ଉପରେ ରେକର୍ଡ ଗତିରେ କାର୍ଯ୍ୟ କରୁଛନ୍ତି। ୨୦୧୪ ରେ ଦେଶରେ ଯେଉଁଠି ମାତ୍ର କିଛି ଶହ ଷ୍ଟାର୍ଟଅପ୍ ଥିଲା, ଆଜି ୨୦୨୬ ରେ ସେଗୁଡ଼ିକର ସଂଖ୍ୟା ୨.୩ ଲକ୍ଷ ଅତିକ୍ରମ କରିସାରିଛି।
ମୋଦୀଙ୍କ ପରବର୍ତ୍ତୀ ଭିଜନ ହେଉଛି ଭାରତର ମହାକାଶ ଅର୍ଥନୀତି କୁ ବର୍ତ୍ତମାନର ୯ ବିଲିୟନ ଡଲାରରୁ ବଢ଼ାଇ କିଛି ବର୍ଷ ମଧ୍ୟରେ ୪୫ ବିଲିୟନ ଡଲାରକୁ ନେବା, ଯେଉଁଥିରେ ବେସରକାରୀ କ୍ଷେତ୍ରର ଏକ ବଡ଼ ଅଂଶୀଦାରିତା ରହିବ।ଯେତେବେଳେ ଦେଶ ନିଜ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ, ସେତେବେଳେ ଭାରତକୁ ଏକ ବିକାଶଶୀଳ ଦେଶ ନୁହେଁ, ବରଂ ଏକ ବିକଶିତ ରାଷ୍ଟ୍ର ଭାବେ ଗଢ଼ିବାର ଲକ୍ଷ୍ୟ ରହିଛି। ଏହି ଦିଗରେ ହିଁ ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟ, ସାରା ଦେଶରେ ଏକ୍ସପ୍ରେସୱେ , ଆଧୁନିକ ରେଳ ଷ୍ଟେସନ ଏବଂ ଦୁନିଆର ସବୁଠାରୁ ବଡ଼ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମ ପ୍ରତିଷ୍ଠା କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ୩୮ ବର୍ଷ ପରେ କଂଗ୍ରେସକୁ ଫେରିବେ ମମତା; ଖଡ଼ଗେଙ୍କ ପଦ ମାଗିଲେ ପୁତୁରା !
ପିଏମ ମୋଦିଙ୍କ ଭିଜନ ହେଉଛି ଭାରତର ପ୍ରତ୍ୟେକ କୋଣ ଅନୁକୋଣକୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହିତ ଯୋଡ଼ିବା। ଏହିଭଳି ଭାବରେ ଭାରତକୁ ଏକ ବୈଶ୍ୱିକ ମହାଶକ୍ତି କରିବା ପାଇଁ କ୍ରମାଗତ ପ୍ରୟାସ କରାଯାଉଛି।ଦେଶର ୧୪୬ କୋଟିରୁ ଅଧିକ ଜନସଂଖ୍ୟାରେ ଯେଉଁ ଯୁବ ଶକ୍ତି ରହିଛି, ତାହାକୁ ଦକ୍ଷ ଶ୍ରମିକ ଏବଂ ଗ୍ଲୋବାଲ ଲିଡର୍ସରେ ପରିଣତ କରିବା ମୋଦୀଙ୍କ ଭିଜନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ମୋଦିଙ୍କ ସମୟରେ ଭାରତର ବୈଦେଶିକ ନୀତି 'ସକ୍ରିୟ ଭାଗିଦାରୀ' ଏବଂ 'ବିଶ୍ୱବନ୍ଧୁ'।ପିଏମ ମୋଦୀଙ୍କ ଭିଜନ ଭାରତକୁ ଗ୍ଲୋବାଲ ଗଭର୍ଣ୍ଣାନ୍ସ ରୂପରେ ସ୍ଥାପିତ କରିବା । ଭାରତ ବର୍ତ୍ତମାନ ସମୟରେ ବିଶ୍ବ ମଞ୍ଚରେ ନିଜର ଏଜେଣ୍ଡା ସେଟ୍ କରୁଛି। ତାହା ରୁଷ-ୟୁକ୍ରେନ ବିବାଦରେ ଶାନ୍ତିର ଅପିଲ ହେଉ କିମ୍ବା ଗ୍ଲୋବାଲ ସାଉଥ୍ କୁ ନେତୃତ୍ୱ ଦେବା ।ମୋଦିଙ୍କ ଦୂରଦୃଷ୍ଟି 'ଆତ୍ମନିର୍ଭର ଭାରତ' ଏବଂ 'ବିକଶିତ ଭାରତ ୨୦୪୭' ।
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics
Explore more stories