Barrier Less Toll System / ଏବେ ଟୋଲ୍ ପ୍ଲାଜା ଠାରେ ଲାଗିବ ନାହିଁ ଜାମ୍! ଦିଲ୍ଲୀ-ଏନସିଆର ଅଞ୍ଚଳରେ ବ୍ୟାରିୟର ବିହୀନ ଟୋଲ୍ ବ୍ୟବସ୍ଥା ଲାଗୁ
·1 hour ago·3 min read

Key Points
ଏବେ ଗାଡ଼ି ଚାଲକଙ୍କୁ ସେମାନଙ୍କର FASTag ସ୍କାନ କରିବା ପାଇଁ ଅଟକିବା କିମ୍ବା ଗାଡ଼ିର ବେଗ କମାଇବା ଆବଶ୍ୟକତା ନାହିଁ। ରାଜପଥରେ ଉପରେ ଲାଗିଥିବା କ୍ୟାମେରାକ ଗାଡ଼ିକୁ ଚାଲିବା ସମୟରେ ଏହାର ନମ୍ବର ପ୍ଲେଟ ଚିହ୍ନଟ କରିବ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସମାପ୍ତ କରିବ।
Barrier Less Toll System Launched in Delhi-NCR: ଟୋଲ୍ ପ୍ଲାଜା ଠାରେ ଲାଗୁଥିବା ଲମ୍ବା ଧାଡ଼ି, ବ୍ୟାରିୟର ସାମ୍ନାରେ ଅପେକ୍ଷା କରୁଥିବା ଗାଡ଼ି ଏବଂ ଘଣ୍ଟା ଘଣ୍ଟା ଲାଗି ରହୁଥିବା ଟ୍ରାଫିକ୍ ଜାମ୍ ଏବେ ଶେଷ ହେବାକୁ ଯାଉଛି। ଏହି କ୍ରମରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ପ୍ରଥମ ବାଧାହୀନ ଟୋଲ୍ ସିଷ୍ଟମ୍ ଆରମ୍ଭ ହୋଇଛି। ଯାହାକୁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଉଦଘାଟନ କରିଛନ୍ତି।
ଏହି ନୂତନ ମଲ୍ଟି-ଲେନ୍ ଫ୍ରି ଫ୍ଲୋ (Multi Lane Free Flow) ଟୋଲ୍ ସିଷ୍ଟମ୍ (Toll System) ସହରୀ ସମ୍ପ୍ରସାରଣ ରାସ୍ତା-II (Urban Extension Road-II) ସ୍ଥିତ ମୁଣ୍ଡକା-ବକ୍କରୱାଲା ଟୋଲ୍ ପ୍ଲାଜା (Mundka–Bakkarwala Toll Plaza) ଠାରେ ଆରମ୍ଭ କରାଯାଇଛି। ଏହି ଜ୍ଞାନକୌଶଳ ଟୋଲ୍ ପ୍ଲାଜା ଠାରେ କୌଣସି ଗାଡ଼ି ଅନାବଶ୍ୟକ ଭାବରେ ଅଟକି ରହିବ ନାହିଁ। ଏହା କେବଳ ଭିଡ଼ ହ୍ରାସ କରିବ ନାହିଁ ବରଂ ଇନ୍ଧନ ସଞ୍ଚୟ କରିବା ସହ ପ୍ରଦୂଷଣ ମଧ୍ୟ ହ୍ରାସ କରିବ।
କିପରି କାମ କରିବ ଏହି ନୂଆ ବ୍ୟବସ୍ଥା?
ଏହି ମଲ୍ଟି-ଲେନ୍ ଫ୍ରି ଫ୍ଲୋ ଜ୍ଞାନକୌଶଳ ବାଧାହୀନ, ଟୋଲ୍ ବୁଥ୍ ଏବଂ ଟୋଲ୍ କର୍ମଚାରୀଙ୍କ ଆବଶ୍ୟକତା ସ୍ୱତଃପ୍ରବୃତ୍ତ ଭାବେ ଶେଷ ହୋଇଯିବ। ପ୍ରତ୍ୟେକ ଲେନ୍ ଠାରେ ତିନୋଟି କ୍ୟାମେରା ସ୍ଥାପିତ ହୋଇଛି। ଯାହା କୌଣସି ଗାଡ଼ିର ନମ୍ବର ପ୍ଲେଟ୍ ଚିହ୍ନଟ କରିଥାଏ।
ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ (Automatic Number Plate Recognition) କରୁଥିବା କ୍ୟାମେରା ଗାଡ଼ିର ନମ୍ବର ପ୍ଲେଟ୍ ପଢିବା ପରେ, ଫସଟ୍ୟାଗ୍ ରିଡିଂ ସିଷ୍ଟମ (FASTag Reading System) ପାଖକୁ ଏକ ସିଗନାଲ୍ ପଠାଇଥାଏ। ଏହା ପରେ ଗାଡ଼ିର ଫାସଟ୍ୟାଗ୍ ଆକାଉଣ୍ଟ (FASTag Account) ସ୍ୱୟଂଚାଳିତ ଭାବରେ ଟୋଲ୍ ରାଶି (Toll Fee) ଦେୟ ପ୍ରଦାନ କରିଥାଏ।
ଏବେ ଗାଡ଼ି ଚାଳକଙ୍କୁ ସେମାନଙ୍କର ଫାସଟ୍ୟାଗ୍ ସ୍କାନ (FASTag Scan) କରିବା ପାଇଁ ଆଉ ଅଟକିବା କିମ୍ବା ସେମାନଙ୍କର ଗାଡ଼ିର ବେଗ କମାଇବାର ଆବଶ୍ୟକତା ନାହିଁ। ରାଜରାସ୍ତାରେ ଲାଗିଥିବା ଓଭରହେଡ୍ କ୍ୟାମେରା (Overhead Camera at Toll Plaza) ଗାଡ଼ିର ନମ୍ବର ପ୍ଲେଟ୍ ଚିହ୍ନଟ କରିବା ପରେ ଏହି ପ୍ରକ୍ରିୟାକୁ ସ୍ୱୟଂଚାଳିତ ଭାବରେ ସମାପ୍ତ କରିବ।
ଏହା ସହ ପଢନ୍ତୁ: ଏଣିକି ବନ୍ଦ ହେବ ନଗଦ; ବଦଳିବ ଜାତୀୟ ରାଜପଥରେ ଯାତ୍ରା ନିୟମ
ଫାସଟ୍ୟାଗ୍ ବାଲାନ୍ସ ନଥିଲେ କ'ଣ ହେବ?
ଯେଉଁ ଗାଡ଼ିର ଫାସଟ୍ୟାଗ୍ ବାଲାନ୍ସ (FASTag Balance) ନାହିଁ କିମ୍ବା ଯେଉଁ ଗାଡ଼ିରେ କୌଣସି ଫାସଟ୍ୟାଗ୍ ନାହିଁ, ସେମାନଙ୍କର ନମ୍ବର ପ୍ଲେଟ ଏଏନପିଆର କ୍ୟାମେରା (ANPR Camera) ଦ୍ୱାରା ଚିହ୍ନଟ ହେବ। ଏହା ପରେ ଗାଡ଼ି ମାଲିକଙ୍କ ପାଖକୁ ଏକ ଇ-ନୋଟିସ୍ (e-Notice) ପଠାଯିବ।
ଯଦି ୭୨ ଘଣ୍ଟା ମଧ୍ୟରେ ଟୋଲ୍ ଦେୟ ପୈଠ କରାନଯାଏ, ତାହେଲେ ଦେଢ଼ ଗୁଣ ଜରିମାନା ଆଦାୟ କରାଯିବ। ବାରମ୍ବାର ନିୟମ ଭାଙ୍ଗିଲେ ଫାସଟ୍ୟାଗ୍ ବ୍ଲକ୍ କରି ଦିଆଯିବ କିମ୍ବା ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରି ଦିଆଯିବ। ଏପରିକି ସେହି ଗାଡ଼ିକୁ ମଧ୍ୟ ପୋଲିସ ଜବତ କରିନେବ।
ଏହା ସହ ପଢନ୍ତୁ: ହାଇୱେ-ଟୋଲ୍ ଦେଇ କରୁଛନ୍ତି କି ଯାତ୍ରା? ଜାଣିରଖନ୍ତୁ ୫ FASTag ନିୟମ
ଦେଶବ୍ୟାପୀ ଲାଗୁ କରିବାକୁ ଚାଲିଛି ପ୍ରସ୍ତୁତି
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ସାରା ଦେଶରେ ଜାତୀୟ ରାଜପଥରେ ୧୩ ଶହରୁ ଅଧିକ ଟୋଲ୍ ପ୍ଲାଜା ଅଛି। ଏହି ଜ୍ଞାନକୌଶଳ କାର୍ଯ୍ୟକାରୀ ହେବା ଦ୍ୱାରା ପ୍ରାୟ ୭୦୦୦ କୋଟି ସଞ୍ଚୟ କରାଯିବ। ଏହା ସହିତ ୨୮୫ କୋଟି ଟଙ୍କାର ଇନ୍ଧନ ସଞ୍ଚୟ କରାଯିବ। ଏପରିକି କାର୍ବନ ନିର୍ଗମନ ମଧ୍ୟ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇବ।
ବର୍ତ୍ତମାନ ଟୋଲ୍ ପ୍ଲାଜା ଠାରେ ବର୍ତ୍ତମାନ ପ୍ରାୟ ୧୮,୦୦୦ ଚାଲାଣ ଜାରି କରାଯାଉଛି। ସରକାରଙ୍କ ଉଦ୍ଦେଶ୍ୟ ହେଉଛି ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ଲୋକଙ୍କୁ ଟ୍ରାଫିକ୍ ନିୟମ ପାଳନ କରିବାକୁ ଉତ୍ସାହିତ କରିବା। ଚଳିତ ବର୍ଷ ଅପ୍ରେଲ ପହିଲାରୁ ଦେଶବ୍ୟାପୀ ଟୋଲ୍ ପ୍ଲାଜା ଠାରେ ନଗଦ ଦେୟ ପ୍ରଦାନକୁ ବନ୍ଦ କରାଯାଇଛି ଏବଂ ବାର୍ଷିକ ପାସ୍ ସଂଖ୍ୟା ୬୦ ଲକ୍ଷ ଅତିକ୍ରମ କରିସାରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Barrier-less toll system Delhi-NCRMulti-Lane Free Flow (MLFF) systemGPS based toll collectionSatellite based tolling IndiaMundka-Bakkarwala toll plazaUrban Extension Road-II (UER-II) tollingAutomatic Number Plate Recognition (ANPR) tollingHow does barrier-less tolling work in IndiaNitin Gadkari new toll system launchZero-wait highway network IndiaNew toll rules Delhi-NCR 2026