Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଇଆରସିଟିସି ନେଲା ବଡ଼ ପଦକ୍ଷେପ; ଏଣିକି ଟିକେଟ ବୁକିଂ ହେବ ଆହୁରି ସହଜ

National

IRCTC New Website Launch / ଆଇଆରସିଟିସି ନେଲା ବଡ଼ ପଦକ୍ଷେପ; ଏଣିକି ଟିକେଟ ବୁକିଂ ହେବ ଆହୁରି ସହଜ

Subhramjit Ray
Browse all articles by Subhramjit Ray
·2 hours ago·3 min read
ଆଇଆରସିଟିସି ନେଲା ବଡ଼ ପଦକ୍ଷେପ; ଏଣିକି ଟିକେଟ ବୁକିଂ ହେବ ଆହୁରି ସହଜ
IRCTC New Website Launch

Key Points

ଏଣିକି ଅନଲାଇନ୍ ଟିକେଟ ବୁକିଂ କରିବା ହେବ ସହଜ। ଏଥିପାଇଁ ଆଇଆରସିଟିସି ପକ୍ଷରୁ ଆସନ୍ତା ଜୁଲାଇ ୧୫ ତାରିଖରେ ଲଞ୍ଚ ହେବାକୁ ଯାଉଛି ନୂଆ ୱେବସାଇଟ୍।
IRCTC New Ticket Booking System: ଏଣିକି ଆଇଆରସିଟିସି ୱେବସାଇଟ୍‌ ରେ ଟ୍ରେନ ଟିକେଟ୍ ବୁକିଂ କରିବା ସହଜ ହେବ। ରେଳବାଇର ଡିଜିଟାଲ୍ ପ୍ଲାଟଫର୍ମରେ ଖୁବ୍ ଶୀଘ୍ର ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନଲାଇନ୍ ଟିକେଟ ବୁକିଂ କରିବା ବେଳେ ହେଉଥିବା ଲଗଇନ୍ ଏବଂ ବୈଷୟିକ ତ୍ରୁଟି ସମସ୍ୟାକୁ ଦୂର କରାଯିବ। ଯାହା ଦ୍ୱାରା ଲକ୍ଷ ଲକ୍ଷ ରେଳ ଯାତ୍ରୀ ଉପକୃତ ହେବେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଆଇଆରସିଟିସି ୱେବସାଇଟ୍‌କୁ ଆସନ୍ତା ୧୫ ଜୁଲାଇ ସୁଦ୍ଧା ସମ୍ପୂର୍ଣ୍ଣ ନବୀକରଣ କରାଯିବ।

ପିକ୍ ଆୱାର୍ (Peak Hour) ଏବଂ ସକାଳ ସମୟରେ ତତ୍କାଳ ଟିକେଟ୍ ବୁକିଂ ମଧ୍ୟ ସହଜ ହେବ। ଏହା ସର୍ଭର ଉପରେ ପଡୁଥିବା ଲୋଡ୍ କୁ ହ୍ରାସ କରିବ। ଜୟପୁରର ଛାତ୍ରୀ ଲଭିଷା ମୀନାଙ୍କ ପରାମର୍ଶ ଯୋଗୁଁ ଏପରି ପଦକ୍ଷେପ ନିଆଯାଇଛି। ଛାତ୍ରୀ ଜଣକ ନିଜେ ରେଳମନ୍ତ୍ରୀଙ୍କ ନିକଟରେ ଟିକେଟ୍ ବୁକିଂ କରିବା ସମୟରେ ହେଉଥିବା ସମସ୍ୟା ସମ୍ପର୍କରେ ରେଳମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଏହା ପରେ ରେଳବାଇ ଆଇଆରସିଟିସି ୱେବସାଇଟ୍‌ ରେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ବ୍ୟବହାରକାରୀଙ୍କ ପାଇଁ ଅନୁକୂଳ ହେବ ରେଲୱେ ୱେବସାଇଟ୍
ରେଳ ମନ୍ତ୍ରଣାଳୟ ଅନୁଯାୟୀ ଆସନ୍ତା ଜୁଲାଇ ୧୫ ତାରିଖରେ ଲଞ୍ଚ ହେଉଥିବା ଏହି ନୂତନ ୱେବସାଇଟ୍‌ର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସମ୍ପୂର୍ଣ୍ଣ ଟିକେଟ୍ ବୁକିଂ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଦ୍ରୁତ, ସରଳ ଏବଂ ଅଧିକ ନିର୍ଭରଯୋଗ୍ୟ କରିବା। ଏଥିରେ ହେଉଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ୟୁଜର ଇଣ୍ଟରଫେସ୍ (User Interface), ଯାହାକୁ ବ୍ୟବହାରକାରୀଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ (User Friendly Railway Website) କରାଯିବ। ଏହା ସହିତ ଏହି ୱେବସାଇଟ୍ ର ସାମଗ୍ରିକ କାର୍ଯ୍ୟ ପ୍ରଣାଳୀକୁ ଯଥେଷ୍ଟ ବୃଦ୍ଧି କରାଯିବ।

ଏହା ସହ ପଢନ୍ତୁ: ଯାତ୍ରୀଙ୍କୁ ଖାଲି ସିଟ୍ ପାଖରେ ପହଞ୍ଚାଇବ IRCTC; ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ଅନଲାଇନ୍ ଟିକେଟ ବୁକିଂ କରିବା ବେଳେ ଅନେକ ସମୟରେ ରେଲୱେ ୱେବସାଇଟ୍ ର କାର୍ଯ୍ୟଦକ୍ଷତା ଧିର ମନ୍ଥର ହୋଇ ଯାଉଥିଲା। ଏପରିକି "କ୍ୟାପଚା" (CAPTCHA) ପାଇଁ ଟିକେ ବୁକିଂ ବିଫଳ ମଧ୍ୟ ହୋଇ ଯାଉଥିଲା। ପିକ୍ ଆୱାର ଏବଂ ତତ୍କାଳ ଚିକେଟ ବୁକିଂ ସମୟରେ ୱେବସାଇଟ ସର୍ଭର କ୍ରାସ୍ ମଧ୍ୟ ହୋଇ ଯାଉଥିଲା। ଯାହାକୁ ଏବେ ରେଳବାଇ ସୁଧାରିବାକୁ ଅଣ୍ଟା ଭିଡ଼ିଛି।


ଏକ ନୂତନ ୱେବସାଇଟ୍ ପାଇଁ ମଗା ଯାଇଥିଲା ପରାମର୍ଶ
ଏହି ଅଭିଯୋଗ ଆସିବା ପରେ, ରେଳମନ୍ତ୍ରୀ ତୁରନ୍ତ ୩୦ ମଧ୍ୟରେ ଆଇଆରସିଟିସି ଡିଜିଟାଲ୍ ପ୍ଲାଟଫର୍ମ (IRCTC Digital Platform) କୁ ଉନ୍ନତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରେଳମନ୍ତ୍ରୀଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ ନିର୍ଦ୍ଦେଶ ପରେ ସକ୍ରିୟ ହୋଇ ଉଠିଥିଲା ରେଳବାଇ। ଯାହାର ଫଳସ୍ୱରୂପ ଅଭିଯୋଗ ହେବାର ପରଦିନ ରେଲୱେ ବୋର୍ଡ଼ ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀ ଛାତ୍ରୀ ଲାଭିଶା ମୀନାଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଥିଲେ। ଏକ ଉଚ୍ଚସ୍ତରୀୟ ବୈଠକରେ ରେଳବାଇ ଅଧିକାରୀ କେବଳ ଛାତ୍ରୀଙ୍କ ଚିନ୍ତାକୁ ସମସ୍ୟାକୁ ବୁଝି ନଥିଲେ ବରଂ ପ୍ରସ୍ତାବିତ ନୂତନ ୱେବସାଇଟ୍ ର ଏକ ପ୍ରୋଟୋଟାଇପ୍ (Indian Railway Website New Prototype) ମଧ୍ୟ ସେୟାର କରି ତାଙ୍କ ପରାମର୍ଶ ଲୋଡି଼ଥିଲେ।

ପିଏନଆର ଷ୍ଟାଟସ୍ (PNR Status) ଠାରୁ ରିଫଣ୍ଡ (Refund) ପର୍ଯ୍ୟନ୍ତ ଉପକୃତ ହେବେ ଯାତ୍ରୀ
ରେଳ ପ୍ରଶାସନର ପ୍ରତିକ୍ରିୟାକୁ ସ୍ୱାଗତ କରି ଛାତ୍ରୀ ଲବିଶା ମୀନା ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଲେଖିଛନ୍ତି ଯେ ବିଭାଗୀୟ ଅଧିକାରୀ ତାଙ୍କ ଅଭିଯୋଗର ପରଦିନ ତାଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ନୂତନ ୱେବସାଇଟ୍ ପ୍ରୋଟୋଟାଇପ୍ ଉପରେ ପରାମର୍ଶ ଲୋଡିଥିଲେ। ମୁଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରେଳବାଇକୁ ମୋର କୃତଜ୍ଞତା ଜଣାଉଛି। ନାଗରିକଙ୍କ ମତାମତକୁ ଏତେ ଗମ୍ଭୀରତାର ସହ ନିଆଯାଉଥିବା ଦେଖି ଉତ୍ସାହିତ ହେଉଛି। ନୂତନ ଡିଜିଟାଲ୍ ପ୍ଲାଟଫର୍ମ ଜଟିଳ CAPTCHA ପ୍ରକ୍ରିୟାକୁ ସରଳ କିମ୍ବା ଦୂର କରିବ। ଏହା ଦ୍ୱାରା ଯାତ୍ରୀଙ୍କ ମୂଲ୍ୟବାନ ସମୟ ବଞ୍ଚିବ। ଏହା ସହିତ ପିଏନଆର ଏବଂ ରିଫଣ୍ଡ ସ୍ଥିତି ଯାଞ୍ଚ କରିବା ଏବଂ ଅନ୍ୟାନ୍ୟ ଯାତ୍ରୀ ସେବା ପାଇବା ପ୍ରକ୍ରିୟାକୁ ଅତ୍ୟନ୍ତ ସହଜ ଏବଂ ଦ୍ରୁତ କରାଯାଉଛି।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored