Barrier Less Toll System / ଫେଲ୍ ମାରୁଛି ବାଧାହୀନ ଟୋଲ୍ ପ୍ଲାଜା ବ୍ୟବସ୍ଥା; ଟୋଲ୍ ଫାଙ୍କୁଛନ୍ତି ଚାଳକ
·11 hours ago·2 min read

Key Points
ଟୋଲପ୍ଲାଜା ଠାରେ ଲାଗୁଥିବା ଲମ୍ବା ଧାଡ଼ି, ବ୍ୟାରିୟର ସାମ୍ନାରେ ଅପେକ୍ଷା କରୁଥିବା ଗାଡ଼ି ଏବଂ ଘଣ୍ଟା ଘଣ୍ଟା ଲାଗି ରହୁଥିବା ଟ୍ରାଫିକ୍ ଜାମ୍ ଶେଷ କରିବା ପାଇଁ ଲାଗୁ ହୋଇଥିବା Barrier Less Toll System ଏବେ ଆରମ୍ଭରୁ ବିଭିନ୍ନ ସମସ୍ୟାର ସାମ୍ନା କରୁଛି।
Barrierless Toll Evasion: ଟୋଲପ୍ଲାଜା ଠାରେ ଜାମ୍ ହଟାଇବା ପାଇଁ ମୁଣ୍ଡକା-ବକରୱାଲା ସେକ୍ସନ ଠାରେ ଦେଶର ଦ୍ୱିତୀୟ ଏବଂ ଦିଲ୍ଲୀର ପ୍ରଥମ ବାଧାହୀନ ଟୋଲ୍ ପ୍ଲାଜା ଆରମ୍ଭ କରିଥିଲା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ। ଏହା ଟୋଲ୍ ଦେୟ ଦେବା ପାଇଁ କୌଣସି ଗାଡ଼ିକୁ ଟୋଲପ୍ଲାଜା ନିକଟରେ ଗାଡ଼ିକୁ ଅଟକାଇ ରଖିବାର ଆବଶ୍ୟକତାକୁ ଦୂର କରିଥାଏ। ହେଲେ ଏବେ ଏହି କ୍ୟାମେରା-ଆଧାରିତ ବ୍ୟବସ୍ଥା ସଠିକ ଢଙ୍ଗରେ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। କାରଣ ଅନେକ ଗାଡ଼ି ଚାଳକ ଟୋଲ୍ ଦେୟ ଫାଙ୍କିବାର ଉପାୟ ଖୋଜୁଥିବା ରିପୋର୍ଟ ଏବେ ରାଜପଥ ପ୍ରାଧିକରଣ ଲାଗି ଚିନ୍ତା ବଢାଇ ଦେଇଛି।
କିପରି କାମ କରେ ବାଧାହୀନ ଟୋଲ୍ ପ୍ଲାଜା?
ଏହି ବାଧାହୀନ ଟୋଲ୍ ପ୍ଲାଜା ଉଚ୍ଚ-କ୍ଷମତା ସମ୍ପନ୍ନ RFID Reader ଏବଂ ଏକ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟକରଣ ପ୍ରଣାଳୀ ବ୍ୟବହାର କରିଥାଏ। ଯାହା ଉପରେ ଲଗାଯାଇଥିବା AI କ୍ଷମତାସମ୍ପନ୍ନ କ୍ୟାମେରା ସାହାଯ୍ୟରେ ପରିଚାଳିତ ହୋଇଥାଏ। ଯାହା କୌଣସି ଗାଡ଼ିକୁ ସହଜରେ ଚିହ୍ନଟ କରିଥାଏ। ନମ୍ବର ପ୍ଲେଟ୍ ଏବଂ RFID ଚିହ୍ନଟ ହେବା ପରେ, କୌଣସି ଗାଡ଼ି ସହିତ ଯୋଡ଼ି ହୋଇଥିବା FASTag Wallet ରୁ ଟୋଲ୍ ପରିମାଣ ସ୍ୱୟଂଚାଳିତ ଭାବରେ କାଟି ଦିଆଯାଏ। ଯାହାର ଉଦ୍ଦେଶ୍ୟ ହେଉଛି ଟୋଲ୍ ପ୍ଲାଜା ଠାରେ ଭିଡ଼କୁ ଏବଂ ଯାତ୍ରା ସମୟକୁ ହ୍ରାସ କରିବା।
ଏହା ସହିତ ପଢନ୍ତୁ: ଏଣିକି ଟୋଲପ୍ଲା୍ଜା ରେ ଲାଗିବ ନାହିଁ ଜାମ୍! ଦିଲ୍ଲୀ-ଏନସିଆର ଅଞ୍ଚଳରେ ବ୍ୟାରିୟର ବିହୀନ ଟୋଲ୍ ବ୍ୟବସ୍ଥା ଲାଗୁ
କିପରି ଟୋଲ୍ ଦେବାରୁ ବର୍ତ୍ତି ଯାଉଛନ୍ତି ଗାଡ଼ି ଚାଳକ?
ମଲ୍ଟି-ଲେନ୍ ଫ୍ରି ଫ୍ଲୋ ସିଷ୍ଟମ୍ (MLFF System) ସଠିକ୍ ନମ୍ବର ପ୍ଲେଟ୍ ଚିହ୍ନଟ ଉପରେ ନିର୍ଭର କରେ। ବାଧାହୀନ ଟୋଲ୍ ପ୍ଲାଜା ଠାରେ ଟୋଲ୍ ଦେୟ ପ୍ରଦାନ କରିବାରୁ ବଞ୍ଚିବା ପାଇଁ ଯାତ୍ରୀ ଉଚ୍ଚ ସୁରକ୍ଷା ପଞ୍ଜୀକରଣ ପ୍ଲେଟ୍ (HSRP) ସହିତ ହେରଫେର କରୁଛନ୍ତି। ଅସ୍ପଷ୍ଟ ନମ୍ବର ପ୍ଲେଟ୍ କିମ୍ବା ଅଣ-ମାନକ ନମ୍ବର ପ୍ଲେଟ୍ ର ବ୍ୟବହାର ଟୋଲ୍ ସିଷ୍ଟମ୍ କୁ ବ୍ୟାହତ କରିଥାଏ।
କିଛି କ୍ଷେତ୍ରରେ କେତେକ ଗାଡ଼ିର ୱିଣ୍ଡସ୍କ୍ରିନ୍ ରେ FASTags ଲଗାଯାଇ ନଥାଏ, ଯାହା ଫଳରେ ଟୋଲ୍ ଦେୟ ପ୍ରଦାନ କରିବା ଅସମ୍ଭବ ହୋଇଯାଏ। ଏକ ରିପୋର୍ଟ ଅନୁଯାୟୀ, ଏପରି ଗାଡ଼ିର ସଂଖ୍ୟା ୧ ପ୍ରତିଶତରୁ କମ୍ ରହିଥିବାର କୁହାଯାଉଛି। ହେଲେ ତଥାପି ଜାତୀୟ ରାଜପଥ ପ୍ରାଧିକରଣ ଏପରି ସମାଧାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛି।
କିପରି ସ୍ପୀଡ୍ କ୍ୟାମେରା ନଜରରୁ ବର୍ତ୍ତି ଯାଉଛନ୍ତି ଗାଡ଼ି ଚାଳକ?
କିଛି ଗାଡ଼ି ଚାଳକ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ (ANPR) ବ୍ୟବସ୍ଥାକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ବେଆଇନ ପଦ୍ଧତି ବ୍ୟବହାର କରୁଛନ୍ତି। ଉଦାହରଣ ସ୍ୱରୂପ, କିଛି ଲୋକ ଗାଡ଼ି ଚଲାଇବା ସମୟରେ ଲାଇସେନ୍ସ ପ୍ଲେଟ୍କୁ ଓଲଟାଇବା ପାଇଁ ବିଭିନ୍ନ ଉପକରଣ ବ୍ୟବହାର କରିଥାନ୍ତି। ହେଲେ ଯେତେବେଳେ ଅନ୍ୟମାନେ ସଂଖ୍ୟା ଏବଂ ଅକ୍ଷରକୁ ସାମାନ୍ୟ ପରିବର୍ତ୍ତନ କରି ଖସି ଯାଉଛନ୍ତି। ଏହା ସହିତ ଅନ୍ୟମାନଙ୍କ ଦ୍ୱାରା ବ୍ୟବହୃତ ଅନ୍ୟ ଏକ ପଦ୍ଧତି ହେଉଛି ପ୍ରତିଫଳିତ ଆବରଣ ଏବଂ ଫିଲ୍ମ ବ୍ୟବହାର। ଯାହା କ୍ୟାମେରା ଦ୍ୱାରା କଏଦ ହୋଇଥିବା ଫଟୋ ବିକୃତ କରିଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Barrier Less Toll SystemNHAI MLFF systemTampered number platesMundka toll plaza evasionAutomatic Number Plate RecognitionHow drivers evade barrierless toll systemsNHAI crackdown on HSRP number platesMulti-Lane Free Flow toll evasion tricksNHAI flags fake number plates at toll plazasAutomatic FASTag deduction camera bypass