Videos
|
National

Viral Story / ଶବଦାହ ପାଇଁ ଚାଲିଥିଲା ପ୍ରସ୍ତୁତି; ଶେଷ ମୁହୂର୍ତ୍ତରେ ଜଣାପଡ଼ିଲା ଝିଅ ମୃତ ନୁହେଁ ଜୀବିତ

Debashree Debasmita Sahoo
Browse all articles by Debashree Debasmita Sahoo
·2 weeks ago·2 min read
ଶବଦାହ ପାଇଁ ଚାଲିଥିଲା ପ୍ରସ୍ତୁତି; ଶେଷ ମୁହୂର୍ତ୍ତରେ ଜଣାପଡ଼ିଲା ଝିଅ ମୃତ ନୁହେଁ ଜୀବିତ
Viral News

Key Points

ଝିଅକୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଥିଲା ପିତାମାତା
ଆଉ କିଛି ସମୟ ପରେ ହୋଇଥାନ୍ତା ଅନ୍ତିମ ସଂସ୍କାର
ଶେଷ ମୁହୂର୍ତ୍ତରେ ଜଣାପଡ଼ିଲା ଝିଅ ମୃତ ନୁହେଁ ଜୀବିତ
ପାଟନା: ଆଉ କିଛି ସମୟ ପରେ ଝିଅର ହୋଇଥାନ୍ତା ଶବଦାହ । ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ବି ସରିଥିଲା । ଅଲିଅଳି ଝିଅକୁ ହରାଇ ମୁଣ୍ଡପିଟି କାନ୍ଦୁଥିଲେ ପିତାମାତା । ସେହି ଦୃଶ୍ୟ ସମସ୍ତଙ୍କ ଛାତି ଫଟାଇ ଦେଉଥିଲା । ହେଲେ ହଠାତ୍ ଘଟିଲା ଚମତ୍କାର । ଶେଷ ମୁହୂର୍ତ୍ତରେ ଜଣାପଡ଼ିଲା ଝିଅ ମୃତ ନୁହେଁ ଜୀବିତ । ବିହାରର ସମସ୍ତିପୁର ଜିଲ୍ଲାରେ ଘଟିଛି ଏପରି ବିରଳ ଘଟଣା, ଯାହାକି ସମସ୍ତଙ୍କୁ ଚକିତ କରିଛି ।

  • କଣ ପୂରା ଘଟଣା ?
ବିଦ୍ୟାପତିନଗରର ଗଢିସିସାଇ ପଞ୍ଚାୟତର ଭଜନଗାମା ଗାଁର ବାସିନ୍ଦା ଅନିସା କୁମାରୀ ପ୍ରାୟ ୮ ଦିନ ଧରି ନିଖୋଜ ଥିଲେ । ଅନିସା ଜୁନ ୨୧ ତାରିଖରେ ଔଷଧ କିଣିବା ପାଇଁ ଘରୁ ବାହାରିଥିଲେ, କିନ୍ତୁ ଆଉ ଫେରି ନଥିଲେ । ଏହା ପରେ ତାଙ୍କ ପରିବାର ସନ୍ଦେହ କରିଥିଲେ ଯେ ତାଙ୍କୁ ଜମି ବିବାଦ ଯୋଗୁଁ ଅପହରଣ କରାଯାଇଛି । ପୋଲିସ ଜୁନ ୨୩ ତାରିଖରେ ଏକ ରିପୋର୍ଟ ଦାଖଲ କରିଥିଲା । ବେଗୁସରାଇର ଗରପୁରାରେ ଏକ ପୋଖରୀ କୂଳରେ ଜଣେ ଯୁବତୀଙ୍କ ମୃତଦେହ ଏକ ବସ୍ତାରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ପରିବାର ଲୋକେ ପୋଲିସ ଉପସ୍ଥିତିରେ ତାଙ୍କ ମୃତଦେହକୁ ଅନିସା ବୋଲି ଚିହ୍ନଟ କରିଥିଲେ।

  • ନିଜକୁ ଜୀବିତ କହିଲେ, ଫଟୋ ବି ସେୟାର କଲେ
ସୋମବାର ସକାଳେ (ଜୁନ ୨୯) ମୃତଦେହର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିଲା । ଠିକ୍ ଏହି ସମୟରେ ଘଟଣାଟି ଏକ ନୂଆ ମୋଡ଼ ନେଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଅନିସା ନିଜକୁ ଜୀବିତ ବୋଲି ଦାବି କରିଥିଲେ । ସେ ନିଜର ଏକ ଫଟୋ ଏବଂ ଅନ୍ୟ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ ଯେଉଁଥିରେ ସେ ନିଜକୁ ସୁରକ୍ଷିତ ବୋଲି ଦାବି କରିଥିଲେ । ଭିଡିଓଟି ଭାଇରାଲ ହେବା ପରେ ଏବେ ଆଲୋଚନାର ବିଷୟ ପାଲଟିଛି ।

ପଢନ୍ତୁ ଏହି ଖବର: ପଥର ଖଣିରେ ବଡ଼ ଅଘଟଣ; କଟିଗଲା ଗୋଡ଼ହାତ, ୭ ଶ୍ରମିକ ମୃତ

  • ପ୍ରେମ ବିବାହ ଚାହୁଁଛନ୍ତି ଯୁବତୀ
ଭିଡିଓ ପଠାଇ ଯୁବତୀ ଜଣକ ନିଜକୁ ଜୀବିତ ବୋଲି ଦାବି କରିଥିଲେ ଏବଂ ପ୍ରେମ ବିବାହ କରିବାକୁ ଚାହୁଁଥିବା କରିଥିଲେ । ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଷ୍ଟେସନ ହାଉସ୍ ଅଫିସର ସୂରଜ କୁମାର କହିଛନ୍ତି ଯେ ପୋଲିସ ସୂଚନା ପାଇଛି ଏବଂ ଭିଡିଓର ସତ୍ୟତା ଯାଞ୍ଚ କରୁଛି । ଝିଅଟି ଏବେ କେଉଁଠି ଏବଂ ପୂର୍ବରୁ ଉଦ୍ଧାର ହୋଇଥିବା ଯୁବତୀର ମୃତଦେହର ପରିଚୟ ଜାଣିବା ପାଇଁ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଝିଅଟିର ପୁନରୁଦ୍ଧାର ପୋଲିସ ପାଇଁ ପ୍ରାଥମିକତା । କୋର୍ଟରେ ତାଙ୍କର ବୟାନ ରେକର୍ଡ କରାଯିବ, ଯାହା ପରେ ପ୍ରକୃତ ଘଟଣା କଣ ତାହା ସ୍ପଷ୍ଟ ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Samastipur Viral Video Claims Anisa Kumari Was Alive Before Cremation; Authorities Probe the Incident | Argus News