TMC Merger Buzz / ୩୮ ବର୍ଷ ପରେ କଂଗ୍ରେସକୁ ଫେରିବେ ମମତା; ଖଡ଼ଗେଙ୍କ ପଦ ମାଗିଲେ ପୁତୁରା !
·3 hours ago·3 min read

Key Points
ପଶ୍ଚିମବଙ୍ଗରେ ଟିଏମ୍ସି କ୍ଷମତାରୁ ଯିବା ପରେ ଦିଦିଙ୍କ ବେଳା ଭଲ ନାହିଁ । ବିଧାୟକଙ୍କ ପରେ ସଂସଦୀୟ ଦଳରେ ଫାଟ ବଢ଼ାଇ ଦେଇଛି ମମତାଙ୍କ ଟେନସନ୍ । ଯାହାକୁ ଦେଖି କଂଗ୍ରେସରେ TMCର ବିଲୟ ପାଇଁ ମନ ବଳାଇଛନ୍ତି ଦିଦି ।
ନୂଆଦିଲ୍ଲୀ: ରାଜନୀତି ସବୁବେଳେ ଅସ୍ଥିର । ଦିନେ ବଡ଼ ପଣ କରି ମମତା କଂଗ୍ରେସର ହାତ ଛାଡ଼ିଥିଲେ । ଏବେ ନିଜ ଦଳ ବୁଡ଼ିବାକୁ ଯାଉଥିବା ବେଳେ ସେହି ହାତକୁ ଆଶ୍ରା କରିବାକୁ ଯାଉଛନ୍ତି । ପୁତୁରା ମୋହରେ କ୍ଷମତା ଗଲା, ଏବେ ଦଳ ଉପରୁ ନିଜ ନିୟନ୍ତ୍ରଣ ହରାଇଲେଣି ଦିଦି ।
ପଶ୍ଚିମବଙ୍ଗରେ ଟିଏମ୍ସି କ୍ଷମତାରୁ ଯିବା ପରେ ଦିଦିଙ୍କ ବେଳା ଭଲ ନାହିଁ । ବିଧାୟକଙ୍କ ପରେ ସଂସଦୀୟ ଦଳରେ ଫାଟ ବଢ଼ାଇ ଦେଇଛି ମମତାଙ୍କ ଟେନସନ୍ । ପ୍ରଥମେ ଦଳରେ ୫୮ ବିଧାୟକ ବିଦ୍ରୋହ କଲେ, ଏବେ ୨୦ରୁ ଅଧିକ ସାଂସଦ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ।
ଏଥିସହ ପଢ଼ନ୍ତୁ: ମମତାଙ୍କ ଅତି ଘନିଷ୍ଠ ନେତ୍ରୀଙ୍କ ବଡ଼ ବିଦ୍ରୋହ ! ଚମକାଇଦେବ ସାୟୋନୀ ଘୋଷଙ୍କ କାହାଣୀ
ଟିଏମ୍ସି ଫାଳ ଫାଳ ହୋଇ ଭାଙ୍ଗୁଥିବା ଦେଖ ନଜକୁ ସମ୍ଭାଳି ପାରୁ ନାହାନ୍ତି ମମତା ବାନାର୍ଜୀ । ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ମମତା ଏବେ ଟିଏମସିର ବିଲୟ କଂଗ୍ରେସ ସହ କରିବାକ ଚାହୁଁଛନ୍ତି । ଏପରିକି ଏନେଇ ମମତା, ସୋନିଆ ଗାନ୍ଧୀଙ୍କୁ ଅପର୍ ଦେଥିବା ବେଳେ କଂଗ୍ରେସ ରାଜି ଥିବା ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ, କଂଗ୍ରେସ ସହ ଟିଏମ୍ସିର ବିଲୟ ପାଇଁ ମମତା ପ୍ରସ୍ତୁତ ଅଚନ୍ତି । କିନ୍ତୁ ମମତାଙ୍କ ପୁତୁରା ଟିଏମ୍ସିର ବିଲୟ ପୂର୍ବରୁ ବଡ଼ ପଦ ମାଗିଛନ୍ତି । ଅଭିଷେକ ବାନାର୍ଜୀ, ରାହୁଲ ଗାନ୍ଧୀଙ୍କୁ ଭେଟି ବଡ଼ ପଦ ଦେବାକୁ ଦାବି କରିଛନ୍ତି ।
କୁହାଯାଉଛି ଅଭିଷେକ କୁଆଡ଼େ ରାହୁଲ ଗାନ୍ଧୀଙ୍କୁ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପଦ ଦେବାକୁ ଦାବି କରିଛନ୍ତି । କହିଛନ୍ତି, ମମତା ବାନାର୍ଜୀଙ୍କୁ ରାଜ୍ୟସଭା ପଠାଇବା ସହ ବିରୋଧୀ ଦଳ ନେତା ପଦ ଦିଆଯାଉ । ଏବେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଅଛନ୍ତି କଂଗ୍ରେସର ମଲ୍ଲିକାର୍ଜୁନ ଖଡ଼ଗେ ।
କ୍ଷମତାରୁ ଯିବା ପରେ TMCରେ ଫାଟ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହାରିବା ପରେ ମମତା କ୍ଷମତାରୁ ଅନ୍ତର ହୋଇଛନ୍ତି । ଟିଏମ୍ସିରୁ ବହିଷ୍କୃତ ବିଧାୟକ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ଵରେ ଦଳର ବିଧାୟକ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି । ଦଳରୁ ଅଲଗା ହୋଇଥିବା ୫୮ ବିଧାୟକ ଋତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଚୟନ କରିଥିବା ବିଧାନସଭା ବାଚସ୍ପତିଙ୍କୁ ଅବଗତ କରାଇଛନ୍ତି ।
ଋତବ୍ରତ ବାନାର୍ଜୀ ବିରୋଧୀ ଦଳ ନେତା ହେବା ପରେ ସଂସଦୀୟ ଦଳରେ ଫାଟର ଆଶଙ୍କା କରାଯାଉଥିଲା । ଆଉ ଏବେ ଲୋକସଭା ସହ ରାଜ୍ୟସଭାରେ ଟିଏମ୍ସି ସାଂସଦଙ୍କ ମଧ୍ୟରେ ବଡ଼ ଫାଟ ଦେଖିବାକୁ ମିଳିଲାଣି । ମମତାଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କଲେଣି ଟିଏମ୍ସି ସାଂସଦ ।
ଶୁଖେନ୍ଦୁ ଶେଖର ରାୟ, ସୁଶ୍ମିତା ଦେବ ଆଦି ସାଂସଦ ଦଳରୁ ଇସ୍ତଫା ଦେଇଛନ୍ତି । ସେପଟେ ପୂର୍ବରୁ ମମତାଙ୍କ ଘନିଷ୍ଠ ଥିବା କାଳୋଳି ଘୋଷଙ୍କ ନେତୃତ୍ଵରେ ୨୦ରୁ ଅଧିକ ଲୋକସଭା ସାଂସଦ ବିଦ୍ରୋହ କରି ଦିଦିଙ୍କ ଠାରୁ ଅଲଗା ହୋଇଛନ୍ତି । ଆଉ ଏଥିରେ ସାମିଲ୍ ଅଛନ୍ତି ସାୟୋନୀ ଘୋଷ ।
ଏଥିସହ ପଢ଼ନ୍ତୁ: ମମତାଙ୍କୁ ବଡ଼ ଝଟ୍କା; TMCର ୨୦ ବିଦ୍ରୋହୀ ସାଂସଦଙ୍କ ତାଲିକାରେ ସାୟୋନୀ ଘୋଷ ବି ସାମିଲ୍
ରାହୁଲଙ୍କୁ ଭେଟିଲେ ଅଭିଷେକ, ସୋନିଆଙ୍କୁ ମମତା
ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବୁଧବାର ଅଭିଷେକ ବାନାର୍ଜୀ ଭେଟିଛନ୍ତି । ଇଣ୍ଡିଆ ମେଣ୍ଟରେ ପରସ୍ପର ମଧ୍ୟରେ ସମନ୍ଵୟକୁ ମଜଭୁତ୍ କରିବା ଓ ଏକତା ବଜାୟ ରଖିବା ପ୍ରୟାସ ଭିତରେ ଏହା ଘଟିଛି ।
ସେପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଛନ୍ତି ମମତା ବାନାର୍ଜୀ । ଯେଉଁଠି ମମତା କଂଗ୍ରେସ ସହ ଟିଏମ୍ସିର ବିଲୟ କରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏଥିସହ ଅଭିଷେକଙ୍କୁ କଂଗ୍ରେସର ମହାସଚିବ ପଦ ଅଫର୍ କରାଯାଇଛି । ଏହି ଅଫର୍ ଉପରେ ବିଚାର ପାଇଁ ମମତା ମାଗିଛନ୍ତି ସମୟ । ଏବେ ଦେଖିବାର କଥା ୩୮ ବର୍ଷ ପରେ ମମତା ପୁଣି ହାତ ଧରୁଛନ୍ତି ନା ଝିଙ୍କୁଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories