Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Drowning Death / ଖେଳୁ ଖେଳୁ ପୋଖରୀରେ ବୁଡ଼ିଗଲେ ମାମୁ ପୁଅ-ପିଉସୀ ପୁଅ; ସାର୍ଟ ଧରି ଝୁରୁଛି ମାଆ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଖେଳୁ ଖେଳୁ ପୋଖରୀରେ ବୁଡ଼ିଗଲେ ମାମୁ ପୁଅ-ପିଉସୀ ପୁଅ; ସାର୍ଟ ଧରି ଝୁରୁଛି ମାଆ

Key Points

ଦୈଇବ ଯେ ଏମିତି ନିଷ୍ଠୁର ହୋଇପାରେ । ଏକସଙ୍ଗରେ ଦୁଇ ମାଆର କୋଳ ଖାଲି କରିଦେଇପାରେ । ମାର୍ଗଶିର ସୋମବାରଟାରେ ଛଡ଼ାଇ ନେଇପାରେ ୨ ଭାଇଙ୍କୁ ।
ଭଦ୍ରକ: କାଖରେ ପୁଅକୁ ନେଇ ବାପଘରକୁ ଆସିଥିଲେ । ଏବେ କୋଳ ହୋଇଗଲା ଖାଲି । ଦୈଇବ ଯେ ଏମିତି ନିଷ୍ଠୁର ହୋଇପାରେ । ଏକସଙ୍ଗରେ ଦୁଇ ମାଆର କୋଳ ଖାଲି କରିଦେଇପାରେ । ମାର୍ଗଶିର ସୋମବାରଟାରେ ଛଡ଼ାଇ ନେଇପାରେ ୨ ଭାଇଙ୍କୁ । ଏମିତି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀର୍‌ହାଟ ଥାନା ସାହାପୁର ପଞ୍ଚାୟତ ସିଣିପୁର ଗାଁରେ ।

ଭାଉଜ ସହ ନଣନ୍ଦର କୋଳ ଖାଲି ହୋଇ ଯାଇଛି । ମାମୁଘରକୁ ବୁଲି ଆସିଥିବା ପୁଅ ସହ ମାମୁ ପୁଅ ବି ଆଖି ବୁଜିଛି । ସକାଳେ ଘର ଅଗଣାରେ ଭାଉଜ ପ୍ରମିଳା ବାରିକଙ୍କ ୩ ବର୍ଷର ପୁଅ ଓ ନଣନ୍ଦଙ୍କ ୪ ବର୍ଷର ପୁଅ ଖେଳୁଥିଲେ । ଖେଳୁ ଖେଳୁ ୨ ଭାଇ ଚାଲି ଯାଇଥିଲେ ପୋଖରୀ ଆଡ଼କୁ । ଆଉ ସେଇଠି ଗୋଡ଼ ଖସି ପୋଖରୀରେ ବୁଡ଼ି ଯାଇଥିଲେ ଦୁଇ ଭାଇ ।

ଏଥିସହ ପଢ଼ନ୍ତୁ: ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ T20 ପାଇଁ ଆସିଲା ଟିକେଟ୍ ବିକ୍ରି ତାରିଖ, ଏହି ୨ ଦିନ କାଉଣ୍ଟରରେ ମିଳିବ

ଏପଟେ ଦୁଇ ଭାଇଙ୍କୁ ନ ପାଇଁ ଘର ଲୋକ ଖୋଜାଖୋଜି କରିଥିଲେ । ପ୍ରାୟ ୨୦ ମିନିଟ୍ ଖୋଜିବା ପରେ ପୋଖରୀରେ ଦୁଇ ଭାଇଙ୍କ ଶରୀର ଭାସୁଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ପ୍ରମିଳାଙ୍କ ଦିଅର ଦୁଇ ଛୁଆଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ଚିକିତ୍ସାଳୟ ନେଇ ଆସିଥିଲେ । ସେଠାରେ ଡାକ୍ତର ଦୁଇ ଛୁଆଙ୍କୁ ମୃତ ଘୋଷଣା କରିଛନ୍ତି ।

ପୋଖରୀରେ ବୁଡ଼ି ଭାଉଜ-ନଣନ୍ଦଙ୍କ ପୁଅ ପ୍ରାଣ ହରାଇବା ପରେ ପ୍ରମିଳାଙ୍କ ପରିବାର ମ୍ରିୟମାଣ ହୋଇ ପଡ଼ିଛନ୍ତି । ସ୍ତବ୍ଧ ହୋଇଯାଇଛି ସିଣିପୁର ଗାଁ । ପ୍ରମିଳାଙ୍କ ନଣନ୍ଦ ୪ ବର୍ଷର ପୁଅକୁ ହରାଇ ପାଗଳୀ ପ୍ରାୟ ହୋଇ ଯାଇଛନ୍ତି । ମେଡିକାଲ୍ ପରିସରରେ ଅଟୋରେ ବସି ଛୁଆର ଡ୍ରେସ୍‌କୁ ହାତରେ ଧରି ପୁଅ ପ୍ରତିଥିବା ମାଆର ମମତା, ସ୍ନେହ ବୋଳା କଥା କହି ଚାଲିଛନ୍ତି ।

ଏଥିସହ ପଢ଼ନ୍ତୁ: ଟାରିଫ୍ ଭିତରେ ଆମେରିକା ସହ ଭାରତର ବଡ଼ ଡିଲ୍; ମନ୍ତ୍ରୀ କହିଲେ 'ଐତିହାସିକ ପ୍ରଥମ'

ହେଲେ ତାଙ୍କ କୋଳ ପୂରଣ କରିଥିବା ୪ ବର୍ଷର ପୁଅ ଆଉ ଏ ଦୁନିଆରେ ନାହିଁ । ଭାଇର ପୁଅ ସହ ସେ ବି ପୋଖରୀରେ ବୁଡ଼ି ଆଖି ବୁଜି ଦେଇଛି । ଏକଥା କହିବାକୁ କେହି ସାହସ କରିପାରୁ ନାହାନ୍ତି । ନଣନ୍ଦ ପାଗଳୀଙ୍କ ଭଳି ଛୁଆର ଡ୍ରେସ୍‌ ଧରି ପୁଅକୁ ବୁଝାଇବାରେ ଲାଗିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bhadrak Tragedy: Two Cousins Drown in Pond While Playing | Argus News | Argus News