New Vande Bharat Successful Trial Run / ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ର ପରୀକ୍ଷଣ ସଫଳ; ୧୮୦ ବେଗରେ ଦୌଡ଼ିଲା ଟ୍ରେନ୍
·2 hours ago·3 min read

Key Points
ଦେଶର ନୂତନ ଉନ୍ନତ ବନ୍ଦେ ଭାରତ ଟ୍ରେନ୍ ୧୮୦ କିମି/ଘଣ୍ଟା ବେଗର ପୂର୍ଣ୍ଣ ଗତିରେ ଦୌଡ଼ିଛି। ଏଥିରେ ସ୍ୱୟଂଚାଳିତ ତାପମାତ୍ରା ସମାୟୋଜନ ଏବଂ ଘୂର୍ଣ୍ଣନ ସିଟ୍ ସହିତ ସ୍ୱତନ୍ତ୍ର ଏସି କୋଚ୍ ରହିଛି।
ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ର ସଫଳ ପରୀକ୍ଷଣ ଭାରତୀୟ ରେଳବାଇ। ମଥୁରା-ନାଗଡା ସେକ୍ସନ ଠାରେ ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ଦୌଡ଼ିଛି। ପଞ୍ଜାବ ସ୍ଥିତ କପୁରଥାଲା ରେଳ କୋଚ୍ ଫ୍ୟାକ୍ଟ୍ରି ଠାରେ ନିର୍ମିତ ଦେଶର ଉନ୍ନତ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ସଫଳତାର ସହ ଉଚ୍ଚ-ଗତି ପରୀକ୍ଷଣ ସମାପ୍ତ କରିଛି। ଯାହା ଭାରତୀୟ ରେଳବାଇର ସ୍ୱଦେଶୀ ଏବଂ ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ୍ ହେଉଛି ୧୬-କୋଚ୍ ଚେୟାର କାର୍ ଟ୍ରେନ୍ ସେଟ୍। ଏହାର ପରୀକ୍ଷଣ ପଶ୍ଚିମ କେନ୍ଦ୍ରୀୟ ରେଳବାଇର କୋଟା ଡିଭିଜନ ଠାରେ ହୋଇଥିଲା। ଏହି ଟ୍ରେନ୍ ୧୮୦ କିମି ବେଗରେ ଦୌଡ଼ି ଏକ ନୂଆ ରେକର୍ଡ଼ କରିଛି।
ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ର ବୈଶିଷ୍ଟ୍ୟ
ବନ୍ଦେ ଭାରତ ଏକ୍ସପ୍ରେସ୍ରେ ୩୬୦ ଡିଗ୍ରୀ ଘୂରୁଥିବା ସିଟ୍ ରହିଛି। Executive ଶ୍ରେଣୀର ଯାତ୍ରୀ ସିଟ୍ ଯେକୌଣସି ଦିଗରେ ଘୂରି ପାରିବ। ଏଥିରେ Zero Discharge ବାୟୋ-ଭାକ୍ୟୁମ୍ ଶୌଚାଳୟ ରହିଛି। ଅର୍ଥାତ୍ ଏପରି ଶୌଚାଳୟରୁ କୌଣସି ଅଳିଆ ଆବର୍ଜନା ନିଷ୍କାସିତ ହେବ ନାହିଁ। ଯାତ୍ରୀ ସଂଖ୍ୟା ଏବଂ ତାପମାତ୍ରା ଅନୁସାରେ ତାପମାତ୍ରା-ନିୟନ୍ତ୍ରିତ ଏୟାର କଣ୍ଡିସନିଂ ସହିତ ସ୍ୱତନ୍ତ୍ର ଏସି କୋଚ୍ ସଜ୍ଜିତ ହୋଇଛି। ଯାହା ତାଜା ପବନର ନିରନ୍ତର ପ୍ରବାହ ବଜାୟ ରଖେ। ହ୍ୱିଲଚେୟାର ସହିତ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟ ନିର୍ମାଣ କରାଯାଇଛି।
ବନ୍ଦେ ଭାରତ ଟ୍ରେନ୍ ସଫଳ ପରୀକ୍ଷଣ
ଏହି ପରୀକ୍ଷଣ କୋଟା-ଚୌମହଲା ରେଳ ସେକ୍ସନରେ ରେଳ ଗବେଷଣା ଡିଜାଇନ୍ ଏବଂ ମାନକ ସଙ୍ଗଠନ (RDSO) ଏବଂ ରେଳ ସୁରକ୍ଷା କମିଶନର (CRS) ଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା। ପରୀକ୍ଷଣ ସମୟରେ ଟ୍ରେନ୍ ଘଣ୍ଟାପ୍ରତି ୧୮୦ କିଲୋମିଟର ବେଗରେ ଯାତ୍ରା କରୁଥିବା ସମୟରେ କୋଚ୍ ଭିତରେ ପାଣି ଭର୍ତ୍ତି ଏକ କା ପାତ୍ର ରଖାଯାଇଥିଲା। ହେଲେ ଗୋଟିଏ ବୁନ୍ଦା ପାଣି ମଧ୍ୟ ପଡ଼ିନଥିଲା। ଏହା ଭାରତୀୟ ଇଞ୍ଜିନିୟର୍ ଙ୍କ ଚତୁରତା ଏବଂ ଟ୍ରେନ୍ ର ଉତ୍କୃଷ୍ଟ ସସପେନସନ୍ ସିଷ୍ଟମ୍ କୁ ପ୍ରଦର୍ଶିତ କରେ। ଟ୍ରେନ୍ ଅଟକାଇବା, ସମ୍ପୂର୍ଣ୍ଣ ବେଗରେ ଦୌଡ଼ିବା, ଟ୍ରାକ୍ ପରିବର୍ତ୍ତନ କରିବା ଏବଂ ଜରୁରୀକାଳୀନ ବ୍ରେକିଂ ଲାଗୁ କରିବାର କ୍ଷମତା ମଧ୍ୟ ସୁରକ୍ଷା ମାନଦଣ୍ଡ ପୂରଣ କରିଥିଲା। ବର୍ତ୍ତମାନ, ବନ୍ଦେ ଭାରତ ଟ୍ରେନ୍ ୧୩୦ କିମି ଠାରୁ ୧୬୦ କିଲୋମିଟର/ଘଣ୍ଟା ବେଗରେ ଚାଲିବ। ଶେଷରେ ଏହା ୧୮୦ କିଲୋମିଟର/ଘଣ୍ଟା ବେଗରେ ପହଞ୍ଚିବ। ଏହି ଟ୍ରେନ୍ ଟି ଏକ ଦୃଢ଼ LHB ଷ୍ଟେନଲେସ୍ ଷ୍ଟିଲ୍ ବଡି ସହିତ ନିର୍ମିତ ହୋଇଛି।
ଏହା ସହ ପଢନ୍ତୁ: ବିଶ୍ୱର ସର୍ବୋଚ୍ଚ ରେଳ ଧାରଣାରେ 'ବୁଲେଟ୍' ଟ୍ରେନ୍ ବେଗରେ ଦୌଡ଼ିଲା ବନ୍ଦେ ଭାରତ
RCF କାପୁରଥଲା ଦ୍ୱାରା ନିର୍ମିତ ପ୍ରଥମ ବନ୍ଦେ ଭାରତ
ଏ ପର୍ଯ୍ୟନ୍ତ ସମସ୍ତ ବନ୍ଦେ ଭାରତ ଟ୍ରେନ୍ ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ICF) ଠାରେ ନିର୍ମିତ ହୋଇଛି। ମାର୍ଚ୍ଚ ମାସରେ କପୁରଥଲା ରେଳ କୋଚ୍ ଫ୍ୟାକ୍ଟ୍ରି ଠାରେ ଉନ୍ନତ ଧରଣର ୧୬-କୋଚ୍ ଟ୍ରେନ୍ ସେଟ୍ ଉପରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଟ୍ରେନ୍ ଆଲଷ୍ଟମ୍ ପ୍ରପଲ୍ସନ୍ ପ୍ରଯୁକ୍ତିବିଦ୍ୟା (Alstom Propulsion Technology) ସହିତ ସଜ୍ଜିତ ହୋଇଥିଲା। ଏହି ଟ୍ରେନ୍ ପରିବେଶ ଅନୁକୂଳ, କମ୍ ଶକ୍ତି ବିଶିଷ୍ଟ ଏୟାର କଣ୍ଡିସନର୍, ଜିରୋ-ଡିସଚାର୍ଜ ବାୟୋ-ଭାକ୍ୟୁମ୍ ଶୌଚାଳୟ ଏବଂ ଆଧୁନିକ ସୁରକ୍ଷା ବୈଶିଷ୍ଟ୍ୟ ସହିତ ସଜ୍ଜିତ। ସଫଳ ପରୀକ୍ଷଣ ପରେ, କାପୁରଥଲା କାରଖାନାକୁ ଆହୁରି ସମାନ ପ୍ରକାରର ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ ପାଇଁ ଅନୁମୋଦନ ମିଳିଛି। ଏହି ଟ୍ରେନ୍ ରେଳ ସୁରକ୍ଷା କମିଶନର ଙ୍କ ଠାରୁ ସବୁଜ ସଙ୍କେତ ପାଇଁ ଅପେକ୍ଷା କରିଛି। ଖୁବ୍ଶୀଘ୍ର, ଏହି ଟ୍ରେନ୍ ଦେଶର ପ୍ରମୁଖ VIP ରୁଟ୍ରେ ଯାତ୍ରୀଙ୍କ ପାଇଁ କାର୍ଯ୍ୟ ଆରମ୍ଭ କରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମଥୁରା-ନାଗଡା ରେଳ ସେକ୍ସନ୍
ପ୍ରାୟ ୫୫୦ କିଲୋମିଟର ଲମ୍ବ ମଥୁରା-ନାଗଡା ରେଳ ସେକ୍ସନ୍ ନୂଆଦିଲ୍ଲୀ-ମୁମ୍ବାଇ ରେଳ ଲାଇନ୍ ଅଧିନରେ ଅବସ୍ଥିତ। ଯାହା ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟ ପ୍ରଦେଶରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଏହି ମାର୍ଗ ଭାରତୀୟ ରେଳବାଇର ପଶ୍ଚିମ କେନ୍ଦ୍ରୀୟ ରେଳବାଇ ଏବଂ ପଶ୍ଚିମ ରେଳବାଇ ଜୋନ୍ ଅଧିନରେ ପଡ଼ିଥାଏ। ମଥୁରା ଜଙ୍କସନ୍, ଭରତପୁର ଜଙ୍କସନ୍, ବୟାନା ଜଙ୍କସନ୍, ହିଣ୍ଡନ୍ ସିଟି, ଗଙ୍ଗାପୁର ସିଟି ଏବଂ ସୱାଇ ମାଧୋପୁର ଜଙ୍କସନ୍ ଏହାର ପ୍ରମୁଖ ଷ୍ଟେସନ। କୋଟା, ଭବାନୀ ମଣ୍ଡି, ଚୌମହାଲା, ବିକ୍ରମଗଡ଼ ଆଲୋଟ୍ ଏବଂ ନଗଡା ଜଙ୍କସନ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ। ଏଠାରୁ ରେଳ ଲାଇନ ରତଲାମ-ମୁମ୍ବାଇ ଏବଂ ଉଜ୍ଜୟିନୀ-ଭୋପାଳ ପର୍ଯ୍ୟନ୍ତ ଲମ୍ବିଛି।

Related Topics
Explore more stories