Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଥାନାରେ ପିଟିପିଟି ନେଇଥିଲେ ଜୀବନ; ୯ ପୋଲିସ କର୍ମଚାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

National

Third Degree / ଥାନାରେ ପିଟିପିଟି ନେଇଥିଲେ ଜୀବନ; ୯ ପୋଲିସ କର୍ମଚାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଥାନାରେ ପିଟିପିଟି ନେଇଥିଲେ ଜୀବନ; ୯ ପୋଲିସ କର୍ମଚାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ
Custodial Death

Key Points

ପୋଲିସ ହେପାଜତରେ ଯାଇଥିଲା ପ୍ରାଣ
ଶେଷରେ ପରିବାରକୁ ମିଳିଲା ନ୍ୟାୟ
ଆଜୀବନ କାରାଦଣ୍ଡ ଭୋଗିବେ ୯ ପୋଲିସ
ମହାରାଷ୍ଟ୍ରର ୱାଶିମ ଜିଲ୍ଲା ଏବଂ ସେସନ୍ କୋର୍ଟ ପୋଲିସ ହେପାଜତରେ ମୃତ୍ୟୁର ଏକ ବହୁ ଚର୍ଚ୍ଚିତ ମାମଲାରେ ଏକ ଐତିହାସିକ ରାୟ ଦେଇଛନ୍ତି । ରିସୋଡ ପୋଲିସ ଷ୍ଟେସନରେ ଚୋରି ସନ୍ଦେହରେ ଗିରଫ ହୋଇଥିବା ବେଗ୍ୟା ପାୱାରଙ୍କୁ ଥାନରେ ପ୍ରବଳ ପିଟିଥିଲେ ପୋଲିସ କର୍ମଚାରୀ । ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ମାମଲାରେ ତତ୍କାଳୀନ ଷ୍ଟେସନ ଇନଚାର୍ଜଙ୍କ ସମେତ ୯ ଜଣ ପୋଲିସ ଅଧିକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଘଟଣାର ପ୍ରାୟ ୧୫ ବର୍ଷ ପରେ ଏହି ରାୟ ଆସିଛି ।

  • ହାଜତରେ ମାଡ଼ ଖାଇବା ଯୋଗୁଁ ମୃତ୍ୟୁ
ଏହି ମାମଲାଟି ୧୦ ମଇ ୨୦୧୧ର । ସେତେବେଳେ ରିସୋଡ ପୋଲିସ ଷ୍ଟେସନକୁ ପଚରାଉଚରା ପାଇଁ ଅଣାଯାଇଥିବା ଏକ ଚୋରି ମାମଲାରେ ସନ୍ଦିଗ୍ଧ ବେଗ୍ୟା ପାୱାରଙ୍କ ପୋଲିସ ହେପାଜତରେ ମୃତ୍ୟୁ ହୋଇଥିଲା । ଅଭିଯୋଗ ହୋଇଥିଲା ଯେ ତାଙ୍କୁ ପୋଲିସ ଅଧିକାରୀମାନେ ମାଡ଼ ମାରିଥିଲେ । ଘଟଣା ଘଟିବାର ପ୍ରାୟ ବର୍ଷେ ପୂର୍ବେ ବିବାହ କରିଥିଲେ ବେଗ୍ୟା । ପରିଣତ ବୟସରେ ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ ବୃଦ୍ଧି ପିତାମାତା । ପରିବାରକୁ ନ୍ୟାୟ ଆଶାରେ ସେମାନେ ଥାନାର ଦ୍ଵାରସ୍ଥ ହୋଇଥିଲେ । ଏହି ଘଟଣାରେ ସମ୍ପୃକ୍ତ ଥାନା ପରିବାରର ଅଭିଯୋଗକୁ ଗ୍ରହଣ କରିନଥିଲା, ଫଳରେ ମାମଲା ରୁଜୁ ହୋଇପାରିନଥିଲା । ମୃତ ଯୁବକ ଜଣକ ପାରଧି ସମ୍ପ୍ରଦାୟର ଥିଲେ । ଏହି ଘଟଣାରେ ଏକ ବଡ଼ ଧରଣର ପ୍ରଦର୍ଶନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଯୁବକଙ୍କ ଶରୀରର ଅନେକ ହାଡ଼ ଭାଙ୍ଗିଯାଇଥିବା ମଧ୍ୟ ଜଣାପଡ଼ିଥିଲା ।

  • ତଦନ୍ତ କରୁଥିଲା CID
ଶେଷରେ ମାମଲାଟି CID ହାତକୁ ଯାଇଥିଲା । ସିଆଇଡି ମାମଲାର ତଦନ୍ତ ଆରମ୍ଭ କରିଥିଲା । ୩୪ ଦିନର ତଦନ୍ତ ପରେ CID ହତ୍ୟା ଏବଂ ସ୍ୱତନ୍ତ୍ର ଅତ୍ୟାଚାର ଆଇନ ଅନୁଯାୟୀ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲା ।

  • ସାମ୍ନାକୁ ଆସିଲା ପୋଲିସ କର୍ମଚାରୀଙ୍କ ନାଁ
ଏକ ଦୀର୍ଘ ନ୍ୟାୟିକ ପ୍ରକ୍ରିୟା ପରେ ୱାଶିମ୍ ଜିଲ୍ଲା ଏବଂ ସେସନ୍ କୋର୍ଟରେ ଏହି ମାମଲାର ଶୁଣାଣି ଶେଷ ହୋଇଛି । ଜିଲ୍ଲା ଜଜ୍ ଜୟସିଂହ ଝପାଟେ ତତ୍କାଳୀନ ଷ୍ଟେସନ୍ ହାଉସ୍ ଅଧିକାରୀ ମହାଦେବ ମାଣିକ ଧଣ୍ଡେଙ୍କ ସମେତ ମଦନ କେଶବ ପାୱାର, ଶିବାଜୀ ନମଦେବ ଖିଲାରୀ, ପଞ୍ଜାବ ମାଣିକରାଓ ପାଟକର, ରମେଶ ସୀତାରାମ ପାୱାର, ପ୍ରକାଶ ହିରାଲାଲ ତାରମ, ନାଗୋରାଓ ଭାଗବତ ନବକଳେବରଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

ପଢନ୍ତୁ ଏହି ଖବର: ଶବଦାହ ପାଇଁ ଚାଲିଥିଲା ପ୍ରସ୍ତୁତି; ଶେଷ ମୁହୂର୍ତ୍ତରେ ଜଣାପଡ଼ିଲା ଝିଅ ମୃତ ନୁହେଁ ଜୀବିତ

  • ଶେଷରେ ମିଳିଲା ନ୍ୟାୟ
କୋର୍ଟଙ୍କ ନିଷ୍ପତ୍ତି ପରେ ମୃତକ ବେଗ୍ୟା ପାୱାରଙ୍କ ପରିବାର ସନ୍ତୋଷ ପ୍ରକାଶ କରିଛନ୍ତି । ପରିବାର ପକ୍ଷରୁ କୁହାଯାଇଛି ଯେ ନ୍ୟାୟ ପାଇଁ ସେମାନଙ୍କୁ ପ୍ରାୟ ଦେଢ଼ ଦଶନ୍ଧି ଅପେକ୍ଷା କରିବାକୁ ପଡିଥିଲା, କିନ୍ତୁ ଶେଷରେ କୋର୍ଟ ଦୋଷୀମାନଙ୍କୁ ଦଣ୍ଡ ଦେଇ ନ୍ୟାୟ ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି ଭବିଷ୍ୟତରେ ପୋଲିସ ହେପାଜତରେ ଏପରି ଘଟଣା ଘଟାଇବାକୁ ରୋକିବାରେ ସାହାଯ୍ୟ କରିବ ଏବଂ ଆଇନର ଅପବ୍ୟବହାର କରୁଥିବା ଲୋକଙ୍କୁ ଏକ ଦୃଢ଼ ବାର୍ତ୍ତା ଦେବ ବୋଲି ପରିବାର ଆଶା ପ୍ରକାଶ କରିଛି । ଏହାସହ, ମୃତକଙ୍କ ବାପା ନୟନୁ ଫୈସଲା ପାୱାର କହିଛନ୍ତି ଯେ ତାଙ୍କ ପରିବାର ବର୍ଷ ବର୍ଷ ଧରି ନ୍ୟାୟ ପାଇଁ ସଂଘର୍ଷ କରିଥିଲେ ଏବଂ ଏବେ କୋର୍ଟଙ୍କ ନିଷ୍ପତ୍ତି ତାଙ୍କୁ ଆତ୍ମବିଶ୍ୱାସ ଦେଇଛି ଯେ ବିଳମ୍ବରେ ହେଲେ ମଧ୍ୟ ନ୍ୟାୟ ନିଶ୍ଚିତ ଭାବରେ ମିଳେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored